ରମାକାନ୍ତ ରଥ

  • 17/09/2015

ଇତ୍ୟବସରରେ ଭୂତପୂର୍ବ ମୁଖ୍ୟ ଶାସନସଚିବ ଓ କବି ରମାକାନ୍ତ ରଥ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ‘ମହତ୍ତର ସଦସ୍ୟତା’(ଫେଲୋସିପ୍)ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏହା ଓଡ଼ିଆ ସାରସ୍ୱତ ଜଗତ ପାଇଁ ଏକ ଗୌରବର ବିଷୟ ନିଶ୍ଚୟ । ଏହି ପୁରସ୍କାର ପ୍ରଦାନ ଅବସରରେ ଉତ୍ତୋଳିତ ଏକ ଗୋଷ୍ଠୀଚିତ୍ର ଧରିତ୍ରୀର ସାହିତ୍ୟାୟନ (ଡିସେମ୍ବର ୧୯ରୁ ଜାନୁଆରୀ୧)ର ପୃଷ୍ଠାରେ ପ୍ରକାଶିତ ହୋଇଛି । ଏହି ଚିତ୍ରରେ ପଞ୍ଜାବୀ ପାଇଜାମା ପରିହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ନିକଟରେ ଠିଆ ହୋଇଥିବା କବି ରମାକାନ୍ତଙ୍କୁ ସୁଟ୍ ଟାଇରେ ନୁହେଁ ବରଂ ‘ମିଡ଼ିଅମ୍ ଧୋତୀ ଆଉ ଇସ୍ତ୍ରୀକରା ଅଧା କାମିଜ’ରେ ଦେଖିବା ପାଇଁ ଶୁଦ୍ରକର ଥିଲା ଅପେକ୍ଷା । କାରଣ ସେ ତ ଲେଖିଥିଲେ ସେହି ଅବିସ୍ମରଣୀୟ ପଂକ୍ତି-
‘ମୁଁ ଜଳୁଛି ଓ ଜଳୁଛି
ତୀବ୍ର ଦରଜରେ
ମିଡ଼ିଅମ ଧୋତୀ ଆଉ
ଇସ୍ତ୍ରୀକରା ଅଧା କାମିଜରେ ।’

Print Friendly, PDF & Email