ନାୟକ-ନବୀନ, ଖଳନାୟକ – ପ୍ୟାରୀମୋହନ

  • 18/09/2015

୧୬-୩୦ ଜୁନ୍ ୨୦୧୨

ନବୀନ ବାବୁ ଜଣେ ଲେଖକ । ତାଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟା ଜଣେ ପ୍ରତିଷ୍ଠିତ ଲେଖିକା । ତାଙ୍କର ଭିଣୋଇ ସନ୍ନି ମେହେଟ୍ଟା ଥିଲେ ଏକ ବୃହତ ମାର୍କିନ ପ୍ରକାଶନୀ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ । ତାଙ୍କର ଜେଜେବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଥିଲେ ଓଡ଼ିଶାରେ ଗଠିତ ପ୍ରଥମ ପ୍ରକାଶକ ସଙ୍ଗଠନର ଜଣେ ମୁଖ୍ୟ କର୍ମକର୍ତ୍ତା । କହିବା ବାହୁଲ୍ୟ ଯେ ନବୀନଙ୍କର ଏକ ସୃଜନୀ ପୃଷ୍ଠଭୂମି ରହିଛି । ତେଣୁ ଓଡ଼ିଶାର ଜନସାଧାରଣ ବିଜେଡ଼ି ଦଳରେ ଯେଉଁ ନାଟକ ମେ ୨୯ତାରିଖରୁ ଜୁନ୍ ପହିଲା ପର୍ଯ୍ୟନ୍ତ ଦେଖିଲେ- ତାହାର ରଚୟିତା ଯେ ଜଣେ ସୃଜନଶୀଳ ବ୍ୟକ୍ତି ଏଥିରେ ସନେ୍ଦହ ନାହିଁ ।
ନାଟକର ମୂଳବିଷୟ ହେଉଛି ନବୀନଙ୍କୁ ଗାଦିଚୁ୍ୟତ କରିବାପାଇଁ ପ୍ୟାରୀବାବୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଓଡ଼ିଶାର ଜନସାଧାରଣଙ୍କୁ ଦେଖାଇବା । ଷଡ଼ଯନ୍ତ୍ରର ଗ୍ରହଣୀୟତାକୁ ସ୍ୱାଭାବିକ କରିବା ପାଇଁ ନବୀନବାବୁଙ୍କୁ ଷଡ଼ଯନ୍ତ୍ର ସମୟରେ ବିଦେଶରେ ଅଛନ୍ତି ବୋଲି ଦେଖାଇବାକୁ ହେବ । ନବୀନ-ପ୍ୟାରୀ ସମ୍ପର୍କରେ ଶିଥିଳତା ଆସିଯାଇଛି ଜାଣି ମଧ୍ୟ ଯେଉଁ କିଛି ବିଧାୟକ ଓ ମନ୍ତ୍ରୀ ପ୍ୟାରୀଙ୍କ ସହିଦନଗର ବାସଭବନକୁ ଆସିଛନ୍ତି, ତାଙ୍କ ସହ ପ୍ୟାରୀବାବୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିବାକୁ ହେବ । ଏହି ବିଧାୟକ ଓ ମନ୍ତ୍ରୀମାନଙ୍କର ଯିବା ଆସିବାକୁ ବାରମ୍ବାର ଗଣମାଧ୍ୟମରେ ପ୍ରଦର୍ଶିତ କରି-ପ୍ୟାରୀବାବୁଙ୍କୁ ଷଡ଼ଯନ୍ତ୍ରକାରୀ, ଦଳବିରୋଧୀ, ନବୀନବିରୋଧୀ ଭାବେ ଚିତ୍ରିତ କରିବାକୁ ହେବ । ପ୍ୟାରୀଙ୍କୁ ଦଳରୁ ନିଲମ୍ବନ କରିବାପାଇଁ ପ୍ରମାଣ ତିଆରି କରିବାକୁ ହେବ ।
୨୯/୫/୨୦୧୨ରାତି ଥିଲା ପ୍ରକୃଷ୍ଟ ସମୟ । ସେହିଦିନ ନବୀନ ବିଦେଶରେ ଥିଲେ । ବହୁଦିନ ଅନୁପସ୍ଥିତ ରହିଥିବା ପ୍ୟାରୀ ସଂସଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରହିବାପରେ ଭୁବନେଶ୍ୱରକୁ ଫେରିଥିଲେ । ସ୍ୱାଭାବିକ ତାଙ୍କର ପ୍ରଶଂସକ ବିଧାୟକ ଓ ମନ୍ତ୍ରୀମାନେ ତାଙ୍କୁ ଦେଖାକରିବା ପାଇଁ ଧାଡ଼ି ବାନ୍ଧିଥିଲେ ଓ ସେ ମଧ୍ୟ ୩୦/୫/୨୦୧୨ଭାରତ ବନ୍ଦକୁ ସମର୍ଥନ କରୁଥିବା ବିଜେଡ଼ିର ପ୍ରସ୍ତୁତି ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କୁ ଡାକିଥିଲେ । ଏହା ଥିଲା ଉପଯୁକ୍ତ ଅବସର ପ୍ୟାରୀଙ୍କୁ ଷଡ଼ଯନ୍ତ୍ରକାରୀ ଭାବେ ଚିତ୍ରଣ କରିବାର । ପ୍ୟାରୀଙ୍କ ବାସଭବନ ବାହାରେ ପହଞ୍ଚôଥିଲା ବିଜେଡ଼ି ସାଂସଦ ବୈଜୟନ୍ତଙ୍କର ଟିଭି ଚ୍ୟାନେଲ । ନିରବଚ୍ଛିନ୍ନଭାବେ ଦେଖା ହେଉଥିଲା ପ୍ୟାରୀଙ୍କ ଘରୁ ବାହାରୁଥିବା ଓ ପଶୁଥିବା ବିଧାୟକ ତଥା ମନ୍ତ୍ରୀଙ୍କର ଫଟୋ । ଧାରଣା ସୃଷ୍ଟି କରାଯାଉଥିଲା ଯେ ନବୀନଙ୍କୁ ଗାଦିଚୁ୍ୟତ କରିବାର ଷଡ଼ଯନ୍ତ୍ର ପ୍ୟାରୀଙ୍କ ଘରେ ଚାଲିଛି । ନବୀନ ଏ ଖବର ପାଇ ତାଙ୍କର ବିଦେଶଗସ୍ତର ସମୟକାଳକୁ କମାଇ ଦେଇ ଫେରିଆସନ୍ତି । ଭାରତବନ୍ଦ ଦିନ ଆସି ପହଞ୍ଚନ୍ତି ଭୁବନେଶ୍ୱରରେ । ବିଜେଡ଼ି ସମର୍ଥିତ, ଭାରତବନ୍ଦ ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି ସମର୍ଥକ ଆସି ପହଞ୍ଚôପାରନ୍ତି ବିଜୁ ପଟ୍ଟନାୟକ ବିମାନଘାଟିରେ-ନବୀନଙ୍କୁ ନବୀନ ନିବାସକୁ ପାଛୋଟି ନେବାପାଇଁ । ତା’ପରଦିନ ନବୀନବାବୁ ସବୁ ମନ୍ତ୍ରୀ, ବିଧାୟକମାନଙ୍କ ସହ ଜଣ ଜଣ କରି ପରାମର୍ଶ କରନ୍ତି ଓ ପ୍ୟାରୀମୋହନଙ୍କୁ ବେଇମାନ, ନିଶାର୍ଦ୍ଧର ଚୋର ଆଦି ସମ୍ବୋଧନ କରି -ନିଲମ୍ବନ କରନ୍ତି । ଏଇଠି ନାଟକର ଯବନିକା ପଡ଼େ ।
କହିବାବାହୁଲ୍ୟ ଯେ ପ୍ୟାରୀମୋହନଙ୍କର ନିଲମ୍ବନ ଏକ ସୁନିୟୋଜିତ ଘଟଣାକ୍ରମର ଶେଷଦୃଶ୍ୟ । ଦୀର୍ଘ ୧୨ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରଥମଥର ପାଇଁ ଏକ ନିଷ୍ଫଳା ବିଦେଶଗସ୍ତରେ ବାହାରିବା, ଭାରତବନ୍ଦକୁ ବିଜେଡ଼ି ସମର୍ଥନ କରିବାର ନିଷ୍ପତ୍ତି ନେବା ଅଥଚ ଏହାକୁ ସଞ୍ଚାଳନ କରିବା ପାଇଁ ନବୀନ ଅନୁପସ୍ଥିତ ରହିବା-ଏହି ଅନୁପସ୍ଥିତିକାଳରେ ପ୍ୟାରୀବାବୁଙ୍କ ନିବାସରେ କିଛି ମନ୍ତ୍ରୀ ଓ ବିଧାୟକଙ୍କର ସ୍ୱାଭାବିକ ଉପସ୍ଥିତିକୁ ନବୀନବିରୋଧୀ ଷଡ଼ଯନ୍ତ୍ର ଭାବେ ଏକ ନିର୍ଦ୍ଧିଷ୍ଟ ଟିଭିଚ୍ୟାନେଲରେ ଅହରହ ପ୍ରଚାର କରିବା-କଦାପି କେତୋଟି ଅସଂଲଗ୍ନ ଘଟଣାର ସମଷ୍ଟି ନୁହେଁ । ବରଂ ଏକ ସୁଚିନ୍ତିତ ସ୍କ୍ରିପ୍ଟ (ଝମକ୍ସସକ୍ଟ୍ରଗ୍ଧ)ରେ ପରିକଳ୍ପିତ ବିଭିନ୍ନ ଦୃଶ୍ୟ ଯେଉଁଠାରେ ନବୀନ ହେଉଛନ୍ତି ହୀରୋ ବା ନାୟକ ଓ ପ୍ୟାରୀ ହେଉଛନ୍ତି ଭିଲିଆନ୍ ବା ଖଳନାୟକ ।
-ଶୁଦ୍ରକ

Print Friendly, PDF & Email