କୀଟ୍ର ସ୍ୱଘୋଷିତ ପ୍ରତିଷ୍ଠାତା ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(CBI)ର ସଦସ୍ୟ ଅଚୁ୍ୟତାନନ୍ଦ ସାମନ୍ତ ସିବିଆଇ (IPC) ଦ୍ୱାରା ଠକେଇ, ଜାଲକାରୀ ଭଳି ଅଭିଯୋଗରେ ଆଇପିସି (ଓଚଉ)ର ଧାରା ୪୨୦ (ଠକେଇ) ୪୬୮(ଜାଲକାରୀ), ୪୭୧(ଜାଲ ଦସ୍ତାବେଜର ବ୍ୟବହାର), ୧୭୭(ମିଥ୍ୟା ସୂଚନା) ଏବଂ ୧୨୦-ବି (ଅପରାଧୀ ଷଡ଼ଯନ୍ତ୍ର) ଦଫା ଅନୁସାରେ ଚାର୍ଜସିଟ୍ ହେବା ପରେ ଓଡ଼ିଶା ବାହାରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକରେ ବେଶ୍ ଉଦ୍ବେଗ ପ୍ରକାଶ ପାଇଛି । ଯେପରି Today ବୁ୍ୟରୋ ଦ୍ୱାରା ପ୍ରସ୍ତୁତ ସମ୍ବାଦରେ ଲେଖାଯାଇଛି-The filing of a charge-sheet by the Central Bureau of Investigation (CBI) against a sitting member of the University Grants Commission(UGC) is a shocking reminder of the rot that has set in running of our educational insti-tutions. Apparently Achyutananda Samanta used his position in the regulatory body to forge documents for approvals needed for a medical college run by him in Bhubaneswar. The episode in itself is condemnable, but it also points to a larger nexus that existed between UGC and the Medical Council of India (MCI) during the tenure of infamous Dr. Ketan Desai, who is already under prosecution.’ (\âÁaý: http://indiatoday.intoday.in/story/government-not-doing-enough-to-stems-the-rot-in-education) Asian Agee iû´û\òK Uú^û VûKe (Teena Thacker), ନୂଆଦିଲ୍ଲୀରୁ ଲେଖନ୍ତି- ‘It has been alleged that Mr.Samanta, who is a member of University Grants Commission(UGC), had used his position to forge documents to give an impression that the institute met the criteria for running an MBBS programme in 2010.’(\âÁaý: http://www.asianage.com/india/notice.orissa-college-over-mbbs——–) କିନ୍ତୁ ସ୍ଥାନୀୟ ଖବରକାଗଜ (ଉଭୟ ଓଡ଼ିଆ ଓ ଇଂରାଜୀ)ରେ ଅଚୁ୍ୟତାନନ୍ଦ ସାମନ୍ତ ଯେ ସିବିଆଇ ଜାଲରେ-ତାହା ଅଗ୍ରାଧିକାର ପାଇନାହିଁ । ରାଜ୍ୟସରକାର ସାତଜଣ ତାଙ୍କ ଅଧିନରେ କାର୍ଯ୍ୟରତ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି- ତାହାହିଁ ଏହି ପ୍ରସଙ୍ଗରେ ଅଗ୍ରାଧିକାର ପାଇଛି । ଯେପରି Times of India, ଭୁବନେଶ୍ୱର ସଂସ୍କରଣରେ ପ୍ରକାଶ ପାଇଛି, The state government on friday suspended seven doctors for faking as employees of a private medical college to save it from Medical Council of India (MCI) de-recognision’(\âÁaý:‘7doctor suspended for faking as KIMS staff.’ http:// times of india. indiatimes.com /city/bhubaneswar/7-doctor-suspended-for-faking-as-KIMS-staff/article show, 12297718.ins)
ଏହି ଲେଖାଟିରେ ଅବଶ୍ୟ ପ୍ରଘଟ ହୋଇଛି ରାଜ୍ୟ ସରକାର ଘରୋଇ ମେଡ଼ିକାଲ କଲେଜକୁ ସୁରକ୍ଷା ଦେବାପାଇଁ କେତେ ତପôର । ଏହିଭଳି ତପôରତା ନିଜ କଲେଜଗୁଡ଼ିକ ପାଇଁ ଦିଶନ୍ତା କି? ତେବେ ଯେଉଁ ଡାକ୍ତରମାନେ ନିଲମ୍ବିତ ହୋଇଛନ୍ତି ସେମାନଙ୍କର ନାମ ଓ ସେମାନେ କେଉଁଠାରେ ସରକାରୀ ଡାକ୍ତର ଭାବେ ନିଯୁକ୍ତ, ତାହା ପାଠକ ଜାଣିଲେ ବୁଝିପାରିବେ- ଏହି ଡାକ୍ତରମାନଙ୍କୁ କିମ୍ସର ଡାକ୍ତରଭାବେ ଦେଖାଇବା ପଛରେ କେଉଁମାନଙ୍କର ହାତ ଥାଇପାରେ । ଏହି ସାତଜଣ ଡାକ୍ତରଙ୍କର ନାଁହେଲା ବବଲୁ ଟୁଡ଼ୁ (ବାଦାମପାହାଡ଼, ମୟୂରଭଞ୍ଜ), ଜ୍ୟୋତିପ୍ରକାଶ ବେହେରା (ଭବାନୀପାଟଣା), ଅମୀୟଶଙ୍କର ପାଲ, (ମଧୁପୁର, କଳାହାଣ୍ଡି), ମନୋରଞ୍ଜନ ପାଣିଗ୍ରାହୀ (ପୁଲିସ ହାସପାତାଳ, ଭବାନୀପାଟଣା), ଜଗନ୍ନାଥ ହାଁସଦା (ଗଡ଼ିଆ, ମୟୂରଭଞ୍ଜ), ଜ୍ୟୋତିରଞ୍ଜନ ପ୍ରଧାନ (ରଙ୍ଗମାଟିଆ, ମୟୂରଭଞ୍ଜ) ଏବଂ ସଞ୍ଜୟ କୁମାର ସାହୁ (ମୁରିବାହାଲ ହାସପାତାଳ, ବଲାଙ୍ଗିର) । କିନ୍ତୁ ସିବିଆଇ(CBI) ଏହି ଡାକ୍ତରମାନଙ୍କ ବିରୋଧରେ ଚାର୍ଜସିଟ୍ କରିନାହିଁ । କରିଛି ଚାରିଜଣ କଓଗଝର ଅଧିକାରୀଙ୍କ ବିରୋଧରେ ଯାହା ଭିତରେ ଅଛନ୍ତି ଅଚୁ୍ୟତାନନ୍ଦ ସାମନ୍ତ । କାହିଁକି ଆମରାଜ୍ୟର ଖବରକାଗଜମାନେ ଏହିଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି- କାହିଁକି ସବୁକଥାରେ ସିବିଆଇ ତଦନ୍ତ ଦାବି କରୁଥିବା ବିରୋଧୀ ରାଜନୈତିକ ନେତୃବୃନ୍ଦ ମଧ୍ୟ ସିବିଆଇ ତଦନ୍ତର ଏଭଳି ପରିଣତିକୁ ସ୍ୱାଗତ କରିନାହାନ୍ତି- ତାହା ବାସ୍ତବିକ ଅନୁସନ୍ଧାନ ସାପେକ୍ଷ । ପରିବାର ଭିତରେ ଲଜ୍ଜାଜନକ ଘଟଣାକୁ ଢାଙ୍କିଦେବାର ଯେଉଁ ସ୍ୱାଭାବିକ ମାନସିକତା- ତାହା ଦ୍ୱାରା ଆମ ରାଜ୍ୟରେ ଖବରକାଗଜମାନେ ଆବିଷ୍ଟ ହୋଇଥିବା ଅସ୍ୱାଭାବିକ ନୁହେଁ ।
ତେବେ କୀଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆପ୍ୟାୟିତ ହୋଇଥିବା ଓ ସମ୍ମାନିତ ହୋଇଥିବା ପ୍ରଭାବୀ ବ୍ୟକ୍ତିମାନେ ଯେ ଅଚୁ୍ୟତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବେ-ଏହା ଅନେକେ ସ୍ୱାଭାବିକ ଭାବୁଥିବେ । ଏହା ହୋଇପାରେ- ହୋଇ ମଧ୍ୟ ନପାରେ । ସୁରେଶ କାଲମାଡ଼ିଙ୍କୁ ତ’ ପୁଣି ସୋନିଆ ସୁରକ୍ଷା ଦେଇପାରିଲେ ନାହିଁ ।
ତେବେ ଗଉଓର ଅଧ୍ୟକ୍ଷ ସିବିଆଇ ଦ୍ୱାରା ଗିରଫ ହେବା, AICTE ସଭ୍ୟ ସଚିବ ସିବିଆଇ ଦ୍ୱାରା ଗିରଫ ହେବାପରେ ୟୁଜିସିର ସଭ୍ୟ ଅଚୁ୍ୟତାନନ୍ଦ ସିବିଆଇ ଦ୍ୱାରା ଚାର୍ଜସିଟ୍ ହେବା ନିଶ୍ଚିତଭାବରେ ଏକ କୁପରମ୍ପରାର ଧାରାବାହିକତାର ସୂଚନା । ଏହା ଦର୍ଶାଇଛି ଉଚ୍ଚଶିକ୍ଷା ଆଜି କେଉଁଭଳି ବ୍ୟକ୍ତିମାନଙ୍କର କବ୍ଜାରେ ଅଛି ।
ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ପ୍ରୋତ୍ସାହନ ପାଇବାଦ୍ୱାରା ଉଚ୍ଚଶିକ୍ଷାରେ ମାଫିଆରାଜର ଯେ ପ୍ରତିଷ୍ଠା ହୋଇଛି- ଏହା ନିଶ୍ଚିତ । କେହି ଜଣେ ଦୁଇଜଣ ଧରା ପଡ଼ିଗଲେ ବା ଦଣ୍ଡିତ ହୋଇଗଲେ ଏହି ମାଫିଆରାଜର ବିଲୋପ ହେବନାହିଁ । ଶିକ୍ଷାକୁ ବ୍ୟବସାୟୀକରଣରୁ ମୁକ୍ତ କରିବାକୁହେବ । ଏଥିପାଇଁ ସମାଜରେ ସଂକଳ୍ପ ଅଛି ତ? -ଶୁଦ୍ରକ