କଳାକାର ସଚିନ୍

  • 18/09/2015

ସଚିନ ତେନ୍ଦୁଲକର ରାଜ୍ୟସଭାର ମନୋନୀତ ସଭ୍ୟଭାବେ ଶପଥ ଗ୍ରହଣ କରିବା ପରେ ସରକାରୀ ବାସଗୃହ ନେବେନାହିଁ ବୋଲି ଘୋଷଣା କରି ଅନେକଙ୍କୁ ଅଭିଭୂତ କରିଦେଇଛନ୍ତି । ଦି ଷ୍ଟେଟସ୍ ମ୍ୟାନ (The Statesman), ତାଙ୍କର ସମ୍ପାଦକୀୟ ‘ସାବାସ ସଚିନ’ ଶିରୋନାମାରେ, ସଚିନଙ୍କର ଏତାଦୃଶ ନିଷ୍ପତ୍ତିକୁ ସ୍ୱାଗତ କରିଛି । କାହିଁକି ନେବେ ନାହିଁ?- ତା’ର କାରଣ ଦର୍ଶାଇ ସଚିନ କୁହନ୍ତି ଯେ ସେ ଜନସାଧାରଣଙ୍କର ଟିକସର ଅପଚୟ ଚାହାନ୍ତି ନାହିଁ । କିନ୍ତୁ ସଚିନ ଯେ ଦିନେ ଭାରତ ସରକାରଙ୍କୁ ଟିକସ ଦେବାକୁ ଚାହାନ୍ତି ନାହିଁ, ସେ ଉଦାହରଣଗୁଡ଼ିକୁ ଲକ୍ଷ୍ୟକଲେ-ସଚିନଙ୍କର ବଦାନ୍ୟ ଭାବମୂର୍ତ୍ତିର ଗଭୀରତା କେତେ, ତାହା ଧରାପଡ଼ିଯିବ ।
ଆୟକରବିଭାଗ ଦ୍ୱାରା ବିଜ୍ଞାପନ ଇତ୍ୟାଦି କାର୍ଯ୍ୟରୁ ଆୟଉପରେ ଲାଗିଥିବା ପ୍ରାୟଃ ୨କୋଟି ଟଙ୍କାର କର ନଦେବା ପାଇଁ, ସଚିନ ନିଜକୁ କ୍ରିକେଟଖେଳାଳୀ ନୁହେଁ; ବରଂ ଏକ କଳାକାର ଭାବେ ଘୋଷଣା କରି କରରୁ ରିହାତି ପାଇଲେ । ଅର୍ଥାତ ସଚିନ ହେଉଛନ୍ତି- ପ୍ରଥମେ ଜଣେ କଳାକାର-ତା’ପରେ କ୍ରିକେଟ ଖେଳାଳୀ । ସେହିଭଳି ୨୯ତମ ଟେଷ୍ଟ ଶତକ କରି କ୍ରିକେଟଜଗତର କିମ୍ବଦନ୍ତୀପୁରୁଷ ସାର ଡନ ବ୍ରାଡ଼ମାନଙ୍କର ରେକର୍ଡ଼ ସହ ଯେତେବେଳେ ସମାନ ହୋଇଗଲେ – ସେତେବେଳେ ତାଙ୍କୁ ଉପହାର ଭାବେ ଏକ ଗାଡ଼ି (ୠରକ୍ସକ୍ସବକ୍ସସ ୩୬୦ ଗକ୍ଟୟରଦ୍ଭବ) ଫିଆଟ କମ୍ପାନୀ ତରଫରୁ ଦିଆଯାଇଥିଲା, ଯାହା ଉପରେ ସେ ଟିକସ ରିହାତି ଚାହିଁଥିଲେ । କିନ୍ତୁ ଏହାକୁ ସେ ବିକିଦେଲେ ଗୁଜୁରାଟର ଏକ ବ୍ୟବସାୟୀକୁ । ସେହିଭଳି ସେ ତାଙ୍କର କର୍ମଚାରୀଙ୍କର ଚା-ଜଳଖିଆ ଉପରେ ହେଉଥିବା ଖର୍ଚ୍ଚ ଉପରେ ମଧ୍ୟ ଟିକସ ରିହାତି ଦାବି କରିଥିବାର ନଜିର ରହିଛି । -ଶୁଦ୍ରକ

୧-୧୫ ଜୁଲାଇ ୨୦୧୨

Print Friendly, PDF & Email