ଓଡ଼ିଆ ଦୃଷ୍ଟି ଆକର୍ଷଣ କଲେଣି

  • 17/09/2015

୧୬-୨୮ ଫେବୃୟାରୀ, ୨୦୧୧

କିଛି ରମ୍ୟରଚନା ଲେଖକ ଦୁର୍ନୀତିକୁ ଆଭିଜାତ୍ୟର ଏକ ପ୍ରତୀକ ବୋଲି କହିଲେଣି । ଯଦି ଦୁର୍ନୀତିର ଅଭିଯୋଗ ନାହିଁ, ତା’ହେଲେ ସମାଜରେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ନିଶ୍ଚିତ ନୁହନ୍ତି- ଏହିଭଳି ଧାରଣା କ୍ରମଶଃ ସୃଷ୍ଟି ହେଲାଣି । ଏହି ପରିପ୍ରେକ୍ଷୀରେ ଓଡ଼ିଶାବାହାରେ ଥିବା କେତେକ ଓଡ଼ିଆ ଅଫିସର (ସାମରିକ ଓ ବେସାମରିକ) ବିଭିନ୍ନ ପ୍ରକାର ଦୁର୍ନୀତିରେ ଛନ୍ଦି ହୋଇ ପଡ଼ିବାର ସମ୍ବାଦ ସୂଚାଇ ଦେଉଛି ଯେ, ଆମର ପ୍ରତିଷ୍ଠା ଓ ଆଭିଜାତ୍ୟରେ ଆଖିଦୃଶିଆ ବୃଦ୍ଧି ଘଟିଛି । ‘ଉଭା ଯେତେ ପୋତା ସେତେ’ ନ୍ୟାୟରେ ଯଦି ଆମେ ଏହି ଦୃଶ୍ୟକୁ ବିଚାର କରୁ-ତା’ହେଲେ ପୋତା ଗୁଡ଼ିକ ତଦନ୍ତକାରୀଙ୍କ ଅନୁଗ୍ରହରୁ ଯଦି ଉଭା ହୋଇଯାନ୍ତା -ତା’ହେଲେ ଆଭିଜାତ୍ୟ ଓ ପ୍ରତିଷ୍ଠାର ବିପୁଳତାରେ ଆମ ରାଜ୍ୟର ମାଟି ଝଲସି ଉଠନ୍ତା । ଅବଶ୍ୟ ଏପରି ସମ୍ଭାବନାକୁ କାର୍ଯ୍ୟକାରୀ କରିବା ଦୁର୍ନୀତି ନିବାରଣ ସଂସ୍ଥା ଓ ଏହାର ତଦନ୍ତକାରୀ ଅଧିକାରୀମାନଙ୍କ ପାଇଁ ଏକ ବିରାଟ ବଡ଼ ଆହ୍ୱାନ ।
-ଶୁଦ୍ରକ

Print Friendly, PDF & Email