୧୬-୩୦ ଜାନୁଆରୀ, ୨୦୧୧
ଜଗଦାନନ୍ଦ ପଣ୍ଡା ଜଣେ ଭାରତୀୟ ପ୍ରଶାସନିକ ସେବାର ଅଫିସର ଥିଲେ । ଗଞ୍ଜାମ ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାର ସମସ୍ତ ଶ୍ରେୟ ତାଙ୍କର ବୋଲି ବେଶ୍ ପ୍ରଚାରିତ ହୋଇଥିଲା । ସେତେବେଳେ ଥିଲେ ଗଞ୍ଜାମ ଜିଲ୍ଲାର କଲେକ୍ଟର । ପୁନର୍ବାର ସେ ଚର୍ଚ୍ଚିତ ହୋଇପଡ଼ିଲେ ଯେତେବେଳେ ତାଙ୍କର ପିତା ଓ ସ୍ତ୍ରୀ ସମେତ ଅନ୍ୟକେତେକ ପରିବାରବର୍ଗଙ୍କୁ ହତ୍ୟାକରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଲା । କାହିଁକି ଏପରି ହେଲା ସେ ରହସ୍ୟ ଏଯାବତ୍ ଉଦ୍ଘାଟିତ ହୋଇନାହିଁ । କିନ୍ତୁ ଏହି ଘଟଣା ସାରା ଓଡ଼ିଶାକୁ କ୍ଷୁବ୍ଧ କରିଦେଇଥିଲା ।
ସେହିଭଳି ଏକ ସ୍ତବ୍ଧ କରିଦେଇଥିବା ଘଟଣା ଘଟିଛି ରାଉରକେଲାର ଜଗଦା ଅଞ୍ଚଳରେ । ଏଠାରେ ଜଣେ ୭୫ବର୍ଷ ବୟସ୍କ ବୃଦ୍ଧ ନିଜଘରର ସେହି କୋଠରୀରେ ନିଅାଁ ଲଗାଇଦେଲେ ଯେଉଁ କୋଠରୀରେ ତାଙ୍କ ପୁଅ, ନାତି ଓ ନାତିର ବନ୍ଧୁମାନେ ବସି ଭୋଜି କରୁଥିଲେ । ପ୍ରାୟଃ ୫ଜଣଙ୍କର ଏହା ଫଳରେ ମୃତୁ୍ୟହେଲା ଓ ସେହି ମୃତକମାନଙ୍କ ଭିତରେ ଥିଲେ ବୃଦ୍ଧଙ୍କର ପୁତ୍ର ।
ପୁତ୍ର ଦ୍ୱାରା ପିତାର ହତ୍ୟା ଓ ପିତା ଦ୍ୱାରା ପୁତ୍ରର ହତ୍ୟା ନିଶ୍ଚିତ ଭାବରେ ଅଭାବନୀୟ ଘଟଣା ଓ ମାନସିକ ବିକୃତିର ଗଭୀର ପ୍ରତିଫଳନ । -ଶୁଦ୍ରକ