ରାଜୀବ ଦୀକ୍ଷିତ

  • 17/09/2015

ଓଡ଼ିଶାବାସୀ ରାଜୀବ ଦୀକ୍ଷିତଙ୍କ ସହ ଅପରିଚିତ ନୁହନ୍ତି । ତାଙ୍କର କ୍ୟାସେଟ ଇତ୍ୟାଦି ବାହାରି ତାଙ୍କୁ ସର୍ବଭାରତୀୟ ଖ୍ୟାତି ଦେବା ପୂର୍ବରୁ ସେ ଓଡ଼ିଶାକୁ ବହୁବାର ଆସିଛନ୍ତି ଓ ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ତଥା ଯୁବସଙ୍ଗଠନ ଗୁଡ଼ିକୁ ସେ ବହୁଦେଶୀୟ କମ୍ପାନୀମାନଙ୍କ ବିରୋଧରେ ଉଦ୍ବୋଧନ ଦେଇଛନ୍ତି । ସେତେବେଳେ ସେ ପ୍ରଫେସର ବନୱାରୀ ଲାଲ୍ ଶର୍ମାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଜାଦୀ ବଚାଓ ଆନେ୍ଦାଳନର ଜଣେ ପ୍ରମୁଖ ପ୍ରବକ୍ତା ଥିଲେ । ଶୁଦ୍ରକ ସହ ତାଙ୍କର ବ୍ୟକ୍ତିଗତ ପରିଚୟ ଥିଲା । ପୋସ୍କୋ ପ୍ରତିରୋଧ ଆନେ୍ଦାଳନର ସମ୍ପ୍ରତି ପ୍ରବକ୍ତା ପ୍ରଶାନ୍ତ ପାଇକରାୟଙ୍କ ସହ ତାଙ୍କର ମଧ୍ୟ ଘନିଷ୍ଠ ସମ୍ପର୍କ ଥିଲା । ଶେଷରେ ତାଙ୍କ ସହ ଦେଖା ହୋଇଥିଲା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରର୍ସରେ ଏକ ବିରାଟ ସଭାରେ । ତା’ପରେ ତାଙ୍କର ଭାଷଣର କ୍ୟାସେଟ ବାହାରିବା ଆରମ୍ଭ ହୋଇଯାଇଥିଲା । ତାଙ୍କର ତଥ୍ୟପୂର୍ଣ୍ଣ ଅଭିଭାଷଣ ଓ ଚମକ୍ରାର ପରିବେଷଣ ଶୈଳୀ ତାଙ୍କୁ ଯୁବସମାଜ ପାଖରେ ଏକ ଅନୁକରଣୀୟ ବ୍ୟକ୍ତିତ୍ୱ ଭାବେ ଗଢ଼ି ତୋଳିଥିଲା । ସମ୍ପର୍କ ପାୟଃ ଆଉ ନଥିଲା ଇନ୍ଷ୍ଟିଚୁ୍ୟଟ୍ ଅପ୍ ଇଞ୍ଜିନିୟର୍ସ ସଭାପରେ । ହଠାତ୍ ଗତବର୍ଷ ଗୋଟିଏ ଛୋଟିଆ ସମ୍ବାଦ ନଜରରେ ପଡ଼ିଲା ଯେ ୩୦ ନଭେମ୍ବର ୨୦୧୦ଦିନ ଭାରତ ସ୍ୱାଭିମାନ ଆନେ୍ଦାଳନର ସାଧାରଣ ସମ୍ପାଦକ ରାଜୀବ ଦୀକ୍ଷିତଙ୍କର ହୃଦ୍ଘାତରେ ଭିଲାଇଠାରେ ମୃତୁ୍ୟ ହୋଇଛି । ଭାରତ ସ୍ୱାଭିମାନ ଆନେ୍ଦାଳନର ମୁଖ୍ୟ ଲୋକ ଯେ ଯୋଗଶିକ୍ଷକ ରାମଦେବ-ଓ ରାମଦେବଙ୍କ ସହ ସେ କାର୍ଯ୍ୟ କରୁଥିଲେ- ଏହି ମୃତୁ୍ୟ ସମ୍ବାଦ ପଢ଼ିବା ପରେ ହିଁ ଏହି ଲେଖକ ଜାଣିଲା । ଆଶ୍ଚର୍ଯ୍ୟ ଲାଗିଲା ଯେ ବହୁମୂତ୍ର, ରକ୍ତଚାପ, ହୃଦ୍ଘାତ, କ୍ୟାନ୍ସର, ଏଡ଼ସ ଇତ୍ୟାଦି ବେମାରୀରୁ ମୁକ୍ତି ଦେଉଛନ୍ତି ବୋଲି ଦାବି କରୁଥିବା ରାମଦେବଙ୍କର ଯୋଗାଭ୍ୟାସ ଭିତରେ ଥିବା ସୁସ୍ଥ ସବଳ ଓ ମାତ୍ର ୪୩ବର୍ଷ ବୟସ୍କ ରାଜୀବ ଦୀକ୍ଷିତଙ୍କର ହୃଦ୍ଘାତରେ ମୃତୁ୍ୟ ହେଲା କିପରି? ମୋ ମନରେ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଯେତେବେଳେ ମୁଁ ଇଣ୍ଟରନେଟ୍ର ଆଶ୍ରୟ ନେଲି ସେତେବେଳେ ପାଇଲି ନିମ୍ନୋକ୍ତ ସୂଚନା- ଯାହା ମନମୋହନ ମକ୍କଡ଼ ନାମତଳେ ଉଲ୍ଲେଖ କରାଯାଇଛି ।
‘ went to Delhi to attend the funeral of Rajiv Bhai at Haridwar. I reached there before time. I saw the body which had grown bluish black and I doubt he was poisoned. We all friends questioned Pradeep Dixit (Rajiv’s brother) and Ramdev Maharaj, the owner of Patanjali Ashram, where the body was kept- why is the body not been postmortemed. He gave foolish answer-that if ‘something serious be’s the reason of his death, I will be blamed for it and my Patanjali will be ruined. Hence I can’t tolerate who be’s the reason for ruining my name and fame. I will not allow anyone to go against our name and fame. I am serious and I have powers to destory him.’
‘Hence I doubt that Rajiv Bhai had been given poison and he had not died a normal death.’ (\âÁaý: http:// perfectfreedomblogspot.com/2010/12/reasons-of-death-of-Rajiv-dixit.html)
ହୃଦ୍ଘାତ ନୁହେଁ, ରାଜୀବଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଛି ବୋଲି ଉପରୋକ୍ତ ସୂଚନାରେ ସନେ୍ଦହ କରାଯାଇଛି । ମୃତ ଶରୀରର ପୋଷ୍ଟମର୍ଟମ୍ ନହେବା ଓ ରାମଦେବ କୌଣସି ଆଗ୍ରହ ନ ନେବା ରାଜୀବଙ୍କର ବନ୍ଧୁମାନଙ୍କୁ ସ୍ୱାଭାବିକ ବ୍ୟଥିତ କରିଛି । ଏହି ୱେବ୍ସାଇଟ୍ରେ ଆଉ ଜଣେ ତାଙ୍କର ପ୍ରତିକ୍ରିୟାରେ ଲେଖିଛନ୍ତି,- ‘What makes me think more is why Ramdev Baba did nothing to solve conspiracy or even raise the issue. How can he simply believe that it was natural death caused by cardiac arrest. Another thing is to be noticed that where is Ramdev Baba’s Guru. There has been no news of him since he was reported missing and there has been no comment from Ramdev Baba side on that issue. There is a chance that he may have suffered same fate as dixit.
ଅର୍ଥାତ ରାଜୀବ ଦୀକ୍ଷିତଙ୍କର ମୃତୁ୍ୟ ଯେତିକି ସନେ୍ଦହଜନକ, ତାଙ୍କ ମୃତୁ୍ୟଉପରେ ରାମଦେବଙ୍କର ନୀରବତା ସେତିକି ଆଶ୍ଚର୍ଯ୍ୟଜନକ । ରାଜୀବ ଦୀକ୍ଷିତଙ୍କ ମୃତୁ୍ୟରେ ଯେ ଜଣେ ନିଷ୍ଠାପର ସ୍ୱଦେଶୀଙ୍କୁ ଆମେ ହରାଇଛୁ- ତାହା କହିବା ବାହୁଲ୍ୟ ମାତ୍ର । ସେ ଭାରତର ଯୁବସମାଜ ପାଇଁ ଏକ ଅନୁକରଣୀୟ ଉଦାହରଣ ହୋଇ ରହିବେ ବୋଲି ଶୁଦ୍ରକର ବିଶ୍ୱାସ ।
-ଶୁଦ୍ରକ

Print Friendly, PDF & Email