୧୬-୩୧ ଜୁଲାଇ, ୨୦୦୮
ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ – ସେତେବେଳେ ମୁଦ୍ରାସ୍ଫୀତି ପହଞ୍ଚôଗଲାଣି ପାଖାପାଖି ଶତକଡ଼ା ୧୨ରେ । ଏପରି ହାରରେ ମୁଦ୍ରାସ୍ଫୀତି ଗତ କେତେ ଦଶନ୍ଧି ଭିତରେ ଦେଖା ଦେଇନଥିଲା ବୋଲି ଜାଣିବା ଶୁଣିବା ଲୋକଙ୍କର ମତ । ଯାହା ଆହୁରି ଆଶ୍ଚର୍ଯ୍ୟର ବିଷୟ, ତା’ହେଉଛି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାନେଇ ଆଦୌ ବିବ୍ରତ ହେବାର ମନେ ହୁଏ ନାହିଁ । ସେ ବିବ୍ରତ ଭାରତ-ଆମେରିକା ଅଣୁଚୁକ୍ତିର ଭବିଷ୍ୟତକୁ ନେଇ । ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ମାର୍କିନ ରାଷ୍ଟ୍ରପତି ବୁଶ୍ଙ୍କୁ ସନ୍ତୁଷ୍ଟ କରିବାକୁ ସେ ଅଗ୍ରାଧିକାର ଦେଉଛନ୍ତି ଅତି ନଗ୍ନଭାବରେ । ଜୀବନସାରା ବେତନଭୋଗୀ ମନମୋହନ ପ୍ରଧାନମନ୍ତ୍ରୀତ୍ୱ ପରେ ପରେ ବିଶ୍ୱବ୍ୟାଙ୍କ୍ ବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସର୍ବୋଚ୍ଚ ଅଧିକାରୀ ହେବାର ସ୍ୱପ୍ନ ଦେଖୁନାହାନ୍ତି ତ?