୧୬-୩୦ଏପ୍ରିଲ, ୨୦୦୮
ଦରଦାମ୍ ବୃଦ୍ଧି ନେଇ ପ୍ରବଳ ଉଦ୍ବେଗ ପ୍ରକାଶ ପାଉଛି । ଏହା ଉପା ସରକାରଙ୍କର ବିଫଳତା ବୋଲି ବିରୋଧୀ ଦଳମାନେ କହୁଥିବା ବେଳେ – ସାରା ବିଶ୍ୱରେ ଖାଦ୍ୟଶସ୍ୟ ଉପôାଦନରେ ହ୍ରାସକୁ ଏକ ବଡ଼ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହି ହ୍ରାସର କାରଣ ଦର୍ଶାଇବାକୁ ଯାଇ ବାୟୋଡ଼ିଜେଲଦେଇ ପାରୁଥିବା ଶସ୍ୟ ଉପôାଦନ ଉପରେ ଗୁରୁତ୍ୱ ବୃଦ୍ଧି ପ୍ରତି ଏହି ବିଶେଷଜ୍ଞମାନେ ଇଙ୍ଗିତ କରିଛନ୍ତି । ଯେଉଁ ଜମିରେ ଖାଦ୍ୟ ପାଇଁ ଶସ୍ୟର ଉପôାଦନ ହେବା କଥା, ସେ ଜମିରେ ବାୟୋଡ଼ିଜେଲ୍ ଦେଇ ପାରୁଥିବା ଗଛ ବୃକ୍ଷର ଚାଷ, ଶସ୍ୟର ଚାଷ ବୃଦ୍ଧିପାଉଛି । ଯଦି ଏହାହିଁ କାରଣ ହୋଇଥାଏ, ତା’ହେଲେ ଖାଦ୍ୟଶସ୍ୟର ଅଭାବ ଅବ୍ୟାହତ ରହିବ – ଏକ ବର୍ଦ୍ଧିତ ଦରଦାମ୍ ସହିତ ସହାବସ୍ଥାନ କରିବାକୁ ଜନସାଧାରଣ ବାଧ୍ୟ ହେବେ । ତେବେ ଶୁଦ୍ରକର ସନେ୍ଦହ ଯେ ଏହି ଅବସ୍ଥା ଜେନେଟିକାଲି ମଡ଼ିଫାଏଡ଼୍ ବିହନର ପ୍ରବର୍ତ୍ତନ ପାଇଁ ଏକ ଅବଶ୍ୟମ୍ଭାବୀ ସୁଯୋଗ ସୃଷ୍ଟି କରିବ । ଯେଉଁମାନେ ଏହି ପ୍ରକାର ବିହନର ସମର୍ଥକ ଓ ମନସାଣ୍ଟୋ ଭଳି ବିଶାଳ ବିହନ କମ୍ପାନୀମାନଙ୍କର ପ୍ରତିନିଧି, ସେମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ମନେ ହୋଇପାରେ । ‘ଖାଦ୍ୟଶସ୍ୟର ଅଭାବ ଦୂର କରିବା ପାଇଁ ଜେନେଟିକାଲି ମଡ଼ିଫାଏଡ଼୍ ବିହନ ବ୍ୟବହାର କରନ୍ତୁ’ – ଏପରି ବିଜ୍ଞାପନ ଏହି ଗୋଷ୍ଠୀ ତରଫରୁ ପ୍ରକାଶିତ ହେବା ଅପ୍ରତ୍ୟାଶିତ ହୋଇପାରେ । ତେଣୁ ଖାଦ୍ୟାଭାବର ଦ୍ୱାହି ଦେଇ ଜେନେଟିକାଲି ମଡ଼ିଫାଏଡ଼୍ର ପ୍ରଚଳନ ପାଇଁ ଉଦ୍ୟମ ପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ । ଏଠାରେ ସ୍ମରଣୀୟ ଯେ ୧୯୯୯ ମହାବାତ୍ୟା ସମୟରେ ଏହିପରି ଏକ ଉଦ୍ୟମ ଆରମ୍ଭ ହୋଇଥିଲା – ଯାହାକୁ ସଫଳ ହେବାପାଇଁ ଦିଆଯାଇ ନଥିଲା । ଯଦି ଏସବୁ ସମ୍ଭାବନାଗୁଡ଼ିକୁ ମସ୍ତିଷ୍କ ଭିତରେ ଏକାଠି କରି ଭାବୁଥାନ୍ତି ଯେ ଖାଦ୍ୟଶସ୍ୟର ଦରବୃଦ୍ଧି – ଖାଦ୍ୟଶସ୍ୟର ଅଭାବବୋଧ ସୃଷ୍ଟି କରିବା ପାଇଁ ହୋଇଛି ଯାହା ଫଳରେ ଜେନେଟିକାଲି ମଡ଼ିଫାଏଡ଼୍ ଫୁଡ଼୍ ପ୍ରଚଳନ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ – ସେମାନେ ଉଦ୍ଭଟ/ଅବାନ୍ତର ଧାରଣାର ଶିକାର ହେଉଛନ୍ତି ବୋଲି କୁହାଯାଇ ପାରିବ ନାହିଁ ।