୧-୧୬ ଫେବୃୟାରୀ, ୨୦୧୦
ଆଇ.ପି.ସି.ସି. ((IPCC-Inter Governmental Panel on Climate Change)ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଚୌରୀ ଜଣେ ବିତର୍କିତ ବ୍ୟକ୍ତିତ୍ୱରେ ପରିଣତ ହୋଇଯାଇଛନ୍ତି । ଓଚଉଉ ଓ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଅଲ୍ଗୋରେଙ୍କ ମଧ୍ୟରେ ନୋବେଲ ଶାନ୍ତି ପୁରସ୍କାର (୨୦୦୭)ବଣ୍ଟାହେଲା ପରେ-ରାଜେନ୍ଦ୍ର ପଚୌରୀଙ୍କୁ ଅନେକେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ପରିଚୟ ଦେବା ଆରମ୍ଭ କରିଦେଲେ । ଏହିଭଳି ପରିଚୟ ବାଢ଼ିବା ପଛରେ ରାଜେନ୍ଦ୍ର ପଚୌରୀଙ୍କର କୌଣସି ନିଦେ୍ର୍ଧଶ ଅଛି କି ନାହିଁ- ତାହା ଅନୁସନ୍ଧାନ ସାପେକ୍ଷ । କିନ୍ତୁ ଗୋଟିଏ ସଙ୍ଗଠନ ସମ୍ମାନିତ ହେବା ଅର୍ଥ ନୁହେଁ ଯେ ଏହାର ଅଧ୍ୟକ୍ଷ ସମ୍ମାନିତ ହେବା । ତେବେ ସାଧୁତାର ଅଭାବ ତ ଆମଦେଶର ବୁଦ୍ଧିଜୀବୀମାନଙ୍କ ଭିତରେ ଏତେ ବେଶୀ ଯେ ଏହିଭଳି ଦୁର୍ବଳତାଗୁଡ଼ିକୁ ଅତିକ୍ରମ କରିବା ପାଇଁ ଶକ୍ତି ସଞ୍ଚୟ ତାଙ୍କପକ୍ଷରେ ସମ୍ଭବନୁହେଁ । ଶିକ୍ଷାନୁଷ୍ଠାନର ପରିଚାଳକ ଶିକ୍ଷାବିତ୍, ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକର ପରିଚାଳକ ବୈଜ୍ଞାନିକ ବୋଲି କ୍ଷମତାସୀନମାନଙ୍କ ଦ୍ୱାରା ଗୃହିତ ହେବା ଓ ଗଣମାଧ୍ୟମରେ ଏହା ବାରମ୍ବାର ପ୍ରଚାରିତ ହେବା- ଭାରତବର୍ଷରେ ଏକ ସାଧାରଣ ଦୃଶ୍ୟ । ତେଣୁ ମୂଳତଃ ରେଳବାଇ ଇଞ୍ଜିନିୟର ପଚୌରୀ ଜଣେ ପରିବେଶବିତ୍ ଭାବେ ପ୍ରକଟିତ ହେବା ଓ ଟେରୀ (TERI) (Tata Energy Research Institute/ The Energy Research Institute)ର ନିଦେ୍ର୍ଧଶକ ହେବା ଓ ଏହାକୁ ଆୟୁଧ କରି ଓଚଉଉର ଅଧ୍ୟକ୍ଷ ଭାବରେ କୌଣସି ବିଚିତ୍ରତା ନାହିଁ ।
ରାଜେନ୍ଦ୍ର ପଚୌରୀଙ୍କ ବିରୋଧରେ ଅଭିଯୋଗ ଯେ ସେ ଏହି ପଦବୀର ଅପବ୍ୟବହାର କରି ଏକ ନୂତନ କିସମର ବେପାର ଯଥା ‘କାର୍ବନ ବେପାର’ (Carbon Trading)ରେ ମାତି ଯାଇଛନ୍ତି ଓ ପ୍ରଚୁର ଅର୍ଥର ଅଧିକାରୀ ହୋଇଛନ୍ତି । ଏହି ବେପାରକୁ ବଢ଼ାଇବା ପାଇଁ ସେ ଅଯଥା ଆତଙ୍କ ସୃଷ୍ଟି କରୁଛନ୍ତି, ଯେପରି ୨୦୩୫ ମସିହା ସୁଦ୍ଧା ଭୂମଣ୍ଡଳୀୟ ଉତ୍ତାପ ବୃଦ୍ଧି ଫଳରେ, ହିମାଳୟରେ ଥିବା ବରଫ ତରଳିଯିବ ବା ପ୍ରାକୃତିକ ବିପର୍ଯ୍ୟୟ ଅଧିକରୁ ଅଧିକ ଘଟିବ ଯାହାର ମୁକାବିଲା ବହୁ ବ୍ୟୟସାପେକ୍ଷ ହେବ । ଅବଶ୍ୟ ଏହିଭଳି ପୂର୍ବାନୁମାନ ଗୁଡ଼ିକୁ ପୁନର୍ବାର ବିଚାର କରିବା ପାଇଁ ଓଚଉଉ ଇତ୍ୟବସରରେ ଏକ ନିଷ୍ପତ୍ତ ନେଇଛି । ତାଙ୍କ ବିରୁଦ୍ଧରେ ଆଉ ଏକ ଅଭିଯୋଗ ହୋଇଛି ଯେ ସେ ବାୟୁମଣ୍ଡଳକୁ ଦୂଷିତ କରୁଥିବା ଗ୍ୟାସ ନିର୍ଗତ ହେବା ଉପରେ ଯେଉଁ ପ୍ରକାର କଟକଣା ସପକ୍ଷରେ ଆନ୍ତର୍ଜାତିକ ସମ୍ପାଦ ମାନଙ୍କରେ ଯୁକ୍ତି ବାଢ଼ିଛନ୍ତି ତାହା ସେ ନିଜ ଦେଶ ଭିତରେ ମାନୁନାହାନ୍ତି । (ଦ୍ରଷ୍ଟବ୍ୟ: Pachauri in a spot as Climate Change hits TERI, http:/indiatoday.intoday.in/site/story/78466/Pachauri)
ହୁଏତ ପଚୌରୀଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତହୀନ ନୁହେଁ- କିନ୍ତୁ ଏହିଭଳି ସମାଲୋଚନା ବିଶେଷତଃ କୋପେନହେଗନ ପରିବେଶ ସମ୍ମିଳନୀ ପରେ ଶୁଣାଯିବା ଓ ବିଦେଶୀ ଗଣମାଧ୍ୟମରେ ବିଶେଷ ପ୍ରଚାରିତ ହେବା ଅଧିକ ବିଶ୍ଳେଷଣସାପେକ୍ଷ । ଭୂମଣ୍ଡଳୀୟ ଉତ୍ତାପ ବୃଦ୍ଧି ପାଇଁ ଦାୟୀ ପଶ୍ଚିମ ରାଷ୍ଟ୍ରଗୁଡ଼ିକଙ୍କର ଅଭିସନ୍ଧିକୁ ଅଣଦେଖା କରାଯାଇନପାରେ । ବିଶ୍ୱ ପରିବେଶକୁ କେନ୍ଦ୍ରକରି ଗଢ଼ି ଉଠିଥିବା BASIC (Brazil, India, South Africa and China) ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଏହି ପଶ୍ଚିମ ରାଷ୍ଟ୍ରମାନଙ୍କୁ ମଧ୍ୟ ବିବ୍ରତ କରୁଥିବା ଅସମ୍ଭବ ନୁହେଁ ।