ଫିଲିପାଇନ୍ସର ରାଷ୍ଟ୍ରପତି (ନଭେମ୍ବର ୧୯୫୩-ମାର୍ଚ୍ଚ ୧୯୫୭) ରାମନ ମାଗାସେସେଙ୍କ ନାଁରେ ଆମେରିକାର ପ୍ରସିଦ୍ଧ ଶିଳ୍ପପତି ରକଫେଲର୍ ପରିବାର ଏହି ପୁରସ୍କାରଟିର ସ୍ଥାପନା କଲେ- ମାଗାସେସେଙ୍କର ମୃତୁ୍ୟ (୧୭ମାର୍ଚ୍ଚ ୧୯୫୭)ପରେ ପରେ । ୨୦୦୧ମସିହାରୁ ଏହି ପୁରସ୍କାରରେ ଯୋଡ଼ି ହୋଇଗଲେ ଆମେରିକାର ଶିଳ୍ପପତି ଫୋର୍ଡ଼ ପରିବାର । ଏହା ସର୍ବବିଦିତ ଯେ ରାମନ ମାଗାସେସେ ଆମେରିକାର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ଥିଲେ । କମୁ୍ୟନିଷ୍ଟମାନଙ୍କୁ ନିପାତ କରିବାରେ ତାଙ୍କର ଦକ୍ଷତା ହିଁ ତାଙ୍କୁ ଆମେରିକାର ପ୍ରିୟ ବ୍ୟକ୍ତି କରିଥିଲା । ତାଙ୍କର ଏହି ଦକ୍ଷତାକୁ ପ୍ରସିଦ୍ଧ ଞଓଗଋ ପତ୍ରିକା (ଏପ୍ରିଲ-୧୯୫୧)ଏହିପରି ବର୍ଣ୍ଣନା କରନ୍ତି । ‘ମାଗାସେସେ ଟେବୁଲ ଉପରେ ଏତେ ଜୋରରେ ହାତ ବାଡ଼େଇଲେ ଯେ ତା’ଉପରେ ଥୁଆ ହୋଇଥିବା ସିଗାରେଟ ଆଷ୍ଟ୍ରେ ଉପରକୁ ଉଠିଗଲା ଓ ସେ ଉଚ୍ଚସ୍ୱରରେ ନିଦେ୍ର୍ଧଶ ଦେଲେ- ‘ମାନିଲା ସହରର ଭିତରେ ଓ ଚାରିପାଖରେ ଆହୁରି ଅଧିକ ଲୋକ ମୁତୟନ କର । ମୁଁ ଚାହେଁ ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତିର ତଲାସି ନିଆଯାଉ ଏବଂ ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତିର ଘରଉପରେ ଚଢ଼ାଉ ହେଉ । ସନ୍ତସନ୍ତିଆ କାଣ୍ଡବା ଭିତରୁ ହକ୍ଙ୍କୁ ପୋଡ଼ି ପକାଅ । ଦେଶରେ ବର୍ତ୍ତମାନ ୮୦୦୦ ହକ୍ ଅଛନ୍ତି । ହିସାବରେ ଆମର ଗୋଟିଏ ସୈନ୍ୟପାଇଁ ଅଛନ୍ତି ୫ଟି ହକ୍ । ଏହି ସପ୍ତାହକୁ ‘ସଂହାର ସପ୍ତାହ’ କରାଯାଉ ।’
((At his Headquarters, Magsaysay pounded the table so hard that the ashtray bounced, and barked orders…. Put more men in and around Manila. I want every suspicious person searched and every suspicious house raided…. Burn the Huks out of Candaba swamps. There are 8,000 Huks in the country. That makes five Huks to each one of our platoons. Let us make this week the liquidation week.) ଦ୍ରଷ୍ଟବ୍ୟ Economic & Political Weekly, 23 August 2008, P. – 14) । ଏହି ସପ୍ତାହରେ ୩୦୦ ବିଦ୍ରୋହୀଙ୍କୁ ହତ୍ୟା କରାଗଲା । ମାଗାସେସେଙ୍କର କାର୍ଯ୍ୟକଳାପରେ (ଉଭୟ ପ୍ରତିରକ୍ଷା ସଚିବ ଓ ପରେ ରାଷ୍ଟ୍ରପତି) ୧୩୬୩ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଥିଲା ।
ଆମେରିକୀୟ ସାମ୍ରାଜ୍ୟବାଦର ପୃଷ୍ଠପୋଷକତାରେ ଶାସକ ସାଜିଥିବା ରାମନ ମାଗାସେସେଙ୍କ ନାଁରେ ଆମେରିକାର ଶିଳ୍ପପତି ପରିବାରଙ୍କ ଦ୍ୱାରା ସ୍ଥାପିତ ମାଗାସେସେ ପୁରସ୍କାରର ଲକ୍ଷ୍ୟ କ’ଣ ହୋଇପାରେ? ଆମେରିକା ଦରଦୀ – ସାମ୍ୟବାଦ ବିରୋଧୀ ଗୋଷ୍ଠୀର ତିଆରି ଓ ସ୍ୱୀକୃତି । ଭାରତରେ ଏଯାବତ୍ ୪୫ଜଣ ମାଗାସେସେ ପୁରସ୍କାର ପାଇଲେଣି । ଏହି ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ହେଲେ ବିନୋବା ଭାବେ । ସେ ୧୯୫୮ମସିହାରେ ଏହି ପୁରସ୍କାର ପାଇଲେ । ଏହା ତ’ ସମସ୍ତେ ଜାଣନ୍ତି ଯେ ଜମିଉପରେ ଅଧିକାରକୁ ନେଇ ବାମପନ୍ଥୀ ଆନେ୍ଦାଳନ ଭାରତଭୂଇଁରେ ମୁଣ୍ଡ ଟେକିଥିବା ବେଳେ ବିନୋବା ଭୂଦାନ ଆନେ୍ଦାଳନର ଡାକରା ଦେଲେ ।
ଏହି ପୁରସ୍କାର ସମ୍ପର୍କରେ ଆଉ ଏକ ଉଲ୍ଲେଖନୀୟ ସମ୍ବାଦ ହେଉଛି ଯେ ରକଫେଲର୍ ଫାଉଣ୍ଡେସନ ଓ ଫୋର୍ଡ଼ ଫାଉଣ୍ଡେସନ୍ର ଯୁଗ୍ମ ପୃଷ୍ଠପୋଷକତାରେ ସ୍ଥାପିତ ମାନିଲାସ୍ଥିତ International Rice Research Institute(IRRI)କୁ ୧୯୬୯ମସିହାରେ ଏହି ପୁରସ୍କାର ଶାନ୍ତି ଓ ଆନ୍ତର୍ଜାତିକ ବୁଝାମଣା (Peace and International understanding) ପାଇଁ ଦିଆଗଲା । ୧୯୭୧ରେ ଏମ୍.ଏସ୍. ସ୍ୱାମୀନାଥନ୍ଙ୍କୁୁ ମାଗାସେସେ ପୁରସ୍କାର ଦିଆଗଲା ଯିଏ ପରବର୍ତ୍ତୀ କାଳରେ(୧୯୮୨) International Rice Research Instituteର ନିଦେ୍ର୍ଧଶକ ଭାବେ ଯୋଗ ଦେଲେ । ଏହି ମହାଶୟ ସବୁଜ ବିପ୍ଳବକୁ ପ୍ରୋତ୍ସାହିତ କରି ଆମେରିକାର ବହୁ ବଡ଼ ବଡ଼ ସାର, କୀଟନାଶକ ଓ ବିହନ କମ୍ପାନୀଗୁଡ଼ିକ ପାଇଁ ଭାରତକୁ ଚରାଭୂଇଁ କରିଦେଇ ପାରିଲେ । ବିହନଗୁଡ଼ିକପାଇଁ ବଜାର ସୃଷ୍ଟିରେ ଏବେ ତାଙ୍କ ଦ୍ୱାରା ଦ୍ୱିତୀୟ ସବୁଜ ବିପ୍ଳବର ଆହ୍ୱାନ – ଜେନେଟିକାଲି ମଡ଼ିଫାଏଡ଼ (ଏଗ) ବିହନ ତିଆରି କରୁଥିବା ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଭାରତୀୟ ବଜାରକୁ ଲୋଭନୀୟ କରିଦେଇଛି ।
ମାଗାସେସେ ପୁରସ୍କାରରେ ପୁରସ୍କୃତ ଭାରତୀୟ
ସରକାରୀ କର୍ମଚାରୀ
୧୯୫୯ – ସି.ଡି.ଦେଶମୁଖ
୧୯୯୪ – କିରଣ ବେଦୀ
୧୯୯୬ – ଟି.ଏନ୍. ଶେଷାନ୍
୨୦୦୬ – ଜେମସ୍ ମାଇକେଲ ଲିଙ୍ଗ୍ଡୋ
ଜନସେବା
୧୯୬୫- ଜୟପ୍ରକାଶ ନାରାୟଣ
୧୯୭୪ – ଏମ୍.ଏସ୍. ଶୁଭୁଲକ୍ଷ୍ମୀ
୧୯୮୨ – ମଣିଭାଇ ଦେଶାଇ
୧୯୮୫ – ବାବା ଆମ୍ତେ
୧୯୮୯ – ଲକ୍ଷ୍ମୀଚାନ୍ଦ ଜୈନ
୧୯୯୩ – ବୁନୋ ଜାହାଙ୍ଗୀର କୋୟାଜୀ
୧୯୯୭ – ମହେଶ ଚନ୍ଦ୍ର ମେହେଟ୍ଟା
୨୦୦୫ – ଭି.ସାନ୍ତା
ସାହିତ୍ୟ, ସାମ୍ବାଦିକତା ଓ ଉଦ୍ୟୋଗୀ ଯୋଗାଯୋଗ କ୍ଷେତ୍ର
୧୯୬୧ – ଅମିତାଭ୍ ଚୌଧୁରୀ
୧୯୬୭ – ସତ୍ୟଜିତ୍ ରାୟ
୧୯୭୫ – ବି.ଜି. ଭର୍ଗିଜ୍
୧୯୭୬ – ଶମ୍ଭୁ ମିତ୍ର
୧୯୮୧ – ଗୌରକିଶୋର ଘୋଷ
୧୯୮୨ – ଅରୁଣ ସୌରୀ
୧୯୮୪- ଆର୍.କେ. ଲକ୍ଷ୍ମଣ
୧୯୯୧ – କେ.ଏନ୍. ସୁବାନ୍ନା
୧୯୯୨ – ରବି ଶଙ୍କର
୧୯୯୭ – ମହାଶ୍ୱେତା ଦେବୀ
୨୦୦୭ – ପି. ସାଇନାଥ
ଶାନ୍ତି ଓ ଆନ୍ତର୍ଜତୀୟ ବୁଝାମଣା
୧୯୬୨ – ମଦର ଟେରେସା
୨୦୦୦- ଜୁକିନ୍ ଅପର୍ତ୍ତୁ
୨୦୦୪ – ଲକ୍ଷ୍ମୀନାରାୟଣ ରାମଦଶ
ଉଦୀୟମାନ ନେତୃତ୍ୱ ( ୨୦୦୧ରୁ ପ୍ରଚଳନ)
୨୦୦୨ – ସନ୍ଦୀପ ପାଣ୍ଡେ
୨୦୦୬- ଅରବିନ୍ଦ କେଜରିୱାଲ
ଗୋଷ୍ଠୀଗତ ନେତୃତ୍ୱ
୧୯୫୮ – ବିନୋବା ଭାବେ
୧୯୬୩ – ଭରଗିଜ୍ କୁରିଏନ୍
ଦାରା ଖୁରୋଦି
ତ୍ରିଭୁବନ ଦାସ୍ ପଟେଲ
୧୯୬୬ – କମଳାଦେବୀ ଚଟ୍ଟୋପାଧ୍ୟାୟ
୧୯୭୧ – ଏମ୍.ଏସ୍. ସ୍ୱାମୀନାଥନ୍
୧୯୭୭ – ଇଲା ଭଟ୍ଟ
୧୯୭୯ – ମାବେଲ ଆରିଲୋ
ରଜନୀକାନ୍ତ ଆରିଲୋ
୧୯୮୧- ପ୍ରମୋଦ କୁମାର ସେଠୀ
୧୯୮୨ – ଚଣ୍ଡୀପ୍ରସାଦ ଭଟ୍ଟ
୧୯୯୬ – ପାଣ୍ଡୁରଙ୍ଗ ଶାସ୍ତ୍ରୀ ଅଠାବଲେ
୨୦୦୦ – ଅରୁଣା ରାୟ
୨୦୦୧ – ରାଜେନ୍ଦ୍ର ସିଂହ
୨୦୦୩ – ସାନ୍ତା ସିହ୍ନା
୨୦୦୮ – ଡଃ. ପ୍ରକାଶ ଆମ୍ତେ
ଡଃ. ମନ୍ଦାକିନି ଆମ୍ତେ