ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ ଏକଦା ବିଜେଡ଼ିର ମାର୍ଗଦର୍ଶକ, ବିଜେଡ଼ି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନଙ୍କର ଉପଦେଷ୍ଟା ଓ ଇତ୍ୟବସରରେ ନିଲମ୍ବିତ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କର ପ୍ରତିଶ୍ରୁତି ଯେ ସେ ବିଜେଡ଼ି ସମର୍ଥôତ ପ୍ରାର୍ଥୀଙ୍କୁ ହିଁ ଭୋଟଦେବେ- ପ୍ୟାରୀବିରୋଧୀ ଶିବିରରେ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ପ୍ୟାରୀଙ୍କ ପ୍ରତିଶ୍ରୁତି ପରେ, ତାଙ୍କ ସହ ନିଲମ୍ବିତ ହୋଇଥିବା ଅନ୍ୟ ବିଧାୟକ ଓ ମନ୍ତ୍ରୀ, ଯେଉଁଭଳି ଭାବରେ ଜଣଙ୍କ ପରେ ଜଣେ, ପ୍ୟାରୀଙ୍କର ପ୍ରତିଶ୍ରୁତିକୁ ପ୍ରତିଧ୍ୱନିତ କରୁଛନ୍ତି-ତାହା ଏହି ଆଶଙ୍କାକୁ ଗଭୀର କରିଦେଇଛି । ଅପରପକ୍ଷରେ ନିଲମ୍ବିତ ସଭ୍ୟମାନଙ୍କର ଏତାଦୃଶ ଆଚରଣରେ ପ୍ରଫୁଲ୍ଲ ଘଡ଼େଇଙ୍କର ଗଣମାଧ୍ୟମରେ ଉଲ୍ଲସିତ ବିବୃତି ଓ ପ୍ୟାରୀବିରୋଧୀ, ମନ୍ତ୍ରୀପଦ ପାଇଁ ଅପେକ୍ଷାମାଣ ବିଧାୟକଗୁଡ଼ିକଙ୍କର ନୀରବତା କିଛି ଏକ ନୂଆଖେଳର ସୂଚନା ଦେଉ ନାହିଁ ତ? ସନେ୍ଦହ ହେଉଛି – ନବୀନ ଓ ପ୍ୟାରୀଙ୍କ ମଧ୍ୟରେ ଦୂରତା କମୁଛି କି? ଓଲଟଭାଷାରେ ପ୍ୟାରୀ ଶିବିରକୁ ନବୀନ ଫେରୁଛନ୍ତି!