ସୋମନାଥରୁ ଯଶୱନ୍ତ ଯାଏଁ

  • 17/09/2015

ବିଜେପିରୁ ଯଶୱନ୍ତ ସିଂହଙ୍କୁ ବହିଷ୍କାର କରିବା (ପ୍ରାଥମିକ ସଭ୍ୟ ପଦରୁ), ସିପିଏମ୍ରୁ ସୋମନାଥ ଚାଟାର୍ଜିଙ୍କୁ ବହିଷ୍କାର କରିବା ଘଟଣାକୁ ସ୍ମରଣ କରାଇଦିଏ । ଯେଉଁମାନେ ଦଳର ମୂଳଦୁଆ ପକାଇଥିଲେ ସେମାନଙ୍କୁ ତାଙ୍କର ଉତ୍ତରପୁରୁଷ (ସିପିଏମ୍ର ପ୍ରକାଶ କରାତ ଆଦି ଓ ବିଜେପିର ଅରୁଣ ଜେଟଲୀ ଆଦି) ଯେ ଗ୍ରହଣ କରିବା ପରିସ୍ଥିତିରେ ଆଉ ନାହାନ୍ତି-ଏହି ଦୁଇଟି ଘଟଣା ତା’ର ଇଙ୍ଗିତ ଦେଉଛି । ସବୁଠାରୁ ବିଡ଼ମ୍ବନା ଯେ ଏହି ଉତ୍ତର ପୁରୁଷଙ୍କର ପ୍ରଭାବ ନିକଟରେ ସିପିଏମ୍ର ଭୀଷ୍ମ ପିତାମହ ଜ୍ୟୋତିବସୁ ଓ ବିଜେପିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ ମଧ୍ୟ ନୀରବ ହୋଇଯାଇଛନ୍ତି । ଦଳର ପ୍ରତିଷ୍ଠାତାମାନଙ୍କୁ ଅପଦସ୍ଥ କରି, ଦଳରୁ ବହିଷ୍କାର କରି ଉତ୍ତରପୁରୁଷ ଦଳକୁ କେତେ ଅଧିକ ଶକ୍ତିଶାଳୀ କରିପାରିବେ, ତାହାହିଁ ଦେଖିବାକୁ ରହିଲା ।

Print Friendly, PDF & Email