ଗୋପୀନାଥ ମହାନ୍ତି

  • 17/09/2015

ଇତ୍ୟବସରରେ ଭୁବନେଶ୍ୱରରେ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା ପ୍ରଦାନ ସମାରୋହ ସମାପନ ହୋଇଛି । (ଦ୍ରଷ୍ଟବ୍ୟ- ଧରିତ୍ରୀ, ୨୧/୪/୨୦୧୨) ଏହି ସମ୍ବାଦଟି ଧରିତ୍ରୀର ମେଟ୍ରୋ ପୃଷ୍ଠାରେ ହିଁ ପ୍ରକାଶ ପାଇଛି-ଯାହାର ପାଠକ କେବଳ ଭୁବନେଶ୍ୱର ଓ କଟକରେ ହିଁ ସୀମିତ । କ୍ଷୋଭର ବିଷୟ ଯେ, ଗୋପୀନାଥ ମହାନ୍ତିଙ୍କ ପରି ଜଣେ ନିଷ୍ଠାପର ସାହିତି୍ୟକ ଯିଏ କି ଜ୍ଞାନପୀଠ ପୁରସ୍କାର ହାସଲ କରି ଓଡ଼ିଆ ସାହିତ୍ୟକୁ ଏକ ସର୍ବଭାରତୀୟ ସ୍ୱୀକୃତି ଭାଜନ କରାଇଲେ- ତାଙ୍କ ସମ୍ପର୍କରେ ସମ୍ବାଦ ସାରା ଓଡ଼ିଶାରେ ପହଞ୍ଚୁଥିବା ଧରିତ୍ରୀର ପୃଷ୍ଠାରେ ପ୍ରକାଶ ନପାଇ-ମେଟ୍ରୋ ପୃଷ୍ଠାରେ ପ୍ରକାଶ ପାଇଛି । ଏହା ଯେ ଏକ ସଂକୀର୍ଣ୍ଣତାର ପରିଚାୟକ- ଏହା କହିବା ଅତିଶୟୋକ୍ତି ହେବନାହିଁ । -ଶୁଦ୍ରକ

Print Friendly, PDF & Email