୧-୧୬ ଅକ୍ଟୋବର, ୨୦୦୮
୧୬-୩୦ଅକ୍ଟୋବର, ୨୦୦୮
ଚୀନ୍ଦେଶରେ ସାନଲୁ (Sanlu) ହେଉଛି ସବୁଠାରୁ ବଡ଼ ଗୁଣ୍ଡଦୁଗ୍ଧ ତିଆରି କମ୍ପାନୀ । ଏହାର ବିଦେଶୀ ଅଂଶୀଦାର ହେଉଛି ନୁ୍ୟଜିଲାଣ୍ଡ (New Zealand)ର ଗୁଣ୍ଡଦୁଗ୍ଧ ତିଆରି କମ୍ପାନୀ ଫଣ୍ଟେରା (Fonterra) । ସାନଲୁରେ ଏହି ବିଦେଶୀ କମ୍ପାନୀର ଅଂଶଧନ ହେଉଛି ଶତକଡ଼ା ୪୩ ଭାଗ । ଏହି କମ୍ପାନୀ ଇତ୍ୟବସରରେ ଏକ ଅକ୍ଷମଣୀୟ ଅପରାଧ କରିଛି ବୋଲି ବହୁ ଅସଫଳ ଉଦ୍ୟମ ପରେ ପ୍ରକାଶିତ ହୋଇପାରିଛି । ଜିଅାଁ ଗୁଆନଝାଓ (Jian Guanzho)ନାମକ ଜଣେ ସାମ୍ବାଦିକ ସାଂଘାଇରୁ ପ୍ରକାଶିତ ଡଙ୍ଗ୍ଫାଙ୍ଗ୍ ଜାଓବାଓ (Dangfaug Zaobao)ରେ ୧୧ସେପ୍ଟେମ୍ବର ୨୦୦୮ଦିନ ଏହି ଅପରାଧଟିକୁ ଲୋକଲୋଚନକୁ ଆଣିଛନ୍ତି । ୯ ସେପ୍ଟେମ୍ବର ଦିନ ନୁ୍ୟଜିଲାଣ୍ଡର ଅଧିକାରୀମାନେ ଚୀନା ସରକାରଙ୍କୁ ସାନଲୁ ପ୍ରସ୍ତୁତ କରୁଥିବା ଗୁଣ୍ଡଦୁଗ୍ଧ ମେଲାମାଇନ ନାମକ ଏକ ରାସାୟନିକ ଦ୍ରବ୍ୟ ଦ୍ୱାରା ଦୂଷିତ ହୋଇଛି ବୋଲି ଜଣାଇବା ପରେ ପରେ ହିଁ ଔସବଦ୍ଭ ସାନଲୁର ଅପରାଧକୁ ଲୋକଲୋଚନକୁ ଆଣିବା ପାଇଁ ସମର୍ଥ ହୋଇଥିଲା ।
କିନ୍ତୁ ସାନଲୁ ଦ୍ୱାରା ପ୍ରସ୍ତୁତ ଗୁଣ୍ଡଦୁଗ୍ଧର ଯେ ପ୍ରତିକୂଳ ପ୍ରଭାବ ଏହାକୁ ଖାଇଥିବା ପିଲାମାନଙ୍କ ଉପରେ ପଡ଼ୁଛି ଓ କାହିଁକି ଏପରି ହେଉଛି ତାହା ସାନଲୁ କମ୍ପାନୀଠାରୁ ଜାଣିବା ପାଇଁ ୬ମାସ ଧରି ବାରମ୍ବାର ଚେଷ୍ଟା କରି କୌଣସି ସିଧାସଳଖ ଉତ୍ତର କମ୍ପାନୀଠାରୁ ନପାଇ ହତୋତ୍ସାହ ହୋଇ ମଇ ୨୧ ତାରିଖ ୨୦୦୮ରେ ଅଭିଭାବକ ୱାଙ୍ଗ ୱାନେପିଙ୍ଗ (Wang Yuanping) ସ୍ଥିର କଲେ ଯେ ଆଉ ସାନଲୁକୁ ପଚାରିବେ ନାହିଁ ବରଂ ଶେଷ ଭରସା ଇଣ୍ଟରନେଟ୍ରେ ନିଜର ଅଭିଜ୍ଞତାକୁ ପ୍ରଚାରିତ କରିବେ । କିଣିଥିବା ଗୁଣ୍ଡଦୁଗ୍ଧର ଚିତ୍ର ସହ, ସାନଲୁ କମ୍ପାନୀଠାରୁ ସିଧାସଳଖ ଉତ୍ତର ପାଇବାର ବିଫଳତାକୁ ସେ ଜନପ୍ରିୟ ତିଆନ୍ୟା . ସିନ (Tianya.cn)ରେ ଛାଡ଼ିଦେଲେ ।
ମଇ ୩୧ତାରିଖ ଦିନ ସାନଲୁ କମ୍ପାନୀର ଆଞ୍ଚଳିକ ପରିଚାଳକ ଝଙ୍ଗ୍ ୟୁନ (Zhong Yun) ୱାଙ୍ଗ (Wang)ଙ୍କ ନିକଟରେ ପହଞ୍ଚôଲେ ଓ ତାଙ୍କ ପାଖରେ ଥିବା ୧୩ ପ୍ୟାକେଟ ଗୁଣ୍ଡଦୁଗ୍ଧ ନେଇଯିବାକୁ ଚାହିଁଲେ । ବଦଳରେ ପ୍ରାୟଃ ଦଶଗୁଣ ମୂଲ୍ୟର ୪ଟି ବାକ୍ସ ଗୁଣ୍ଡଦୁଗ୍ଧ ଦେବେ ବୋଲି କହିଲେ । ଏହିଭଳି ଏକ ଉଦ୍ୟମ ସାନଲୁ କମ୍ପାନୀ ତରଫରୁ ୨୧ଫେବୃୟାରୀ ଦିନ ମଧ୍ୟ ହୋଇଥିଲା କିନ୍ତୁ ୱାଙ୍ଗ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ସେତେବେଳେ ଚାହିଁଥିଲେ ତାଙ୍କପାଖରେ ଥିବା ଗୁଣ୍ଡଦୁଗ୍ଧର ବୈଜ୍ଞାନିକ ପରୀକ୍ଷା – କାରଣ ସେ ବୁଝିଥିଲେ ଯେ ସମସ୍ୟା ତାଙ୍କର ବ୍ୟକ୍ତିଗତ ନୁହେଁ-ଏହାକୁ ଖାଉଥିବା ସାରା ଦେଶର ପିଲାଙ୍କର ସ୍ୱାସ୍ଥ୍ୟଗତ ପ୍ରଶ୍ନ ଏହା ସହିତ ଜଡ଼ିତ । ୱାଙ୍ଗ୍ଙ୍କର ଏପରି ନଛୋଡ଼ବନ୍ଧା ଜିଦ୍ ଦେଖି କମ୍ପାନୀ ୩୧ମାର୍ଚ୍ଚ ବେଳକୁ ସେହି ଛାପାର ଗୁଣ୍ଡଦୁଗ୍ଧକୁ ବଜାରରୁ କାଢ଼ିନେଲା ଓ ତା’ ବଦଳରେ ନୂଆ ଛାପାର ଗୁଣ୍ଡଦୁଗ୍ଧ ଯୋଗାଇଲା । ୩୧ମଇ ବେଳକୁ ବୋଧହୁଏ ୱାଙ୍ଗ୍ଙ୍କର ଏହିଭଳି ଜିଦ୍ ଆଉ ନଥିଲା । ତେଣୁ ସେ ସାନଲୁ କମ୍ପାନୀ ସହ ଏକ ରାଜିନାମା ସ୍ୱାକ୍ଷର କଲେ ଓ Tianya.cnକୁ ସାନଲୁ ସମ୍ପର୍କରେ ସେ ଲେଖିଥିବା ଲେଖାଗୁଡ଼ିକୁ ଉଡ଼ାଇଦେବା ପାଇଁ କହିଲେ । କାହିଁକି ୱାଙ୍ଗ୍ ଏପରି କଲେ ତାହା ଏକ ରହସ୍ୟ । ତେବେ ୱାଙ୍ଗ୍ଙ୍କର ଏପରି ଉଦ୍ୟମକୁ ସାନଲୁ କମ୍ପାନୀ ଦବାଇ ଦେଇ ଖସିଯାଇ ପାରିଲା ନାହିଁ । ଚୀନ ସରକାର ଏହି ସମସ୍ୟାକୁ ଯେତେବେଳେ ବିଚାରଯୋଗ୍ୟ ବୋଲି ଗ୍ରହଣ କଲେ ଓ ସାନଲୁ କମ୍ପାନୀକୁ ଏହିଭଳି ସମସ୍ୟା ପାଇଁ ଦାୟୀ ବୋଲି ଘୋଷଣା କଲେ, ସେତେବେଳେ ଅବଶ୍ୟ ୱାଙ୍ଗ୍ ଦୁଶି – କୁଆଇବାଓ (Dushi-Kuaibao)ବୋଲି ଏକ ଖବରକାଗଜକୁ ସାକ୍ଷାତକାର ଦେଇ କହିଥିଲେ ଯେ – ‘ମୁଁ ଜାଣିଥିଲି ଯେ ଗୁଣ୍ଡଦୁଗ୍ଧରେ କିଛି ଦୋଷ ରହିଛି । କିନ୍ତୁ ଦୋଷଟା ସଠିକ୍ କ’ଣ ତାହା ଜାଣିନଥିଲି । ଯଦି ମୁଁ ଜାଣିଥାନ୍ତି ଯେ ଏଥିରେ ମେଲାମାଇନ (Melamine)ଅଛି – ତା’ହେଲେ ମୁଁ ସାନଲୁ ସହ କୌଣସି ରାଜିନାମା କରିନଥାନ୍ତି ବରଂ ମୋ ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ଏହି ସମସ୍ୟାଟିକୁ ଜଣାଇଥାନ୍ତି । କିନ୍ତୁ ଏହି ଚୀନ ସରକାରଙ୍କର ଶିଳ୍ପ ଓ ବେପାର ବିଭାଗ (Industry and commerce Bureau) ନିକଟରେ ୱାଙ୍ଗ୍ ୩୧ମାର୍ଚ୍ଚ ୨୦୦୮ଦିନ ଯେତେବେଳେ ସାନଲୁ କମ୍ପାନୀର ଗୁଣ୍ଡଦୁଗ୍ଧର ବୈଜ୍ଞାନିକ ପରୀକ୍ଷା ପାଇଁ ଦାବି କରିଥିଲେ – ସେତେବେଳେ ଏହି ବିଭାଗର ଅଧିକାରୀମାନେ ତାଙ୍କୁ ଏଥିପାଇଁ ଅଗ୍ରୀମ ଫିସ୍ ଯାହାର ପରିମାଣ ୧୦,୦୦୦ୟୁଆନ (Yuan)ବା ୧୪୬୦ ଆମେରିକୀୟ ଡଲାର ଲାଗିବ ବୋଲି ସତର୍କ କରାଇ ଦେଇଥିଲେ । ଏହା ତ’ ଭିନ୍ନ କଥା ଯେ ଏହି ଅଧିକାରୀମାନେ ଅନୁସନ୍ଧାନ ଆରମ୍ଭ କଲାବେଳକୁ ପୁରୁଣା ପ୍ୟାକେଟଗୁଡ଼ିକ ବଜାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ତା ସ୍ଥାନରେ ନୂତନ ପ୍ୟାକେଟଗୁଡ଼ିକୁ ରଖାଯାଇଥିଲା ।
ଏହି ଗୁଣ୍ଡଦୁଗ୍ଧ ଖାଇ ହଜାର ହଜାର ପିଲାଙ୍କ କିଡ଼ନୀରେ ପଥର ହେବାର ଖବର ଓ ଅନୁ୍ୟନ ୪ଟି ପିଲା ମରିଥିବାର ଖବର ଇତ୍ୟବସରରେ ଜାଣିବାକୁ ମିଳୁଛି ।
ତେବେ ଯାହା ବର୍ତ୍ତମାନ ସରକାରୀ ସମ୍ବାଦ ସରବରାହ ଝିନୁଆ ସମ୍ବାଦ ସଂସ୍ଥା (Xinhua News Agency)ରୁ ଜଣାପଡ଼ୁଛି ସାନଲୁ କମ୍ପାନୀ ଡିସେମ୍ବର ୨୦୦୭ରୁ ଉପôାଦିତ ଗୁଣ୍ଡଦୁଗ୍ଧରେ ଏପରି ସମସ୍ୟା ରହିଛି ବୋଲି ଜାଣିଥିଲା । କିନ୍ତୁ ବିଧିବଦ୍ଧ ଭାବେ ଏହାକୁ କମ୍ପାନୀ- ତା’ର ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀଙ୍କୁ ୨ଅଗଷ୍ଟ ୨୦୦୮ସୁଦ୍ଧା ଜଣାଇଥିଲା । ଏହାର ୬ଦିନ ପରେ ହିଁ ବେଜିଙ୍ଗ ଅଲିମ୍ପିକ ଆରମ୍ଭ ହେଲା । ବେଜିଙ୍ଗ ଅଲିମ୍ପିକ୍ସ ସରିବା ପରେ ହିଁ ଜନସାଧାରଣ ଜାଣିବାକୁ ପାଇଲେ ଯେ ସାନଲୁ ଉପôାଦିତ ଗୁଣ୍ଡଦୁଗ୍ଦ ମେଲାମାଇନ ଦ୍ୱାରା ଦୂଷିତ । ଚୀନ ଦେଶର ସରକାର ଅବଶ୍ୟ ଏଯାବତ୍ ବୁଝାଇପାରୁନାହାନ୍ତି ଯେ କାହିଁକି ସ୍ଥାନୀୟ ସରକାରୀ ଅଧିକାରୀ ଏହିଭଳି ଏକ ଅପରାଧ ପ୍ରତି ଏତେଦିନ ଧରି ଆଖିବୁଜି ଦେଇଥିଲେ । ଅବଶ୍ୟ ଯଦି ବେଜିଙ୍ଗ ଅଲିମ୍ପିକ୍ସ ବେଳେ ଏହା ପ୍ରଘଟ ହୋଇଥାନ୍ତା – ତା’ହେଲେ ଏହା ଚୀନଦେଶର ଭାବମୂର୍ତ୍ତିକୁ ନିଶ୍ଚିତ ଖର୍ବ କରିଥାନ୍ତା – କାରଣ ଏହି ସମୟରେ ୨୦,୦୦୦ ବିଦେଶୀ ସାମ୍ବାଦିକ ଚୀନ ମାଟିରେ ବିଦ୍ୟମାନ ଥିଲେ । ତେଣୁ ଉଭୟ ବ୍ୟବସାୟୀ ଗୋଷ୍ଠୀ ଓ ସରକାର ନୀରବତା ଅବଲମ୍ବନ କରିବା ଉଚିତ ମନେକଲେ ବୋଧହୁଏ । କିନ୍ତୁ ଯାହା ସବୁଠାରୁ ବଡ଼ ବିଡ଼ମ୍ବନା ତାହା ହେଉଛି ସ୍ଥାନୀୟ ସାମ୍ବାଦିକମାନଙ୍କର ନୀରବତା । ସେମାନେ ଏହି ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ଏହାକୁ ପ୍ରଘଟ କଲେନାହିଁ । ଯେତେବେଳେ ବା କଲେ (ଜୁଲାଇ ୨୦୦୮ବେଳକୁ) ସେତେବେଳେ ସାନଲୁ କମ୍ପାନୀର ନାମ ଉଲ୍ଲେଖ କଲେନାହିଁ – ତା ବଦଳରେ ଲେଖିଲେ ‘ଜନୈକ କମ୍ପାନୀ’, ଗୁଣ୍ଡଦୁଗ୍ଧର ଛାପା ଲେଖିଲେ ନାହିଁ – ତା’ବଦଳରେ ଲେଖିଲେ ‘ଏକ ନିର୍ଦ୍ଧିଷ୍ଟ ଛାପାର ଗୁଣ୍ଡଦୁଗ୍ଦ’ ସାନଲୁ କମ୍ପାନୀ ପ୍ରତି ସ୍ଥାନୀୟ ସାମ୍ବାଦିକଙ୍କର ଭୟ ଏତେଦୂର! ତେବେ ଜିଅାଁ ପ୍ରଥମ ସାମ୍ବାଦିକ ଯିଏ ସାନଲୁ କମ୍ପାନୀର ନାଁ ନେଇ ଖବରକାଗଜରେ ଲେଖିଲେ । ସେଥିପାଇଁ ସେ ଆଜି ନିର୍ଭୀକ ସାମ୍ବାଦିକମାନଙ୍କ ପାଇଁ ଏକ ଆଦର୍ଶ ହୋଇଛନ୍ତି । କିନ୍ତୁ ତାଙ୍କରି ଭାଷାରେ ‘ଏହା ଅଛପା ନୁହେଁ ଯେ କମ୍ପାନୀମାନେ ଗଣମାଧ୍ୟମକୁ ନୀରବ ରହିବା ପାଇଁ ପଇସା ଖର୍ଚ୍ଚ କରନ୍ତି । ସାନଲୁ ବ୍ୟାପାରରେ କୌଣସି ଗଣମାଧ୍ୟମ ନୀରବ ରହିବା ପାଇଁ ପଇସା ନେଇଥିଲା କି? ମୋର ବୁଝାମଣା ଅନୁସାରେ – ଏହାର ସମ୍ଭାବନା ବହୁତ ଅଧିକ ।’ ଅବଶ୍ୟ ଇଣ୍ଟରନେଟ ମାଧ୍ୟମରେ ଚାଲିଥିବା ବିଭିନ୍ନ ସମ୍ବାଦ ବିନିମୟ ସଙ୍ଗଠନ ଗୁଡ଼ିକରେ ଏହା ଗୁଜବ ଯେ ସାନଲୁ ତା’ର ଅପରାଧକୁ ପ୍ରଘଟ ନକରିବା ପାଁଇ ପଇସାପତ୍ର ଖର୍ଚ୍ଚ କରିଛି ।
କମ୍ପାନୀ ସାନଲୁ ଚୀନ ଦେଶର ସରକାର, ଗଣମାଧ୍ୟମକୁ ତା’ର ଅର୍ଥବଳରେ ଯେ କବଳିତ କରିପାରିଛି – ତାହାହିଁ ଉପରୋକ୍ତ ଘଟଣାରୁ ସ୍ପଷ୍ଟ ହୁଏ । ୱାଙ୍ଗ ଭଳି ସାଧାରଣ ଲୋକର ସ୍ୱର ସର୍ବସାଧାରଣ ହେବା ଦିଗରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଠିଆ କରାଇ ପାରୁଛି କମ୍ପାନୀ ସାନଲୁ , ଏପରିକି ୱାଙ୍ଗର ମୁହଁକୁ ବି ବନ୍ଦ କରିଦେଇ ପାରିଛି ସାନଲୁ ।
ସାମ୍ୟବାଦୀ ଚୀନ ଦେଶରେ ଏକ ପୁଞ୍ଜିପତି କମ୍ପାନୀର ଏତାଦୃଶ ପ୍ରଭାବ ବାସ୍ତବିକ ପ୍ରକୃତ ସାମ୍ୟବାଦୀଙ୍କୁ ବିଚଳିତ କରିଦେଇଥିବ । କିନ୍ତୁ ସାମ୍ୟବାଦୀ ଚୀନର ସାମ୍ୟବାଦ ଯେ ତ୍ୱରିତ ବିଷୟ ଫିକା ପଡ଼ିଆସିଲାଣି ତାହାକୁ ଦେଖିପାରୁଥିବା କେହି ଏପରି ଘଟଣା ଦ୍ୱାରା ବିଚଳିତ ହେବନାହିଁ । କିନ୍ତୁ ଯଦି ଏକ ବିରାଟ ସାମ୍ୟବାଦୀ ପୃଷ୍ଠଭୂମି ଥିବା ଚୀନ ଦେଶର ସରକାର ପୁଞ୍ଜିପତିମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି- ସେଠି ଭାରତ ଭଳି ଦେଶରେ ପୁଞ୍ଜିପତିମାନଙ୍କର ଔଦ୍ଧତ୍ୟ ଉପରେ ଅଙ୍କୁଶ ଲଗାଇବାରେ ଆମ ଦେଶର ସରକାର ସମର୍ଥ ହେବ – ଏପରି ଆଶା କରିବା ବୃଥା ।
ଏହିମାନଙ୍କ ଉପରେ ଅଙ୍କୁଶ କେବଳ ସଚେତନ କୌଣସି ପ୍ରଲୋଭନର ଶିକାର ହୋଇଯାଉନଥିବା ଜନସାଧାରଣ ହିଁ ଲଗାଇ ପାରିବେ – ଏହାହିଁ ବୋଧହୁଏ ୱାଙ୍ଗ୍ଙ୍କର ଉଦ୍ୟମରୁ ହେଉଥିବା ଅଭିଜ୍ଞତାରୁ ସୂଚନା ମିଳେ ।
(ଦ୍ରଷ୍ଟବ୍ୟ : ଚୁଆ ଚୀନ ହନ (Chua Chin Hon)u \ßûeû fòLôZ Chiwas Milk Scandal and its cover up (The Statesman, 3rd October 2008)