ଏଠି ରନôାକର କହି- ଦସୁ୍ୟ ରନôାକରଙ୍କୁ ହିଁ ସ୍ମରଣ କରାଯାଉଛି- ଯିଏ ପରେ ଋଷି ବାଲ୍ମିକୀ ହେଲେ ଓ ରାମାୟଣର ରଚନା କଲେ । ଏହି ପରିବର୍ତ୍ତନ ସମ୍ପର୍କରେ ଅତି ଜନପ୍ରିୟ କିମ୍ବଦନ୍ତୀ ହେଉଛି ଏହିପରି ।
ଲୁଟ୍କରି, ଅସତ୍ ଉପାୟରେ ଧନ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁ କରୁ ଦସୁ୍ୟ ରନôାକର ଜାଣିବାକୁ ଚାହିଁଲା ଯେ ଯେଉଁମାନଙ୍କର ସେ ଏହିଭଳି ଅସତ୍ ଧନଦ୍ୱାରା ପ୍ରତିପୋଷଣ କରୁଛି- ସେମାନେ ତା’ପାପର ଭାଗିଦାରୀ ହେବେ ନା ନାହିଁ । ଦସୁ୍ୟ ରନôାକରଙ୍କର ପନôୀ ମନା କଲେ । ‘ତୁମର ଦାୟିତ୍ୱ ଆମର ପ୍ରତିପୋଷଣ କରିବା । ତୁମେ କେଉଁଠୁ ପଇସା ଆଣୁଛ, କିପରି ଆଣୁଛ-ସେଗୁଡ଼ିକ ସହିତ ଆମର ସମ୍ପର୍କ କ’ଣ? ତେଣୁ ତୁମେ ଯାହା କରୁଛ ସେଥିପାଇଁ ତୁମେ ହିଁ ଦାୟୀ । ଆମେ କାହିଁକି ତୁମ ପାପର ଭାଗିଦାରୀ ହେବୁ?’ ଏହିଭଳି ଉତ୍ତର ଦସୁ୍ୟ ରନôାକରଙ୍କୁ ମର୍ମାହତ କଲା । ତାଙ୍କର ଅର୍ଦ୍ଧାଙ୍ଗିନୀ ମଧ୍ୟ ତାଙ୍କର ପାପର ଭାଗୁଆଳୀ ନୁହନ୍ତି! ସେ ତେଣୁ ପରିବାର ଛାଡ଼ିଲେ, ଦସୁ୍ୟ ପ୍ରବୃତ୍ତରୁ ନିଜକୁ ମୁକ୍ତ କଲେ ଓ ଋଷି ହୋଇଗଲା ।
ରନôାକରଙ୍କ ପନôୀ ପରି ଆମର ପୁରସ୍କାର ଓ ସମ୍ମାନବୁଭୁକ୍ଷୁ ସାହିତି୍ୟକ, ସଙ୍ଗୀତଜ୍ଞ, ବୈଜ୍ଞାନିକ, ସମାଜର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତି- କଦାପି ପ୍ରଶ୍ନ କରନ୍ତି ନାହିଁ ଯେ ଯେଉଁ ସୁସମ୍ମାନ ସେମାନେ ପାଉଛନ୍ତି- ତାହାର ଆର୍ଥିକ ଉତ୍ସ କେଉଁଠି? ଯିଏ ଦେଉଛି ତାହାର ପୃଷ୍ଠଭୂମି କ’ଣ? ଏହିଭଳି ଉଦାସୀନତା ଯୋଗୁଁ- ଆଜି ବହୁ ଘରୋଇ ଅନୁଷ୍ଠାନମାନ ତାଙ୍କର ବିଶ୍ୱସନୀୟତା ବଢ଼ାଇବା ପାଇଁ ଓ ବହୁ କଳାକାର୍ଯ୍ୟରେ ସମ୍ପୃକ୍ତିକୁ ଢାଙ୍କିବା ପାଇଁ -ରଙ୍ଗିନ ସମାବେଶମାନ କରାଇ ସମାଜର ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତି ଓ ପ୍ରଚାରିତ ହୋଇଥିବା ସାହିତି୍ୟକ, ସଙ୍ଗୀତଜ୍ଞ ଇତ୍ୟାଦି ସୃଜନଶୀଳ ବ୍ୟକ୍ତିଙ୍କର ପୁରସ୍କାର ଓ ସମ୍ମାନର କ୍ଷୁଧା ନିବାରଣ କରୁଛନ୍ତି । ଏହି ଅନୁଷ୍ଠାନଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି । ଅବଶ୍ୟ ଯେଉଁ ସଙ୍ଗଠନମାନେ ପୁରସ୍କାର ଓ ସମ୍ମାନ ବୁଭୁକ୍ଷୁଙ୍କର ପୃଷ୍ଠପୋଷକତାରେ ନିଶ୍ୱାସ-ପ୍ରଶ୍ୱାସ ନେଉଛନ୍ତି ଓ ପାଇଥିବା ଅର୍ଥକୁ ଦେଇଥିବା ବୁଭୁକ୍ଷୁଙ୍କ ମଧ୍ୟରେ ‘ପୁରସ୍କାର’ ଓ ‘ସମ୍ମାନ’ର ଲେବେଲ ମାରି ବିତରଣ କରୁଛନ୍ତି ଓ ଗଣମାଧ୍ୟମରେ ପ୍ରଚାରିତ କରାଇ ସାହିତି୍ୟକ ଗୋଷ୍ଠୀର ସମ୍ପ୍ରସାରଣ କରୁଛନ୍ତି- ତାଙ୍କୁ ଆମେ ଏକ ଭିନ୍ନ ସ୍ତରରେ ରଖିଛୁ ।
ତେବେ କିମ୍ବଦନ୍ତୀ ରନôାକରଙ୍କ ପରି ଆଜିର ରନôାକରମାନଙ୍କର ହୃଦୟ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ ବୋଲି ମନେହେଉଛି, କାରଣ ରନôାକରଙ୍କ ପନôୀ ପରି ଆମର ପୁରସ୍କାର ବୁଭୁକ୍ଷୁ ସାହିତି୍ୟକ, କଳାକାର ପଦାଧିକାରୀମାନେ ରନôାକରମାନଙ୍କର ପାପରେ ଭାଗୁଆଳୀ ହେବେ ନା ନାହିଁ- ସେପରି ପ୍ରଶ୍ନର ସିଧାସଳଖ ସମ୍ମୁଖୀନ ହୋଇନାହାନ୍ତି । ପୁରସ୍କାର ଓ ସମ୍ମାନର କ୍ଷୁଧା-ତ ବିବେକକୁ ଅନ୍ଧ କରିଦେଇଛି ।
-ଶୁଦ୍ରକ