ଧନୀ, ସହରୀ ଓ ଶିକ୍ଷିତ ହିଁ କନ୍ୟାସନ୍ତାନ ବିରୋଧୀ

  • 17/09/2015

୧-୧୫ ଜାନୁଆରୀ, ୨୦୦୯

ପୁଅ ସନ୍ତାନ ପାଇଁ ଆଗ୍ରହ କନ୍ୟା ସନ୍ତାନଠାରୁ ଅଧିକ ଧନୀ, ସହରୀ ଓ ଶିକ୍ଷିତମାନଙ୍କ ମଧ୍ୟରେ ଦେଖାଯାଉଛି ବୋଲି ଆମେରିକାର ହାର୍ଭାଡ଼ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥ୍ (Haward School of Public Health)ର ଏକ ଅଧ୍ୟୟନରୁ ଜଣାପଡ଼ିଛି । (ଦ୍ରଷ୍ଟବ୍ୟ – The Statesman, 15/12/2008) ଯେଉଁମାନେ ଏହିଭଳି ଆଗ୍ରହକୁ ଏକ ପଛୁଆ ମାନସିକତାର ଦୃଷ୍ଟାନ୍ତ ବୋଲି କୁହନ୍ତି ଓ ଶିକ୍ଷା ଏହିଭଳି ପଛୁଆ ମାନସିକତାକୁ ଦୂର କରିପାରିବ ବୋଲି ଯୁକ୍ତି ବାଢ଼ନ୍ତି, ସେମାନେ ନିଶ୍ଚିତ ଭାବରେ ଏହିଭଳି ନିଷ୍କର୍ଷ ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଉଥିବେ । କିନ୍ତୁ ଏହା ଦିଆଯାଉଥିବା ଶିକ୍ଷାର ଦୁର୍ବଳ ମୂଲ୍ୟବୋଧଭିତ୍ତକୁ ଯେ ସୂଚିତ କରୁଛି ତାହା ଆମକୁ ସ୍ୱୀକାର କରିବାକୁ ହେବ ।
ପୁନଶ୍ଚ ଉଚ୍ଚ ଆୟକାରୀ ଗୋଷ୍ଠୀ ଭିତରେ ଦୃଶ୍ୟମାନ ପୁରୁଷସନ୍ତାନ ପାଇଁ ଅଧିକ ଆଗ୍ରହକୁ ଶିକ୍ଷିତ ଗୋଷ୍ଠୀ ଭିତରେ ଦୃଶ୍ୟମାନ ଅନୁରୂପ ଆଗ୍ରହକୁ ମିଳିତ ଭାବରେ ଦେଖିଲେ – ବୋଧହୁଏ ଏହା କହିବା ଅଯୌକ୍ତିକ ହେବନାହିଁ ଯେ ଶିକ୍ଷାର ବୈଷୟୀକିକରଣ ଓ ବ୍ୟବସାୟୀକରଣ ଏହି ଆଗ୍ରହକୁ ଆହୁରି ତୀବ୍ର କରିବ – ଲିଙ୍ଗ ଅନୁପାତକୁ ଏକ ଚିନ୍ତାଜନକ ସ୍ଥିତିକୁ ନେଇଆସିବ । ଏହିଭଳି ଏକ ପରିସ୍ଥିତି ଉପୁଜିବା ପୂର୍ବରୁ ନୀତି ନିର୍ଦ୍ଧାରକମାନେ ସଜାଗ ହୋଇଯିବା ଉଚିତ ବା ଏମାନଙ୍କୁ ସଜାଗ କରାଇବାପାଇଁ ସଚେତନ ନାଗରିକ ଗୋଷ୍ଠୀ ପ୍ରସ୍ତୁତ ହେବା ଉଚିତ, ଏହା କହିବା ବାହୁଲ୍ୟ ମାତ୍ର ।

Print Friendly, PDF & Email