କଅଁଳୁଛି ମେରୁଦଣ୍ଡ

  • 17/09/2015

୧-୧୫ ସେପ୍ଟେମ୍ବର ୨୦୧୧

ବିଜେଡ଼ିର ଉପସଭାପତି ଦାମୋଦର ରାଉତ ଦ୍ୱିତୀୟଥର ପାଇଁ ମନ୍ତ୍ରିମଣ୍ଡଳରୁ ବାଧ୍ୟ ହୋଇ ଇସ୍ତଫା ଦେବାପରେ- ନିଜଦଳ ସମ୍ପର୍କରେ, ନିଜ ଦଳର ମନ୍ତ୍ରୀଙ୍କ ବିରୁଦ୍ଧରେ ଓ ସର୍ବୋପରି ବିଜେଡ଼ିର ପ୍ରକୃତ ସୁପ୍ରିମୋ ପ୍ୟାରୀମୋହନ ମହାପାତ୍ରଙ୍କ ବିରୁଦ୍ଧରେ ଯେପରି ବିଭିନ୍ନ ମନ୍ତବ୍ୟମାନ ଦେବା ଆରମ୍ଭ କରିଛନ୍ତି ଓ ତାଙ୍କୁ ପ୍ରତ୍ୟକ୍ଷରେ ନିଲମ୍ବିତ ବିଜେଡ଼ି ସଭ୍ୟ ତଥା ବିଧାୟକ ଦେବାଶୀଷ ନାୟକ ସମର୍ଥନ କରୁଛନ୍ତି ତଥା ପରୋକ୍ଷରେ ବହୁ ବିଜେଡ଼ି ବିଧାୟକ ସମର୍ଥନ କରୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି- ସେଥିରୁ ଏକ ସୁଖକର ନିଷ୍କର୍ଷ ହେଉଛି ଯେ ବିଜେଡ଼ିର ମେରୁଦଣ୍ଡ କଅଁଳୁଛି । ଯେଉଁମାନେ ଏକଦା ପ୍ରବଳ ଗର୍ଜନ ତର୍ଜନ କରିବାର ସାମର୍ଥ୍ୟ ଦେଖାଇ ପାରୁଥିଲେ,ସେମାନଙ୍କର ମେରୁଦଣ୍ଡ ଇତ୍ୟବସରରେ ସଙ୍କୁଚିତ ହୋଇଯିବା ପରେ-ଅନ୍ୟମାନଙ୍କ ଠାରେ ମେରୁଦଣ୍ଡ କଅଁଳିବା ଏକ ସ୍ୱାଗତଯୋଗ୍ୟ ଦୃଶ୍ୟ । ଶୁଦ୍ରକ ଆଶାକରିବ ଯେ ଏହି କଅଁଳ ମେରୁଦଣ୍ଡ ଖୁବ୍ ଶୀଘ୍ର ଟାଣ ହୋଇଯାଉ ଓ ଓଡ଼ିଆ ଜାତିର ସ୍ୱାର୍ଥରକ୍ଷା ତାଙ୍କର ମସ୍ତିଷ୍କକୁ ଆଚ୍ଛାଦିତ କରୁ । -ଶୁଦ୍ରକ

Print Friendly, PDF & Email