ଆମ ରାଜ୍ୟ – ଓଡ଼ିଶା

  • 17/09/2015

ନିକଟ ଅତୀତରେ ‘ବିକଳ୍ପ ବିଶ୍ୱ’ ସ୍ତମ୍ଭରେ ଆମ ରାଜ୍ୟର ଏକ ଚିତ୍ର ଆମେ ପାଉ ଯାହାର ବର୍ଣ୍ଣନା ଏହିପରି:
‘ଦୁର୍ଭାଗ୍ୟର କଥା ଯେ ଆମ ରାଜ୍ୟରେ କ୍ରିୟା ଅପେକ୍ଷା ପ୍ରତିକ୍ରିୟାରେ ଅଧିକ ସମୟ ନଷ୍ଟହୁଏ । ଜିନ୍ଦାବାଦ,ମୁର୍ଦ୍ଧାବାଦ, ପ୍ରତିବାଦର କୋଳାହଳରେ ପ୍ରଗତିବାଦ ପଛକୁ ଠେଲି ହୋଇଯାଏ । ସଦା ସନେ୍ଦହୀ, ଦୋଷଦର୍ଶୀ, ନିରାଶାବାଦୀ ଓ ସର୍ବନିନ୍ଦୁକଙ୍କର ଚିକ୍ରାରରେ ଆଶାବାଦୀ, ଶୁଭଦର୍ଶୀ କର୍ମୀମାନେ ନୀରବ ଓ ନିରୁତ୍ସାହିତ ହୋଇଯା’ନ୍ତି । ଏପରି ବଦଅଭ୍ୟାସ ନ ଛାଡ଼ିଲେ ଆମେ ଉନ୍ନତ ରାଜ୍ୟମାନଙ୍କ ସମକକ୍ଷ ହୋଇପାରିବା ନାହିଁ । ଆମ ପିଲାଏ ଶେଷରେ ରାଜ୍ୟ ଓ ଦେଶ ଛାଡ଼ି ଚାଲିଯିବେ ।’ (ଦ୍ରଷ୍ଟବ୍ୟ : ‘ବେଦାନ୍ତ’ ବିତର୍କରୁ ‘ଆନନ୍ଦ ପାଠଶାଳା’ ପର୍ଯ୍ୟନ୍ତ’, ଲେଖକ ଡ. ଭଗବାନ ପ୍ରକାଶ, ୨୯ ଜାନୁଆରୀ ୨୦୦୯ ‘ସମ୍ବାଦ’)
ଗୋଟିଏ ପଟେ ବିଶ୍ୱସ୍ତରୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ନେଇ ହେଉଥିବା ବିତର୍କ ଓ ସେଥିରେ ‘ଆମ ଦେଶୀ ଗଣତନ୍ତ୍ରର ନମୂନା’ ଦେଖାଇ ‘ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନଥିବା’ ଗୋଷ୍ଠୀ ଦ୍ୱାରା ବ୍ୟଥିତ, ଅପରପକ୍ଷରେ ‘ନିଃସ୍ୱସ୍ତରୀୟ’ଙ୍କ ଶିକ୍ଷା ପାଇଁ ପ୍ରତିଷ୍ଠିତ ‘ତପୋଭୂମି’ର ‘ଆନନ୍ଦ ପାଠଶାଳା’ରେ ଶିକ୍ଷା ଦେଉଥିବା ସ୍ୱେଚ୍ଛାସେବୀମାନଙ୍କର ଆଗ୍ରହ ଓ ଉତ୍ସାହ’ (ଯାହା‘ନଦେଖିଲେ ବିଶ୍ୱାସ କରିହେବନାହିଁ’) ଦ୍ୱାରା ଅଭିଭୂତ ଡ.ଭଗବାନ ପ୍ରକାଶ ଏହିପରି ଦୁଇଟି ପରସ୍ପର ବିରୋଧୀ ଅଭିଜ୍ଞତା ଦ୍ୱାରା ପ୍ରଭାବିତ ହୋଇ ଶେଷରେ ଉପରୋକ୍ତ ଉପସଂହାରରେ ପହଞ୍ଚôଛନ୍ତି ।
ଏହି ବର୍ଣ୍ଣନା ରାଜ୍ୟ ସମ୍ପର୍କରେ ଏକ ଋଣାତ୍ମକ ଚିତ୍ର ଦେଉଛି ବୋଲି ମନେ ହେଉଥିଲେ ହେଁ ପ୍ରସ୍ତାବିତ ବିକାଶ ଓ ପ୍ରଗତିକୁ ନେଇ ଏକ ଅବିଶ୍ରାନ୍ତ ବୌଦ୍ଧିକ କସରତ ଯେ ଓଡ଼ିଶା ଭୂଇଁରେ ଚାଲିଛି, ତାହା ଏହି ବର୍ଣ୍ଣନାରୁ ସ୍ପଷ୍ଟ ଜଣାପଡ଼ୁଛି; ପ୍ରଚଳିତ ବିଶ୍ୱଠାରୁ ଏକ ଭିନ୍ନ ବିଶ୍ୱ ଗଢ଼ିବାର ଉଦ୍ୟମ ଯେପରି ଦାନା ବାନ୍ଧୁଛି । ସେହି ଦୃଷ୍ଟିରୁ ‘ବିକଳ୍ପ ବିଶ୍ୱ’ ସ୍ତମ୍ଭରେ ଏହି ନିବନ୍ଧଟି ପ୍ରକାଶିତ ହେବା ଯଥାର୍ଥ ବୋଲି ମନେ ହେଉଛି ।
ଉପରୋକ୍ତ ବର୍ଣ୍ଣନାରୁ ଯାହା ଜଣାପଡ଼ୁଛି, ନିବନ୍ଧ ଲେଖକ ଚାହାନ୍ତି ନାହିଁ ଯେ ଆମ ପିଲାଏ ରାଜ୍ୟ ଓ ଦେଶଛାଡ଼ି ଚାଲିଯାଆନ୍ତୁ ବୋଲି । ଭୁବନେଶ୍ୱରରେ ଅସହାୟ ବୃଦ୍ଧମାନଙ୍କର ଅବସ୍ଥା ସହିତ ସହାନୁଭୂତି ଜଣାଉଥିବା କୌଣସି ବ୍ୟକ୍ତି ମଧ୍ୟ ଏହା ଚାହିଁବ ନାହିଁ । କିନ୍ତୁ ନିବନ୍ଧ ଲେଖକଙ୍କର ଉପରୋକ୍ତ ବର୍ଣ୍ଣନାରୁ ଯାହା ଜଣାପଡ଼ୁଛି ଆମ ପିଲାଏ ରାଜ୍ୟ ବା ଦେଶ ଛାଡ଼ି ଚାଲିଯିବେ ନାହିଁ ଯଦି ଆମ ରାଜ୍ୟ ଉନ୍ନତ ରାଜ୍ୟମାନଙ୍କର ସମକକ୍ଷ ହେବ । ପଞ୍ଜାବ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆମଦେଶର ଉନ୍ନତ ରାଜ୍ୟମାନଙ୍କ ଭିତରେ ଗଣାଯା’ନ୍ତି । ଏହି ରାଜ୍ୟମାନଙ୍କରୁ ପିଲାଏ କେଉଁ ସଂଖ୍ୟାରେ ସେମାନଙ୍କର ନିଜ ନିଜ ରାଜ୍ୟ ଓ ଦେଶ ଛାଡ଼ି ଯାଉଛନ୍ତି ତାହା ଜାଣିଲେ ରାଜ୍ୟ ଉନ୍ନତି ହେବା ସହ ପିଲାମାନଙ୍କର ରାଜ୍ୟ ବା ଦେଶ ଛାଡ଼ିବାର ସଠିକ୍ ସମ୍ପର୍କ ଜଣାପଡ଼ିବ । କିନ୍ତୁ କିପରି ଓଡ଼ିଶା ସମକକ୍ଷ ହୋଇପାରିବ ଉନ୍ନତ ରାଜ୍ୟମାନଙ୍କ ସହ? ନିବନ୍ଧ ଲେଖକ ଜାତୀୟ ଜ୍ଞାନ ଆୟୋଗର ସୁପାରିଶ ଓ ଓଡ଼ିଶା ଭୂଇଁରେ ବିଶେଷ ଅର୍ଥନୈତିକ ଅଞ୍ଚଳ (SEZ)ର ପ୍ରତିଷ୍ଠା ଭିତରେ ହିଁ ଏହିଭଳି ସମକକ୍ଷ ହେବାର ସମ୍ଭାବନା ଦେଖୁଛନ୍ତି ବୋଲି ତାଙ୍କର ନିବନ୍ଧରୁ ଜଣାପଡ଼ୁଛି । ତା’ନହେଲେ ଏଗୁଡ଼ିକର ସମାଲୋଚନା ଦ୍ୱାରା ସେ ବ୍ୟଥିତ ହୁଅନ୍ତେ ନାହିଁ – ଯାହାର ପ୍ରତିଫଳନ ଆମେ ଉପରୋକ୍ତ ବର୍ଣ୍ଣନାରେ ଦେଖୁଛୁ ।
କିନ୍ତୁ ଜାତୀୟ ଜ୍ଞାନଆୟୋଗର ସୁପାରିଶ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଓ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟାରେ ଅଦ୍ଭୁତପୂର୍ବ ବୃଦ୍ଧି ଘଟିବ । ଅଧିକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଗୁଡ଼ିକର ପ୍ରତିଷ୍ଠା ହେବ ଓ ଓଡ଼ିଶା ଭାଗରେ ମଧ୍ୟ କେତୋଟି ପଡ଼ିବ । ଏହା ହେଲେ ଓଡ଼ିଶା ଉନ୍ନତ ରାଜ୍ୟ ମାନଙ୍କର ସମକକ୍ଷ ହୋଇପାରେ । କିନ୍ତୁ ଏହା ଆମ ପିଲାଙ୍କୁ ରାଜ୍ୟ ଓ ଦେଶ ନ ଛାଡ଼ି ଯିବାପାଇଁ ପ୍ରବର୍ତ୍ତାଇ ପାରିବ କି? ନିବନ୍ଧ ଲେଖକ ଡ. ଭଗବାନ ପ୍ରକାଶଙ୍କର ଏହି ନିବନ୍ଧରେ ପ୍ରକାଶିତ ମତ ଯେ ‘ବିଶ୍ୱସ୍ତରୀୟ ଅନୁଷ୍ଠାନରୁ ପାସ୍ କରୁଥିବା ପିଲାଏ ଗାଁ ଓ ଦେଶ ଛାଡ଼ି ବିଦେଶକୁ ଚାଲିଯାନ୍ତି’କୁ ଗୁରୁତ୍ୱ ଦିଆଯାଏ- ତା’ହେଲେ ଏହି ପ୍ରଶ୍ନର ଉତ୍ତର ନା ହିଁ ହେବ ।
ପୁନଶ୍ଚ ବିଶେଷ ଅର୍ଥନୈତିକ ଅଞ୍ଚଳ (SEZ)ତ ଦେଶ ଭିତରେ ବିଦେଶ । ଏହା ତା’ର ପରିଭାଷା । (ଦ୍ରଷ୍ଟବ୍ୟ:ଶୁଦ୍ରକଙ୍କ ପୃଷ୍ଠା-ଏସ୍.ଇ.ଜେଡ଼୍- ଦେଶ ଭିତରେ ବିଦେଶ – ଠକ୍ଟକ୍ଷ-୧-ସଗ୍ଦଗ୍ଦଙ୍କର-୯ ଅକ୍ଟୋବର ୧୬-୩୧,୨୦୦୬ ) ଏହିଭଳି ଗୁଡ଼ାଏ ଅଞ୍ଚଳର ସ୍ଥାପନା ହେଲେ ଆମ ପିଲାଏ ତା’ ଭିତରେ ଚାକିରି କରି ରାଜ୍ୟ ବା ଦେଶ ଛାଡ଼ିବେନାହିଁ ବୋଲି ଭାବୁଥାଉ, ତା’ହେଲେ ଏହା ଝଋତର ପରିଭାଷାବିରୋଧୀ ହେବ । ଏହା ତ ଭିନ୍ନ କଥା ଯେ ଏହି ଅଞ୍ଚଳ ଗୁଡ଼ିକରେ ପ୍ରକୃତରେ କେତେ ପିଲା ଆମର ଚାକିରି ପାଇବେ ଓ କେଉଁ କେଉଁ ସର୍ତ୍ତ ବା ଅବସ୍ଥା ଭିତରେ ଚାକିରି କରିବେ ।
ତେଣୁ ଆମ ରାଜ୍ୟ ଜାତୀୟ ଜ୍ଞାନ ଆୟୋଗର ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରି ବା ବିଶେଷ ଅର୍ଥନୈତିକ ଅଞ୍ଚଳ ପ୍ରତିଷ୍ଠା କରି ଅନ୍ୟ ଉନ୍ନତ ରାଜ୍ୟମାନଙ୍କର ସମକକ୍ଷ ହେଲେ ମଧ୍ୟ, ଆମ ପିଲାଙ୍କୁ ରାଜ୍ୟ ଓ ଦେଶ ଛାଡ଼ିବାରୁ ନିବର୍ତ୍ତାଇ ପାରିବ ନାହିଁ-ଏହାହିଁ ଆମେ ଡ.ଭଗବାନ ପ୍ରକାଶଙ୍କର ବିଶ୍ୱସ୍ତରୀୟ ଅନୁଷ୍ଠାନସମ୍ପର୍କରେ ନିଛକ ମତ ଓ ବିଶେଷ ଅର୍ଥନୈତିକ ଅଞ୍ଚଳର ପରିଭାଷାକୁ ଭିତ୍ତ କରି କହିପାରିବା ।
ଯଦି ସମକକ୍ଷ ହୋଇ ଆମପିଲାଙ୍କୁ ଦେଶ ଓ ରାଜ୍ୟ ଛାଡ଼ି ଚାଲିଯିବାରୁ ଅଟକାଇ ପାରିବା ନାହିଁ -ତା’ହେଲେ ଯେଉଁମାନେ ଏ ଭୂଇଁରେ ରହିଗଲେ ସେମାନେ କିପରି ଶୁଦ୍ଧ ଜଳ, ମୁକ୍ତ ବାୟୁ ପାଇବେ, ପରିବେଶ କିପରି ତାଙ୍କ ଜୀବନଧାରଣ ପାଇଁ ଅନୁକୂଳ ହେବ-ତାହା ଉପରେ ହିଁ ‘ଆଶାବାଦୀ’, ‘ଶୁଭଦର୍ଶୀ’ କର୍ମୀମାନେ ଗୁରୁତ୍ୱ ଦେବେବୋଲି ଆଶା କରାଯାଇ ପାରେ । ଏହି ଭୂଇଁରେ ରହିଯାଇଥିବା ମଣିଷମାନଙ୍କର ଜୀବନ ଜୀବିକା ପ୍ରତି ବିପଦ ଦେଖାଦେଲେ ଏହି ‘ଆଶାବାଦୀ’, ‘ଶୁଭଦର୍ଶୀ’ କର୍ମୀମାନେ ‘ନିରାଶାବାଦୀ’ ଓ ‘ଦୋଷଦର୍ଶୀ’ର ଅପବାଦକୁ ବେଖାତିର କରି ବିପଦ ସୃଷ୍ଟି କରୁଥିବା ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ବୋଲି ଆଶା କରାଯାଇପାରେ । କହିବା ବାହୁଲ୍ୟ ଯେ ବାସ୍ତବ ପରିସ୍ଥିତି ବହୁ ‘ଆଶାବାଦୀ’ ଓ ‘ଶୁଭଦର୍ଶୀ’ଙ୍କୁ ‘ସଦା ସନେ୍ଦହୀ’, ‘ଦୋଷଦର୍ଶୀ’, ‘ନିରାଶାବାଦୀ’ ଓ ‘ସର୍ବନିନ୍ଦୁକ’ରେ ପରିଣତ କରିଦେଉଛି । ଯେପରି ସତ୍ୟମ୍ଙ୍କ ପାନୀର୍ ଜାଲିଆତି ପ୍ରଘଟ ହେବା ପରେ ବହୁ ‘ଆଶାବାଦୀ’, ‘ଶୁଭଦର୍ଶୀ’, ‘ସଦା ସନେ୍ଦହୀ’, ‘ଦୋଷଦର୍ଶୀ’ ଓ ‘ସର୍ବନିନ୍ଦୁକ’ମାନଙ୍କୁ କହିଲେଣି ଯେ ‘ଆପଣ ଯାହା ସନେ୍ଦହ କରୁଥିଲେ ତାହା ସତ୍ୟରେ ପରିଣତ ହେଲା ।’ ସୂଚନାର ବିସ୍ଫୋରଣ ଫଳରେ ବହୁ ‘ଆଶାବାଦୀ’ ଓ ‘ଶୁଭଦର୍ଶୀ’ ବୁଝିବାକୁ ଆରମ୍ଭ କଲେଣି ଯେ ସେମାନଙ୍କର ବିଶ୍ୱାସ, ଅନ୍ତଃସାର ଶୂନ୍ୟ । ଏସବୁ ସତ୍ତ୍ୱେ ଯେଉଁମାନେ ‘ଆଶାବାଦୀ’ ଓ ‘ଶୁଭଦର୍ଶୀ’ ହୋଇ ରହିପାରୁଛନ୍ତି-ଏ ତାଙ୍କର ନୈସର୍ଗିର୍ିକ ପ୍ରକୃତି ବୋଲି କୁହାଯାଇପାରେ । ତେବେ ‘ସଦାସନେ୍ଦହୀ’, ‘ଦୋଷଦର୍ଶୀ’, ‘ସର୍ବନିନ୍ଦୁକ’ମାନେ ସମାଜରେ ପରିତଜ୍ୟ ନୁହନ୍ତି, ଏହା ମଣିଷ ସମାଜ ପାଇଁ ମୁଣ୍ଡ ଖେଳାଉଥିବା ପ୍ରତ୍ୟେକ ବ୍ୟକ୍ତି ବୁଝିବା ଉଚିତ ।

Print Friendly, PDF & Email