୧୬-୩୦ ଜୁନ୍, ୨୦୦୮
ଗଣମାଧ୍ୟମରେ ପ୍ରକାଶପାଇଛି ଯେ, ୨୦୦୨ ମସିହାରୁ ଯେତେବେଳେ ସାରା ପୃଥିବୀରେ ଆମେରିକାର ଭାବମୂର୍ତ୍ତି ନିମ୍ନଗାମୀ ହୋଇଛି ସେତେବେଳେ ଭାରତରେ ଆମେରିକାର ଜନପ୍ରିୟତାର ନାଟକୀୟ ବୃଦ୍ଧି ଘଟିଛି । (The Statesman, 14 June 2008) ପୁ୍ୟ ରିସର୍ଚ୍ଚ ସେଣ୍ଟର (Pew Research Centre) ନାମକ ଏକ ସଂସ୍ଥାଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଆମେରିକାର ଜନପ୍ରିୟତା ୨୦୦୨ରେ ଶତକଡ଼ା ୫୪ ଥିବାବେଳେ ବର୍ତ୍ତମାନ ଏହା ଶତକଡ଼ା ୨୭୧ରେ ପହଞ୍ଚôଛି । ସାରା ବିଶ୍ୱରେ ରାଷ୍ଟ୍ରପତି ଜର୍ଜବୁଶ୍ଙ୍କ ବିଶ୍ୱସନୀୟତା ଅଧୋଃମୁଖୀ ଥିବାବେଳେ ଭାରତରେ ଶତକଡ଼ା ୫୪ ଭାଗ ଜର୍ଜବୁଶ୍ଙ୍କ ଉପରେ ବିଶ୍ୱାସ/ଆସ୍ଥା ବ୍ୟକ୍ତକରନ୍ତି । ତୁର୍କୀରେ ଏହି ଅଂଶହେଉଛି ଶତକଡ଼ା ୧୭, ଲେବାନନ୍ରେ ଶତକଡ଼ା ୨୪ । ଆମେରିକା ଆଉ ସୁଯୋଗର ଦେଶ ନୁହେଁ ବୋଲି ଯେତେବେଳେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନେ ଭାବନ୍ତି -ସେତେବେଳେ ଶତକଡ଼ା ୩୮ଭାଗ ଭାରତୀୟ ଆମେରିକାକୁ ସୁଯୋଗର ଦେଶ ବୋଲି ଭାବନ୍ତି ।
ଏହି ସର୍ବେକ୍ଷଣରୁ ସମ୍ବାଦ ମିଳୁଛି ଯେ, ଯେଉଁ ଭାରତୀୟମାନଙ୍କ ଭିତରେ ଏହି ସର୍ବେକ୍ଷଣ କରାଯାଇଛି ସେମାନେ ଇରାକ୍ରେ ହୋଇଥିବା ଆମେରିକାର ଅନ୍ୟାୟ ଆକ୍ରମଣ ଓ ନରସଂହାର ଦ୍ୱାରା ଆଦୌ ବିବ୍ରତ ନୁହନ୍ତି । ସାରାବିଶ୍ୱରେ ଆମେରିକାର ଦାଦାଗିରି ଦ୍ୱାରା ବିବ୍ରତ ନୁହନ୍ତି । ଆମେରିକାର ଜନପ୍ରିୟତା ଏହି ଭାରତୀୟମାନଙ୍କ ଭିତରେ ବୃଦ୍ଧିପାଇବା, ବିଶେଷତଃ ୨୦୦୨ମସିହା ପରେ ଦର୍ଶାଉଛି ଯେ ଏହି ଭାରତୀୟ ମାନଙ୍କ ଭିତରେ ମାନବିକ ମୂଲ୍ୟବୋଧ ହ୍ରାସ ପାଉଛି । ଏହା ଭାରତର ଭାବମୂର୍ତ୍ତି ପାଇଁ କେତେ ଅନୁକୂଳ ତାହା ଭାବିବାର ବେଳ ଆସିଛି ।