“୮-୦”

  • 17/09/2015

“୮-୦”କ୍ରିକେଟ ପାଗଳ ଭାରତବର୍ଷରେ- ଧାରାବାହିକ ଭାବେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ଗୋଟିଏ ପରେ ଗୋଟିଏ ୮ଟି ଟେଷ୍ଟ ମ୍ୟାଚରେ ହାରିଯିବା ଯେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା , ଏଥିରେ ସନେ୍ଦହ ନାହିଁ । ସମୁଦାୟ କ୍ରିକେଟ ଜଗତ ପାଇଁ ଏହା ଏକ ବିଡ଼ମ୍ବନା ଯେ ଏକଦିବସୀୟ କ୍ରିକେଟରେ ବିଶ୍ୱ ଚମ୍ପିଆନ ଭାରତ ପାଞ୍ଚ ଦିବସୀୟ ଟେଷ୍ଟ ମ୍ୟାଚରେ ଚିତ୍ପଟାଙ୍ଗ । ଉଘଘ-ଓଈଘକୁ ଏକ ସାକ୍ଷାତକାର ଦେଇ କ୍ରିକେଟ ଜଗତର ଅନ୍ୟତମ ପ୍ରବାଦ ପୁରୁଷ ପାକିସ୍ଥାନ ଦଳର ଏକଦା ଅଧିନାୟକ ଇମ୍ରାନ ଖାଁ କୁହନ୍ତି ଯେ, ଏହିଭଳି ପରାଜୟର ଯଦି ମୁଁ ଶିକାର ହୋଇଥାନ୍ତି- ତା’ହେଲେ ମୁଁ କ୍ରିକେଟରୁ ବିଦାୟ ନେଇସାରିଥାନ୍ତି । ତେବେ ଆମର ଖେଳାଳୀମାନେ ଯେଉଁମାନେ ଆଇ.ପି.ଏଲ୍ରେ କୋଡ଼ିଏ ଓଭର ଖେଳି ପ୍ରଚୁର ଅର୍ଥର ସ୍ୱାଦ ପାଇଗଲେଣି, ସେମାନେ ଏହି ପରାଜୟ ଦ୍ୱାରା ପ୍ରଭାବିତ ହେବାକୁ ନିଶ୍ଚୟ ଶସ୍ତା ଭାବାବେଗ (Cheap Sentimentality) ବୋଲି ହିଁ ଭାବିବେ । ତେଣୁ ହେବାକୁ ଥିବା ଆଇ.ପି.ଏଲ୍ରେ ଆମେ ଏହି ସମସ୍ତ ଖେଳାଳୀଙ୍କୁ ପଇସା ଗୋଟାଉ ଥିବାର ଦେଖିବା- ଏଥିରେ ଶୁଦ୍ରକର ତିଳେମାତ୍ର ସନେ୍ଦହ ନାହିଁ ।
ତେବେ ଏହିଭଳି ପରାଜୟ ଯେ, ସଚିନ ତେନ୍ଦୁଲକରଙ୍କୁ ଭାରତରନô ଦେବାର ଉଦ୍ୟମକୁ ନିରର୍ଥକ କରିଦେଲା, ଏଥିରେ ସନେ୍ଦହ ନାହିଁ । ବି.ସି.ସି.ଆଇ (Board of Cricket Council of India)ର ସାହସ ହେଲାନାହିଁ ସଚିନ ତେନ୍ଦୁଲକରଙ୍କର ନାଁକୁ ଭାରତରନô ପାଇଁ ସୁପାରିଶ କରିବାକୁ । କିନ୍ତୁ ଦୁର୍ଭାଗ୍ୟ ଯେ କ୍ରୀଡ଼ା ମନ୍ତ୍ରଣାଳୟ ହକି ଜଗତର ପ୍ରବାଦ ପୁରୁଷ ଧ୍ୟାନଚାନ୍ଦଙ୍କୁ ମରଣୋତ୍ତର ଭାରତରନô ପାଇଁ ସୁପାରିଶ କରିଥିଲେ ହେଁ-ଏବର୍ଷ କାହାରିକୁ ଭାରତରନô ଦିଆଯିବ ନାହିଁ ବୋଲି ପ୍ରକାଶ ପାଇଥିବା ସମ୍ବାଦ ସୂଚାଇ ଦେଉଛି ଯେ ଧ୍ୟାନଚାନ୍ଦଙ୍କୁ ଭାରତରନô ଦିଆଯାଉ ନାହିଁ । କହିବା ବାହୁଲ୍ୟ ଯେ ଧ୍ୟାନଚାନ୍ଦଙ୍କର ଅଧିନାୟକତ୍ୱରେ ତକ୍ରାଳୀନ ହକିଦଳ ଭାରତକୁ କ୍ରୀଡ଼ା ଜଗତରେ ପ୍ରଥମଥର ପାଇଁ ଆନ୍ତର୍ଜାତୀୟ ସମ୍ମାନ ଆଣିଦେଇଥିଲା । ଯଦି ଖେଳରେ ଭାରତରନôର କେହି ପ୍ରଥମ ଅଧିକାରୀ ହୁଅନ୍ତି- ସେ ଧ୍ୟାନଚାନ୍ଦ ହିଁ ହେବା ଉଚିତ ।
ତେଣୁ ଧ୍ୟାନଚାନ୍ଦ ଏ’ବର୍ଷ ନପାଇବା-ସଚିନ ତେନ୍ଦୁଲକରଙ୍କ ପାଇଁ ଲବି କରୁଥିବା ଗୋଷ୍ଠୀର ଚକ୍ରାନ୍ତ ନୁହେଁ ତ? ବହୁଦେଶୀୟ କମ୍ପାନୀ ପ୍ରସ୍ତୁତ ସାମଗ୍ରୀର ବିଜ୍ଞାପନ କରୁଥିବା ସଚିନ ଭାରତରନô ହୋଇଗଲେ- ଏହି ସାମଗ୍ରୀଗୁଡ଼ିକର ବଜାରରେ କାଟ୍ତି କିପରି ବଢ଼ିଯିବ- ଭାବନ୍ତୁ ତ!
-ଶୁଦ୍ରକ

Print Friendly, PDF & Email