ଆମେରିକୀୟ ଅଣୁଶକ୍ତି କମ୍ପାନୀକୁ ଜୀବନ୍ୟାସ

  • 17/09/2015

ଅଣୁଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ସପକ୍ଷରେ ମତ ହିରୋସୀମା-ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣର ଭୟାବହତାର ପରେ ପରେ ହିଁ ବ୍ୟାପକ ହେବା ଇତିହାସର ପୃଷ୍ଠାରୁ ଜଣାପଡ଼େ । ଏହି ମତକୁ ପ୍ରସାରିତ ଓ ପ୍ରଚାରିତ କରିବାରେ ଆଗୁଆ ଥିଲେ ହୋମି ଜାହାଙ୍ଗିର ଭାବା – ଯିଏ ଭାରତବର୍ଷରେ ପରମାଣୁ ଶକ୍ତି ଉପôାଦନ ଓ ଗବେଷଣାକୁ ପ୍ରତିଷ୍ଠା କରାଇଥିଲେ । ଭାବା ଏତେ ଆସକ୍ତ ଥିଲେ ଏହି ମତପ୍ରତି ଯେ ତାଙ୍କର ଜଣେ ବିଶିଷ୍ଟ ବନ୍ଧୁ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଟାଟା ଇନଷ୍ଟିଚୁ୍ୟଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (Tata Institute of Fundamental Research (TIFR) ରେ ୧୬ବର୍ଷ ଧରି ଗଣିତ ପ୍ରଫେସର ଭାବେ କାର୍ଯ୍ୟରତ ବିଶିଷ୍ଟ ଗଣିତଜ୍ଞ, ଐତିହାସିକ, ପ୍ରନôତତ୍ତ୍ୱବିଦ୍ ପ୍ରଫେସର ଡି.ଡି. କୋସାମ୍ବିଙ୍କର ନିଯୁକ୍ତିର ନବୀକରଣ କଲେ ନାହିଁ – କାରଣ ପ୍ରଫେସର କୋସାମ୍ବି ପରମାଣୁ ଶକ୍ତି ଉପôାଦନ ଓ ଏହାର ଶାନ୍ତିପୂର୍ଣ୍ଣ ବ୍ୟବହାର ସପକ୍ଷରେ ଦିଆଯାଉଥିବା ଯୁକ୍ତିଗୁଡ଼ିକୁ ଅସାର ବୋଲି ବିଭିନ୍ନ ସଭା ସମିତିରେ ଦର୍ଶାଇଥିଲେ । ଏହାଥିଲା ଗତ ଶତାବ୍ଦୀର ଉତ୍ତର ୫୦ସମୟର ଘଟଣା । କୋସାମ୍ବିଙ୍କର ମତରେ ସୂର୍ଯ୍ୟ ଭଳି ଏକ ବିଶାଳ ପରମାଣୁ ଶକ୍ତି ଉପôାଦନ କେନ୍ଦ୍ର ଆମ ବିଶ୍ୱ ପାଇଁ ଥିବାବେଳେ – ସୌରଶକ୍ତିକୁ ବ୍ୟବହାର କରିବାର ଉପାୟ ଖୋଜିବା ହିଁ ଏକ ଲୋକାଭିମୁଖୀ ଶକ୍ତି ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ସହାୟକ ହେବ । ଏହା ନିରାପଦ ହେବ । ତେଣୁ ମନୁଷ୍ୟକୃତ ପରମାଣୁ ଶକ୍ତି ଉପôାଦନ କେନ୍ଦ୍ର ସ୍ଥାପନାର ଆବଶ୍ୟକତା ନାହିଁ । ପରମାଣୁ ଶକ୍ତି ସପକ୍ଷରେ କହି କହି ଏକ ଆନ୍ତର୍ଜାତିକ ଭାବମୂର୍ତ୍ତି ତିଆରି କରିଥିବା ଭାବାଙ୍କ ପାଇଁ ଏତାଦୃଶ ଯୁକ୍ତି ସ୍ୱାଭାବିକ ଭାବେ ବିଚଳିତ କରି ପକାଇଥିଲା । ବୌଦ୍ଧିକ ଉଦାରତା ଦେଖାଇବା ତାଙ୍କ ପକ୍ଷରେ ବୋଧହୁଏ ସମ୍ଭବ ହେଲାନାହିଁ । ୧୯୪୬ରୁ TIFR ସହ ସମ୍ପୃକ୍ତ ଥିବା କୋସାମ୍ବି ୧୯୬୨ରେ ମାତ୍ର ୫୫ବର୍ଷ ବୟସରେ ଚାକିରି ହରାଇ ବସିଲେ । କହିବା ବାହୁଲ୍ୟ ଯେ ଅଣୁ ବା ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର (Civil War) ସପକ୍ଷରେ ମତ ପ୍ରଥମରୁ ହିଁ ବିତର୍କିତ ହୋଇଛି । କାଳକ୍ରମେ ପରମାଣୁ ଶକ୍ତି ଉପôାଦନର ପ୍ରତିକୂଳ ପ୍ରଭାବର ଗୋଟିଏ ପରେ ଗୋଟିଏ ନଜିର ପ୍ରମାଣିତ କରିଛି ଯେ ଏହା ଆଦୌ ନିରାପଦ ନୁହେଁ । ୨୬ଏପ୍ରିଲ ଦିନ ସୋଭିଏତ ରୁଷିଆର ଚେର୍ଣ୍ଣୋବିଲଠାରେ ଯେଉଁ ଆଣବିକ ଶକ୍ତି ଉପôାଦନ କେନ୍ଦ୍ରରେ ବିସ୍ଫୋରଣ ଘଟିଲା ଓ ତାହାଫଳରେ ଯେଉଁ ତେଜଷ୍କ୍ରିୟ ବିକିରଣ ବାୟୁମଣ୍ଡଳକୁ ଗଲା – ତାହା ହିରୋସୀମା – ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ ଫଳରେ ବାୟୁମଣ୍ଡଳକୁ ଯାଇଥିବା ବିକିରଣର ୧୦୦ଗୁଣ ଅଧିକ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ୪ଟି ରିଆକ୍ଟରରୁ ଗୋଟିକର ବିସ୍ଫୋରଣର ଏହାହିଁ ଥିଲା ପ୍ରଭାବ । ଏହାଠାରୁ କମ୍ ପ୍ରଭାବ ପଡ଼ିଥିବା ଦୁର୍ଘଟଣା ହୋଇଥିଲା ୨୮ମାର୍ଚ୍ଚ ୧୯୭୯ରେ ଆମେରିକାର ପେନ୍ସିଲଭାନିଆସ୍ଥିତ ଥିମାଇଲ ଆଇଲାଣ୍ଡ (Three Mile Island)ରେ । ଆଣବିକ ଦୁର୍ଘଟଣାର ବିରାଟ ତାଲିକା ରହିଛି ଯାହା କୋସାମ୍ବିଙ୍କର ବିରୋଧର ଯଥାର୍ଥତାକୁ ପ୍ରତିପାଦିତ କରୁଛି । ଚାର୍ଲ୍ସ ପେରୋ (Charles Perrow) ନାମକ ଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ଙ୍କ ଅନୁସାରେ ଆଣବିକ ଶକ୍ତି ଉପôାଦନ କେନ୍ଦ୍ରରେ ଦୁର୍ଘଟଣା ହେବାର ସମ୍ଭାବନା ସବୁବେଳେ ରହିଛି – କାରଣ ପ୍ରଯୁକ୍ତି ବିଦ୍ୟାର ଏହା ଜଟିଳ ପରିପ୍ରକାଶ । (Certain types of highly complex technological system, such as Nuclear power plants, are unmanageable by nature and therefore run the risk of a serious accident).
ଏହାକୁ ସ୍ୱାଭାବିକ ଦୁର୍ଘଟଣା (Normal Accident)ର ପେରୋଙ୍କ ତତ୍ତ୍ୱ (Perrow’s Theory) ବୋଲି କୁହାଯାଏ । ପେରୋଙ୍କ ଅନୁସାରେ ସେହି ଦୁର୍ଘଟଣା ହିଁ ସ୍ୱାଭାବିକ (Normal) ଯେଉଁ ଦୁର୍ଘଟଣାକୁ ଆଡ଼େଇ ଦିଆଯିବା ସମ୍ଭବ ନୁହେଁ । ଅର୍ଥାତ ପେରୋଙ୍କ ତତ୍ତ୍ୱ ଅନୁସାରେ ଆଣବିକ ଶକ୍ତି ଉପôାଦନ କେନ୍ଦ୍ରରେ ଦୁର୍ଘଟଣା ସ୍ୱାଭାବିକ । କିନ୍ତୁ ଏହି ଦୁର୍ଘଟଣାର ପ୍ରତିକୂଳ ପ୍ରଭାବ ଯେ ସାଂଘାତିକ, ତାହାର ଏଯାବତ୍ ଚରମ ଉଦାହରଣ ହେଉଛି ଚେର୍ଣ୍ଣୋବିଲ ଆଣବିକ ଦୁର୍ଘଟଣା ।
ମାନବସମାଜର ସ୍ଥିତି ପ୍ରତି ଏପରି ବିପଦ ସୃଷ୍ଟି କରୁଥିବା ଆଣବିକ ଶକ୍ତି ଉପôାଦନ ପାଇଁ ଭାରତ ସରକାର ମନମୋହନ ସିଂହଙ୍କ ନେତୃତ୍ୱରେ ସବୁ ମତାମତକୁ ବେଖାତିର କରି, ଭାରତୀୟ ସଂସଦୀୟ ଇତିହାସରେ ସବୁଠାରୁ କଳଙ୍କମୟ ଇତିହାସ ସୃଷ୍ଟି କରି – ଆମେରିକା ସହ ଯେଉଁ ‘ଐତିହାସିକ’ ଚୁକ୍ତି କଲେ – ତାହା ପଛରେ କ’ଣ କାରଣ ଥାଇପାରେ? ଏହି ଚୁକ୍ତିକୁ ଭାରତର କୂଟନୈତିକ ବିଜୟ ବୋଲି କ୍ଷମତାସୀନମାନେ ବାରମ୍ବାର କହିଛନ୍ତି । ଦର୍ଶାଇଛନ୍ତି ଯେ ଭାରତ ଏନ୍.ପି.ଟି. ବା ସି.ଟି.ବି.ଟି ରେ ଦସ୍ତଖତ ନକରି ମଧ୍ୟ ନୁ୍ୟକ୍ଲିୟ ସପ୍ଲାଇ ଗ୍ରୁପ୍ (nsg) ଯାହାର ୪୫ଟି ରାଷ୍ଟ୍ର ହେଉଛନ୍ତି ସଭ୍ୟ, ତାଙ୍କର ସ୍ୱୀକୃତି ହାସଲ କରିପାରିଲା । ଏହି ସ୍ୱୀକୃତି ପାଇଁ ଆମେରିକାର ରାଷ୍ଟ୍ରପତି ଜର୍ଜବୁଶ୍ଙ୍କର ଏହି ରାଷ୍ଟ୍ରଗୁଡ଼ିକ ଉପରେ ଚାପ ପ୍ରୟୋଗର ସ୍ୱରୂପକୁ ଯେଉଁମାନେ ଅନୁସନ୍ଧାନ କରିଛନ୍ତି – ସେମାନେ ଭାରତର କୂଟନୈତିକ ବିଜୟ ଦାବୀକୁ ଯଦି ଏକ ନିର୍ଲ୍ଲଜ ଆସ୍ଫାଳନ ବୋଲି କହିଛନ୍ତି – ତା’ହେଲେ ଭୁଲ ବୋଧହୁଏ କହୁନାହାନ୍ତି । କହିବା ବାହୁଲ୍ୟ ଯେ ଆମେରିକାର ସ୍ୱାର୍ଥରେ ହିଁ ଏହି ଚୁକ୍ତି -ତାହା କେବଳ ଜର୍ଜବୁଶ ଓ ତାଙ୍କର ସହଯୋଗୀ ନୁହନ୍ତି ବରଂ ସମୁଦାୟ ଆମେରିକୀୟ ରାଜନୈତିକ ଶ୍ରେଣୀ ଏହା ବୁଝିପାରିଛି-ତେଣୁ ଆମେରିକାର କଂଗ୍ରେସ ହେଉ ବା ସିନେଟ ହେଉ, ସବୁଠାରେ ଏହି ଚୁକ୍ତିକୁ ଅନୁମୋଦିତ କରିଦିଆଯାଇଛି ।
କ’ଣ ତା’ହେଲେ ଆମେରିକାର ସ୍ୱାର୍ଥ? ଆମେରିକାସ୍ଥିତ ଆଣବିକ ଶକ୍ତି ଉପôାଦନ ଶିଳ୍ପର ପୁନର୍ଜୀବନ ପାଇବ । କାରଣ ଗତ ୩୦ବର୍ଷ ଭିତରେ ଏହି ଶିଳ୍ପ ଆମେରିକା ମାଟିରେ ଗୋଟିଏ ବି ଆଣବିକ ଶକ୍ତି ଉପôାଦନ କେନ୍ଦ୍ର ସ୍ଥାପନା କରିପାରି ନାହିଁ । ୩୦ବର୍ଷ ଭିତରେ ପ୍ରଥମ ଆଣବିକ ଶକ୍ତି ଉପôାଦନ କେନ୍ଦ୍ରର ସ୍ଥାପନା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ୱେଷ୍ଟିଙ୍ଗ ହାଉସ୍ ଇଲେକ୍ଟ୍ରିକ କମ୍ପାନୀ (Westinghouse Electric Co) ଓ ଜର୍ଜିଆ ପାୱାର (Georgia Power)ମଧ୍ୟରେ – ଏପ୍ରିଲ ୮, ୨୦୦୮ ଦିନ । (ଦ୍ରଷ୍ଟବ୍ୟ : Pittsburgh Tribune Review dated April 8, 2008 First US Nuclear Plant contract in 30years signed by Westinghouse’ by Thomson Dlson)| ତେଣୁ ଏହି ଭଳି ସୁପ୍ତ ଅବସ୍ଥାରେ ଥିବା ମାର୍କିନ ଆଣବିକ ଶିଳ୍ପ ପାଇଁ ଏକ ବିରାଟ ଭାରତୀୟ ବଜାର ଉପଲବ୍ଧ ହୋଇଯିବ । ହିସାବ କରାଯାଉଛି ଯେ ପାଖାପାଖି ୧୦ହଜାର କୋଟି ଆମେରିକୀୟ ଡଲାର ବା ୫ଲକ୍ଷ କୋଟି ଟଙ୍କାର ଏକ ବିରାଟ ବଜାରରେ ମାର୍କିନ ଆଣବିକ ଶିଳ୍ପ ପ୍ରବେଶ କରିବାର ସୁଯୋଗ ପାଇବ । କୁହାଯାଉଛି ଯେ ଏ ବାବଦ ଭାରତର ୧୫ହଜାର କୋଟି ଆମେରିକୀୟ ଡଲାର ଖର୍ଚ୍ଚ କରିବାର ସାମର୍ଥ୍ୟ ରହିଛି । ଏହା ଅବିଶ୍ୱସନୀୟ ବୋଲି ମନେହୁଏ ନାହିଁ ଯେତେବେଳେ ଆମେ ଦେଖୁ ଯେ ଭାରତ ପାଖରେ ବିଦେଶୀ ମୁଦ୍ରାର ଗଚ୍ଛିତ ପରିମାଣ ହେଉଛି ପାଖାପାଖି ୨୮ହଜାର ୬୦୦କୋଟି ଡଲାର । ଏହା ଯେ କେବଳ ମାର୍କିନ ଆଣବିକ ଶିଳ୍ପପତିଙ୍କ ପାଇଁ ଆକର୍ଷଣୀୟ ହୋଇଛି ତାହା ନୁହେଁ – ଆମର ଭାରତୀୟ ଶିଳ୍ପପତିମାନେ ମଧ୍ୟ ଏହି ବେପାରରୁ ଲାଭ କରିବେ ବୋଲି ଆଶା ବାନ୍ଧୁଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଲାର୍ସନ ଏଣ୍ଡ ଟୁବ୍ରୋ (Larsen & Toubro), ଜିଭିକେ ଗ୍ରୁପ (GVK Group), ଭିଡ଼ିଓକୋନ (Videocon) ଟାଟା ପାୱାର, ଜିନ୍ଦଲ ଆଦି । ଅବଶ୍ୟ ଏ ଘରୋଇ କମ୍ପାନୀଗୁଡ଼ିକୁ ଆଣବିକ ଶକ୍ତି ଉପôାଦନ କ୍ଷେତ୍ରରେ ଅନୁମତି ଦେବାକୁ ହେଲେ ଆଇନର ପରିବର୍ତ୍ତନ କରିବାକୁ ହେବ । କାରଣ Atomic Energy Act 1962 ଅନୁସାରେ କେବଳ ସେହି କମ୍ପାନୀମାନଙ୍କୁ ହିଁ ଆଣବିକ ଶକ୍ତି ଉପôାଦନ କ୍ଷେତ୍ରରେ ଅନୁମତି ଦିଆଯିବ ଯେଉଁ କମ୍ପାନୀମାନଙ୍କର ସରକାରଙ୍କର ଅଂଶଧନ ଶତକଡ଼ା ୫୧ରୁ ଅଧିକ । ତେବେ ଯେଉଁ ୪୦ଟି ଘରୋଇ କମ୍ପାନୀ ଏତେବଡ଼ ବଜାରକୁ ଆଗେଇଛନ୍ତି ସେମାନେ ଏକ ଗୋଷ୍ଠୀ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ ଆରମ୍ଭ କରିଛନ୍ତି । ଆଇନର ପରିବର୍ତ୍ତନ କରିବାପାଇଁ ଭାରତର ତିନୋଟି ମୁଖ୍ୟ ଶିଳ୍ପଗୋଷ୍ଠୀ Associated Chambers of Commerce and Indistry of India, Federation of Indian Chambers of Commerce and Industry Z[û confederation of Indian Industry,CII 7 ସରକାରଙ୍କୁ ପ୍ରଭାବିତ କରିବାରେ ଲାଗି ପଡ଼ିଛନ୍ତି । ଏମାନେ ସଫଳ ହେବେ – ଏଥିରେ ସନେ୍ଦହ ନାହିଁ । କାରଣ ଏଯାବତ୍ ଏମାନେ ସଫଳ ହୋଇ ଆସିଛନ୍ତି ।
ଭାରତ ଓ ଆମେରିକାର ଯେଉଁ ରାଜନୈତିକ ଗୋଷ୍ଠୀ ଏହି ଚୁକ୍ତିକୁ ଫଳବତୀ କରାଇଛନ୍ତି ଓ ଦେଶୀ-ବିଦେଶୀ ବେପାରୀମାନଙ୍କ ପାଇଁ ଏକ ବିରାଟ ବଜାରଟିଏ ସୃଷ୍ଟି କରିଛନ୍ତି, ସେମାନଙ୍କର ସମ୍ଭାବ୍ୟ ହିତାଧିକାରୀ ବେପାରୀମାନଙ୍କ ସହ ଉଭୟ ରାଷ୍ଟ୍ରରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯଦି କୌଣସି ଅଲିଖିତ ବୁଝାମଣା ହୋଇଥାଏ – ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।

Print Friendly, PDF & Email