ଓରିଶା (Orissa) ଓଡ଼ିଶା (Odisha)ହେଲା-ବାଣଫୁଟିଲା
ଆମେ ଓଡ଼ିଆଭାଷାରେ ଲେଖିଲାବେଳେ ସବୁବେଳେ ଓଡ଼ିଶା ହିଁ ଲେଖୁଥିଲୁ । କିନ୍ତୁ ଇଂରାଜୀ ଭାଷାରେ, ସମ୍ବିଧାନର ଭାଷା ତାଲିକାରେ ଓଡ଼ିଆକୁ ଓରିଆ (Oriya) ଲେଖା ହେଉଥିଲା- ପ୍ରଦେଶର ନାଁ ଓରିଶା (Orissa) ଲେଖା ହେଉଥିଲା । ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ପରଠାରୁ ଏଯାବତ୍ ଅର୍ଥାତ ୪ନଭେମ୍ବର ୨୦୧୧ପର୍ଯ୍ୟନ୍ତ ‘ଡ଼’ସ୍ଥାନରେ ‘ର’ହିଁ କାଏମ ଥିଲା । ଇତ୍ୟବସରରେ ସାହିତି୍ୟକ ମୁଖ୍ୟମନ୍ତ୍ରୀ, ଓଡ଼ିଆଭାଷାକୁ ସରକାରୀ ଭାଷାଭାବେ ପ୍ରଚଳନ କରାଇଥିବା ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିଥିଲେ ମଧ୍ୟ ଆଦୌ ଓଡ଼ିଆ କହିପାରୁ ନଥିବା ମୁଖ୍ୟମନ୍ତ୍ରୀଙ୍କ ଶାସନ ସମୟରେ ଏହିଭଳି ରୂପାନ୍ତର ବାସ୍ତବିକ ଏକ ‘ସଫଳତା’ । ବିଜୁପୁତ୍ର ନବୀନଙ୍କୁ ଦୀର୍ଘ ଏଗାର ବର୍ଷ ଭିତରେ ଓଡ଼ିଆ କୁହାଇ ନପାରିଥିବା ଓଡ଼ିଶାର ଓଡ଼ିଆଭାଷୀ ଜନସାଧାରଣ-ଏହି ରୂପାନ୍ତର ଯୋଗୁଁ ଅଣଓଡ଼ିଆଙ୍କ ମୁହଁରୁ ଓ ଲେଖନୀରୁ Orissaପରିବର୍ତ୍ତେ Odisha ଓ ଙକ୍ସସଚ୍ଚବ ପରିବର୍ତ୍ତେ ଙୟସବ ଶୁଣି ଓ ଦେଖି ନିଶ୍ଚିତ କୃତ୍ୟକୃତ୍ୟ ହୋଇଯିବେ । ତେଣୁ ବାଣଫୁଟିଲା ଓ ୫ତାରିଖରେ ହେଲା ଛୁଟି । ଶୁଦ୍ରକର ପ୍ରସ୍ତାବ ଯେପରି ୧ଏପ୍ରିଲକୁ ଆମେ ‘ଉକ୍ରଳ ଦିବସ’ଭାବେ ପାଳନ କରି ୧ଏପ୍ରିଲ ୧୯୩୬ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇଥିବା ଐତିହାସିକ ଘଟଣାକୁ ସ୍ମରଣ କରୁଛୁ- ସେହିଭଳି ୫ନଭେମ୍ବରକୁ ‘ଓଡ଼ିଶା ଦିବସ’ଭାବେ ପାଳନ କରାଯାଇ Orissaରୁ Odishaହେବା ଓ Oriya odia ହେବା ଭଳି ଏକ ଐତିହାସିକ ‘ସ୍ୱାଧୀନତା’କୁ ଆଗାମୀ ବଂଶଧରଙ୍କ ପାଇଁ ସ୍ମରଣୀୟ କରିଦିଆଯାଉ । ଏହାଫଳରେ ସରକାରୀ ବାବୁମାନଙ୍କ ପାଇଁ ଓ ଛୁଟିକାମୀ ବୃତ୍ତଜୀବୀ ଓଡ଼ିଆଙ୍କ ପାଇଁ ଗୋଟିଏ ଦିନ ଅଧିକ ଛୁଟି ତ’ ମିଳିବ । -ଶୁଦ୍ରକ