ପଦ୍ମ ପୁରସ୍କାର

  • 17/09/2015

୧-୧୫ ଫେବୃୟାରୀ, ୨୦୧୧

ଯେତେ ମେଧା ଥିଲେ ମଧ୍ୟ କ୍ଷମତାରେ ଥିବା ସମୟରେ ମେଧାର ସ୍ୱୀକୃତି ସନେ୍ଦହ ଦଂଶିତ ହେବା ସ୍ୱାଭାବିକ । ଏହିଭଳି ଧାରଣାର ପୃଷ୍ଠଭୂମିରେ ଏକଦା ଭାରତ ସରକାରଙ୍କର ସଂସ୍କୃତି ସଚିବ ଓ ଜ୍ଞାନପୀଠ ପୁରସ୍କାର(୧୯୯୩) ବିଜେତା ଭାରତୀୟ ପ୍ରଶାସନିକ ସେବା ନିବୃତ୍ତ ଅଧିକାରୀ ଡକ୍ଟର ସୀତାକାନ୍ତ ମହାପାତ୍ର ତାଙ୍କର ଅବସରକାଳୀନ ଜୀବନରେ(୧୯୯୫ରେ ଅବସର) ୨୦୦୨ମସିହାରେ ପଦ୍ମଭୂଷଣ ପାଇବା ଓ ୨୦୧୧ରେ ପଦ୍ମବିଭୂଷଣ ପାଇବା (ସାହିତ୍ୟ ଓ ଶିକ୍ଷାରେ ଅବଦାନ ପାଇଁ) ନିଶ୍ଚିତ ଏକ ଅବିବାଦ୍ୟ ସଫଳତା । କିନ୍ତୁ ଚଳିତବର୍ଷ ଯେଉଁ ୧୩ଜଣ ବ୍ୟକ୍ତି ପଦ୍ମବିଭୂଷଣ ଦ୍ୱାରା ସମ୍ମାନିତ ହୋଇଛନ୍ତି ତାଙ୍କ ଭିତରୁ ୫ଜଣ(କପିଳା ବାତ୍ସାୟନ, ବିଜୟ କେଲକର, ମଣ୍ଟେକସିଂହ ଆଲୁୱାଲିଆ, ବ୍ରଜେଶ ମିଶ୍ର ଓ ସୀତାକାନ୍ତ ମହାପାତ୍ର) ଭାରତ ସରକାରଙ୍କର ଏକଦା ଯେ ବରିଷ୍ଠ (ସଚିବ ସ୍ତରୀୟ) ଅଫିସର, ତାହା ବେଶ୍ ଆଖିଦୃଶିଆ ହୋଇଛି । ଏହି ୧୩ଜଣଙ୍କ ମଧ୍ୟରେ ଦୁଇ ଜ୍ଞାନପୀଠ ପୁରସ୍କାର ବିଜେତା (ଓ.ଏନ୍.ଭି.କୁରୁପ ଓ ସୀତାକାନ୍ତ ମହାପାତ୍ର) ଅନ୍ତର୍ଭୁକ୍ତ ହେବା ମଧ୍ୟ ଉଲ୍ଲେଖଯୋଗ୍ୟ । କଳାରେ ଅବଦାନ ପାଇଁ ହୋମି ବ୍ୟାରୱାଲା ଓ ଏ.ନାଗେଶ୍ୱର ରାଓ ରହିଛନ୍ତି ଏହି ୧୩ଜଣିଆ ତାଲିକାରେ । ବୈଜ୍ଞାନିକ ପି.ଆର୍.ରାଓ ଓ ପି.କେ.ଆୟାଙ୍ଗାର ଏହି ତାଲିକାରେ ଥିବାବେଳେ, ୱିପ୍ରୋ କମ୍ପାନୀରମାଲିକ ଅଜିମ ପ୍ରେମ୍ଜୀ ମଧ୍ୟ ରହିଛନ୍ତି ଏହି ତାଲିକାରେ । ମରଣୋତ୍ତର ପଦ୍ମବିଭୂଷଣ ସମ୍ମାନରେ ଭୂଷିତ ହୋଇଛନ୍ତି ଗାନ୍ଧିବାଦୀ, ପୂର୍ବତନ ଯୋଜନା କମିଶନ ସଭ୍ୟ ଲକ୍ଷ୍ମୀଚାନ୍ଦ ଜୈନ ।
ସମ୍ମାନିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ, ଏକଦା ଆଟମିକ ଏନର୍ଜି କମିଶନର ଅଧ୍ୟକ୍ଷ ପି.କେ.ଆୟାଙ୍ଗର ଭାରତ-ଆମେରିକା ଅଣୁ ଚୁକ୍ତି (Indo-US Nuclear deal)ଭାରତର ସ୍ୱାର୍ଥ ବିରୋଧୀ ବୋଲି ମତ ଦେଇଥିବା ବେଳେ, ଏକଦା ଅଟଳ ବିହାରୀ ବାଜପେୟୀଙ୍କର ଅତି ପ୍ରିୟ ଓ ଏନ୍ଡିଏ ସରକାରଙ୍କର ଜାତୀୟ ନିରାପତ୍ତା ପରାମର୍ଶଦାତା (National Security Advisor) ବ୍ରଜେଶ ମିଶ୍ର ଏହି ଚୁକ୍ତିକୁ କରିଥିଲେ ସମର୍ଥନ, ଯେତେବେଳେ ବିଜେପି ଏହି ଚୁକ୍ତି ବିରୋଧରେ ଉଠାଉଥିଲା ସ୍ୱର । -ଶୁଦ୍ରକ

Print Friendly, PDF & Email