ହାତୀ-କୁକୁର ଉପାଖ୍ୟାନ

  • 17/09/2015

ହାତୀ ଚାଲୁଥିବ- କୁକୁର ଭୁକୁଥିବ- ଏହି ଉକ୍ତିର ଉଚ୍ଚାରଣ ବେଶ୍ ହେଉଥିବାର ପରିଲକ୍ଷିତ ହେଉଛି । ବିଶେଷତଃ ଯେତେବେଳେ କଳାଧନ, କଳାକାର୍ଯ୍ୟ, ମିଥ୍ୟା ପ୍ରଚାର ଦ୍ୱାରା ସ୍ଫୀତ ‘ହାତୀ’ମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଓ ତା’ ସହିତ ବୃଦ୍ଧିପାଉଛି ଏହି ‘ହାତୀ’ମାନଙ୍କର ଅସଲରୂପକୁ ପଦାରେ ପକାଇବା ପାଇଁ ସାମାଜିକ ଦାୟିତ୍ୱ ପ୍ରତି ଅନୁରକ୍ତ, ସଚେତନ ‘କୁକୁର’ମାନଙ୍କର ସଂଖ୍ୟା । ଅର୍ଥବଳରେ ଗଣମାଧ୍ୟମକୁ ପ୍ରଭାବିତ କରିପାରୁଥିବା ଏହି ‘ହାତୀ’ମାନେ – ନିଜ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଜରିଆରେ ଉପରୋକ୍ତ ଉକ୍ତିଟିର ଉଚ୍ଚାରଣ ବାରମ୍ବାର କରି ଆତ୍ମତୃପ୍ତି ଲାଭ କରୁଥିବା ଏକ ସାଧାରଣ ଦୃଶ୍ୟ ହୋଇଛି । ଏହିଭଳି ଉକ୍ତିର ଉଦେ୍ଧଶ୍ୟ ଯେ ‘ହାତୀ’ମାନଙ୍କର କଳା କାରନାମା, ମିଥ୍ୟା ପ୍ରଚାରକୁ ଉନ୍ମୋଚିତ ପାଇଁ ଉଦ୍ୟମ କରୁଥିବା ସମାଜ ଅନୁରକ୍ତ, ସଚେତନ ‘କୁକୁର’ ମାନଙ୍କୁ ହତୋତ୍ସାହିତ କରିବ ଏଥିରେ ସନେ୍ଦହ ନାହିଁ ।
କିନ୍ତୁ ଯେଉଁମାନେ ବୁଝିଛନ୍ତି ଯେ ‘ହାତୀ’ର ‘ବିଶାଳତା’ ପ୍ରହେଳିକା, ମିଥ୍ୟା ଓ ଅନ୍ୟାୟ ଆଶ୍ରିତ ଓ ‘କୁକୁର’ର ‘କ୍ଷୁଦ୍ରତା’ ଓ ତା’ର ‘ଭୁକିବା’ ଏହି ପ୍ରହେଳିକା, ମିଥ୍ୟା ତଥା ଅନ୍ୟାୟ ସମ୍ପର୍କରେ ସମାଜକୁ ସତର୍କ କରିଦେବା ପାଇଁ ଉଦ୍ଧିଷ୍ଟ, ସେମାନେ ହାତୀ-କୁକୁର ଉପାଖ୍ୟାନର ଏକ ସକାରାତ୍ମକ ବ୍ୟପୃତ୍ତ ଦ୍ୱାରା ହିଁ ଉତ୍ସାହିତ ହେବେ ଓ ‘ବିଶାଳତା’ର ଭ୍ରମ ସୃଷ୍ଟି କରୁଥିବା ଏହି ଅନ୍ତଃସାର ଶୂନ୍ୟ ‘ହାତୀ’ଗୁଡ଼ିକର ପ୍ରକୃତ ସ୍ୱରୂପକୁ ଲୋକଲୋଚନକୁ ଆଣିବା ପାଇଁ ଅନବରତ ‘ଭୁକୁଥିବା’ ସମାଜ ପ୍ରତି ଅନୁରକ୍ତ ‘କୁକୁର’ମାନଙ୍କୁ ଅଭିନନ୍ଦନ ଜଣାଇବେ । -ଶୁଦ୍ରକ

Print Friendly, PDF & Email