କିମାଶ୍ଚର୍ଯ୍ୟମ୍

  • 17/09/2015

କୋରାପୁଟ ଜିଲ୍ଲା ପରିଷଦ ସଭାପତି ପଦ ବିଜେଡ଼ି ହାତକୁ ଚାଲିଗଲା । ସମ୍ଭବହେଲା କାରଣ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ସମର୍ଥନ ବିଜେଡ଼ିଦଳର ପ୍ରାର୍ଥୀଙ୍କୁ ଦେଇଦେଲେ । କଂଗ୍ରେସ ଦଳ ହତାଶ ହେଲେ । ସେମାନେ ଭାବିଥିଲେ ସ୍ୱାଧୀନ ପ୍ରାର୍ଥୀ ନାରାୟଣପାଟଣାର ଚାଷୀମୂଲିଆ ସଂଘ ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ଓ ଚାଷୀ ମୂଲିଆ ସଂଘର ନେତା ନାଚିକା ଲିଙ୍ଗା ଓ ଉପଦେଷ୍ଟା ଗଣନାଥ ପାତ୍ର ବିଜେଡ଼ି ସରକାରଙ୍କ ଦ୍ୱାରା ବିଭିନ୍ନ ଅଭିଯୋଗରେ ଅଭିଯୁକ୍ତ ହୋଇ ଯଥାକ୍ରମେ ଆତ୍ମଗୋପନ ଓ କାରାବରଣ କରିଥିବା ହେତୁ- ଏହି ସ୍ୱାଧୀନ ପ୍ରାର୍ଥୀ କଦାପି ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ- ବରଂ ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବେ । ଏହା ହେଲା ନାହିଁ । ଯେଉଁମାନେ ସ୍ମରଣ କରନ୍ତି ନାଚିକା ଲିଙ୍ଗା ଓ ବିଜେଡ଼ି ସାଂସଦ ଜୟରାମ ପାଙ୍ଗିଙ୍କ ପୁଅ ସହ ଏକ ମଞ୍ଚାସୀନ ହେବାର ଦୃଶ୍ୟ-ସେମାନେ ଏହିଭଳି ଘଟଣା ଦ୍ୱାରା ଆଦୌ ବିସ୍ମିତ ହୁଅନ୍ତି ନାହିଁ । ଯେଉଁମାନେ ଉଦାରତାର ସହ ବିଚାର କରନ୍ତି ଯେ ରାଜନୀତିରେ କେହି କାହାର ସବୁଦିନ ପାଇଁ ଶତ୍ରୁ ବା ମିତ୍ର ନୁହନ୍ତି, ସେମାନେ ତ ଏତାଦୃଶ ଘଟଣା ଦ୍ୱାରା ଆଦୌ ବିସ୍ମିତ ହୁଅନ୍ତି ନାହିଁ । ରାଜନୀତିରେ ସବୁ ସମ୍ଭବ- ତେଣୁ ଆଶ୍ଚର୍ଯ୍ୟ କାହିଁକି? -ଶୁଦ୍ରକ

Print Friendly, PDF & Email