ରାଜାଙ୍କର ବିଜୟ

  • 17/09/2015

୧୬-୩୧ ଫେବୃୟାରୀ/ ୧-୧୫ ମାର୍ଚ୍ଚ ୨୦୧୨

ଆଠଗଡ଼ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଗଲାଣି । ଏହା ପୂର୍ବରୁ ନବୀନ ବାବୁ ଘୋଷଣା କଲେ ଯେ ଆଠଗଡ଼ରୁ ବିଜେଡ଼ି ପ୍ରାର୍ଥୀ ହେବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା । ନବୀନବାବୁ ଏହି ଘୋଷଣାବେଳେ ଆଶା ବ୍ୟକ୍ତ କରିଛନ୍ତି ଯେ ରାଜା ଆଠଗଡ଼ବାସୀଙ୍କର ଆଶୀର୍ବାଦ ପାଇବେ ।
ରାଜାଙ୍କ ପ୍ରତି ଆଠଗଡ଼ବାସୀଙ୍କର ଆଶୀର୍ବାଦରେ କୌଣସି ସମୟରେ ଅଭାବ ଦେଖାଯାଇ ନାହିଁ । ଏହା ହୋଇଥିଲେ ଦୁଇ ଦଶନ୍ଧିରୁ ଊଦ୍ଧ୍ୱର୍ ସେ ଆଠଗଡ଼ବାସୀଙ୍କୁ ପ୍ରତିନିଧିତ୍ୱ କରିନଥାନ୍ତେ । ଏପରିକି ଗତ ନିର୍ବାଚନରେ- ଯେତେବେଳେ ତାଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ବଞ୍ଚôତ କରାଗଲା, ସେତେବେଳେ ମଧ୍ୟ ତାଙ୍କର ସମର୍ଥିତ ପ୍ରାର୍ଥୀ ରମେଶ ରାଉତ ଓରଫ ଚକରାଙ୍କୁ ଆଠଗଡ଼ବାସୀ ନିର୍ବାଚିତ କରି ରାଜାଙ୍କ ପ୍ରତି ସମର୍ଥନକୁ ବ୍ୟକ୍ତ କଲେ । ଏହା ତ ଭିନ୍ନ କଥା ଯେ ବିଜେଡ଼ି ରାଜନୀତିର ଅମୋଘ ଅସ୍ତ୍ର ‘କୃତଘ୍ନତା’- ଦ୍ୱାରା ରମେଶଙ୍କୁ ସଜ୍ଜିତ କରିଦିଆଗଲା ଓ ରମେଶ ତାହାକୁ ପ୍ରୟୋଗ କଲେ । ନ୍ୟାୟାଳୟ ଦ୍ୱାରା ରାଜା ବିଜୟୀ ହେଲେ । ରାଜାଙ୍କର ଆକ୍ରମଣ ଭାବମୂର୍ତ୍ତି ସହ ଯେଉଁମାନେ ପରିଚିତ ଥିଲେ- ସେମାନେ ସ୍ୱାଭାବିକ ନିରାଶ ହେଲେ । କିନ୍ତୁ ଯେଉଁମାନେ ସହାନୁଭୂତିର ସହ ରାଜାଙ୍କର ଆଚରଣକୁ ବିଚାରକଲେ- ସେମାନେ ରାଜାଙ୍କର ରାଜନୈତିକ ପରିପକ୍ୱତା ପ୍ରତି ଇଙ୍ଗିତ କଲେ ।
ନ୍ୟାୟାଳୟରେ ବିଜୟ ଓ ସମ୍ପୂର୍ଣ୍ଣ ନୀରବତା- ରାଜାଙ୍କ ସପକ୍ଷରେ ଗଲା । ବିଜେଡ଼ିର ରାଜାଙ୍କୁ ବିଜେଡ଼ିର ପ୍ରାର୍ଥୀଭାବେ ଘୋଷଣା କରିବା ବ୍ୟତୀତ ନବୀନଙ୍କର ଆଉ କୌଣସି ଅନ୍ୟ ପନ୍ଥା ନଥିଲା ବୋଲି ଯଦି ବିଚାର କରାଯାଏ- ତା’ହେଲେ ରାଜାଙ୍କର ରାଜନୈତିକ ବିଜୟ ହୋଇଛି ବୋଲି କହିବାକୁ ହେବ ।
ନବୀନଙ୍କ ବକ୍ତବ୍ୟ ଅନୁସାରେ ନିର୍ବାଚନରେ ବିଜୟ ଆଠଗଡ଼ବାସୀଙ୍କର ରାଜାଙ୍କ ପ୍ରତି ଆଶୀର୍ବାଦ ଉପରେ ନିର୍ଭର କରୁଛି । ତେବେ ଆଠଗଡ଼ବାସୀଙ୍କ ଆଶୀର୍ବାଦ ରାଜାଙ୍କ ନିର୍ବାଚନୀ ବିଜୟ ପାଇଁ କ’ଣ ଯଥେଷ୍ଟ? ଏ ପ୍ରଶ୍ନ ଶୁଦ୍ରକକୁ ଦଂଶନ କରୁଛି ।
-ଶୁଦ୍ରକ

Print Friendly, PDF & Email