ଅପହରଣର ସୁଖାନ୍ତ ପରେ

  • 17/09/2015

୧୬-୩୦ ମାର୍ଚ୍ଚ, ୨୦୧୧

ମାଲକାନଗିରିର ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କର ଅପହରଣ ଓ ଅପହର୍ତ୍ତାଙ୍କଠାରୁ ନିଦେ୍ର୍ଧାଷ ପ୍ରମାଣପତ୍ର ନେଇ ପ୍ରତ୍ୟାବର୍ତ୍ତନ ପରେ ଦୁଇପ୍ରକାର ସମ୍ବାଦ ଗଣମାଧ୍ୟମରେ ଦୃଶ୍ୟମାନ । ଗୋଟିଏ ସମ୍ବାଦରେ ଭିନିଲ କ୍ରିଷ୍ଣାଙ୍କ ମୁକ୍ତି ପଛରେ ଥିବା ସର୍ତ୍ତଗୁଡ଼ିକ ପ୍ରତି ନିଷ୍ଠାବାନ ହେବାକୁ ସରକାରଙ୍କୁ ଆହ୍ୱାନର ପ୍ରତିଧ୍ୱନି ଶୁଣାଯାଉଥିବାବେଳେ ଆଉ ଏକ ସମ୍ବାଦରେ ପ୍ରତିଫଳିତ ହେଉଛି ଲାଲଦୁର୍ଗରେ ଫାଟ ଦେଖି ଏକ ସଫଳତାର ଉପଲବ୍ଧô । (ଦ୍ରଷ୍ଟବ୍ୟ : Red bastion cracking on linguistic lines- New Indian Express, 06.03.2011) ।
କ୍ରିଷ୍ଣାଙ୍କର ଅପହରଣ ଓ ମୁକ୍ତିର ସମୁଦାୟ ବେପାର ପଦାରେ ପକାଇ ଦେଇଛି ଲାଲବିପ୍ଳବୀଙ୍କ ଭିତରେ ତେଲୁଗୁଭାଷୀଙ୍କର ଆଧିପତ୍ୟ ଓ ଓଡ଼ିଆଭାଷୀ ବିପ୍ଳବୀଙ୍କ ଭିତରେ ଅସନ୍ତୋଷକୁ । ଏହା ନିଶ୍ଚିତଭାବରେ ଏକ ସୁଯୋଗ ସୃଷ୍ଟିକରିଛି ପ୍ରତିପକ୍ଷ ପାଇଁ ଓଡ଼ିଆଭାଷୀ ବିପ୍ଳବୀଙ୍କୁ ନିବେଦନ କରିବାକୁ ଯେ ସେମାନେ ମୁଖ୍ୟଧାରାକୁ ଫେରିଆସନ୍ତୁ । ତା’ ନହେଲେ ପୁଲିସ ଡିଆଇଜି ୱା କେ ଜେଠୱା କାହିଁକି ଏପରି ନିବେଦନ କରନ୍ତେ । ଯଦି ଲାଲବିପ୍ଳବୀଙ୍କ ଭିତରେ ଭାଷାକୁ କେନ୍ଦ୍ର କରି ବିଭେଦ ସତ୍ୟ ହୋଇଥାଏ, ତା’ହେଲେ ଭିନିଲ କ୍ରିଷ୍ଣାଙ୍କର ଅପହରଣ ସରକାରଙ୍କୁ ଯେ ଏକ ସଫଳତା ଆଣିଦେଇଛି, ଏହା କହିବା ବାହୁଲ୍ୟମାତ୍ର । ଏହି ପରିପ୍ରେକ୍ଷୀରେ କାହାର ପ୍ରକୃତ ବିଜୟ ହୋଇଛି, ତାହା ବିଚାରସାପେକ୍ଷ । ଯେଉଁମାନେ ଭିନିଲ କ୍ରିଷ୍ଣାଙ୍କୁ ଅପରିପକ୍ୱ ଜିଲ୍ଲାପାଳ ବୋଲି ଅଭିଯୋଗ କରୁଛନ୍ତି, ସେମାନେ ଏହି ଧାରଣାକୁ ସଂଶୋଧନ କରିବା ପାଇଁ ଖୋରାକ ପାଇବେ । -ଶୁଦ୍ରକ

Print Friendly, PDF & Email