ବିଦୁ୍ୟତ କାଟ୍ ଓ ରାଜ୍ୟପାଳ

  • 17/09/2015

୧୬-୩୦ ମେ, ୨୦୦୮

ପଶ୍ଚିମବଙ୍ଗ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ରାଜଭବନରେ ବିଦୁ୍ୟତ୍ କାଟ ନିଦେ୍ର୍ଧଶ ଦେଇ କ୍ଷମତାସୀନ ସି.ପି.ଏମ୍. ଦଳର ସମାଲୋଚନାର ଶରବ୍ୟ ହେବା ଖବର ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଛି । ସାଧାରଣ କଲିକତାବାସୀଙ୍କ ପାଇଁ ଯେଉଁ ସମୟରେ ବିଦୁ୍ୟତ୍କାଟ ହେଉଛି -ସେହି ସମୟରେ ରାଜ୍ୟପାଳ ମହୋଦୟ ମଧ୍ୟ ଚାହିଁଛନ୍ତି ଯେ, ରାଜଭବନରେ ବିଦୁ୍ୟତ୍କାଟ ହେଉ । ଏହିଭଳି ନିଷ୍ପତ୍ତ ସି.ପି.ଏମ୍. ଦଳର ଅସୁବିଧାକୁ ରାଜ୍ୟର ପ୍ରଥମ ନାଗରିକ ଭାବେ ନିଜେ ଭୋଗିବା ପାଇଁ ସେ ଏଭଳି ନିଷ୍ପତ୍ତ ନେଇଛନ୍ତି ଓ ଏହାକୁ ନେଇ ବିତର୍କ ଦ୍ୱାରା ସେ ବିଦୁ୍ୟତ୍ ଆଘାତ ପାଇଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ନିଶ୍ଚିତ ଭାବରେ ରାଜ୍ୟପାଳଙ୍କର ଏତାଦୃଶ ନିଷ୍ପତ୍ତ କ୍ଷମତାସୀନ ବ୍ୟକ୍ତିବିଶେଷ ଯେଉଁମାନଙ୍କୁ ବିଦୁ୍ୟତ୍କାଟ ଲାଗୁ ହୁଏ ନାହିଁ, ତାଙ୍କୁ ଅଡ଼ୁଆରେ ପକାଇ ଦେଇଥିବ । ଯାହାଫଳରେ ତାଙ୍କର ନିଷ୍ପତ୍ତ ବିରୋଧରେ ଏହି ଘଟଣାର ପ୍ରତିକ୍ରିୟା ରାଜ୍ୟପାଳ ପଦବୀର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ବସିଲା ।
ନିଷ୍ଠାପର ସାମ୍ୟବାଦୀମାନେ ସି.ପି.ଏମ୍ର ଏତାଦୃଶ ପ୍ରତିକ୍ରିୟାରେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ସାଧାରଣ ଲୋକଙ୍କର ଜୀବନ ଜୀବିକା ତା’ର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଲଢ଼ିବାର ପ୍ରତିଶ୍ରୁତି ବହନ କରିଥିବା ସାମ୍ୟବାଦୀ ଦଳର ନେତୃତ୍ୱଠାରୁ ସାଧାରଣ ଲୋକର ଅସୁବିଧା ସହ ସମଭାଗୀ ହେବା ସ୍ୱାଭାବିକ ଭାବେ ତ ଆଶା କରାଯାଏ । ତେଣୁ ଗୋପାଳକୃଷ୍ଣ ଗାନ୍ଧୀଙ୍କର ନିଷ୍ପତ୍ତ ସି.ପି.ଏମ୍. ଦଳର ନେତୃତ୍ୱ ପାଇଁ ସ୍ୱାଗତଯୋଗ୍ୟ ହେବା କଥା । କିନ୍ତୁ ହେଉଛି ତା’ର ବିପରୀତ । କାହିଁକି?
ପଶ୍ଚିମବଙ୍ଗରେ କ୍ଷମତାସୀନ ସି.ପି.ଏମ୍ଦଳ ଓ ରାଜ୍ୟପାଳ ଗାନ୍ଧୀଙ୍କ ଭିତରେ ନନ୍ଦିଗ୍ରାମ ନରସଂହାର ପରଠାରୁ ଆରମ୍ଭ ହୋଇଛି ଏକ ଶୀତଳଯୁଦ୍ଧ । ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କର ସମସ୍ତ ପଦକ୍ଷେପକୁ, ନିଷ୍ପତ୍ତକୁ, ବକ୍ତବ୍ୟକୁ ସନେ୍ଦହ ଚକ୍ଷୁରେ ଦେଖାଯାଉଛି । ରାଜ୍ୟପାଳଙ୍କର ଜନ ସମର୍ଥନରେ ନିଷ୍ପତ୍ତ ବା ବକ୍ତବ୍ୟକୁ ସି.ପି.ଏମ୍. ତା’ର ଲକ୍ଷ୍ୟ ଓ ଉଦେ୍ଧଶ୍ୟର ପରିପନ୍ଥୀ ବୋଲି ଭାବୁଛି । ତେଣୁ ଗୋପାଳକୃଷ୍ଣ ଗାନ୍ଧୀଙ୍କର ବିଦୁ୍ୟତ୍କାଟ ନିଷ୍ପତ୍ତକୁ ସି.ପି.ଏମ୍. ସହଜରେ ଗ୍ରହଣ କରିପାରୁ ନାହିଁ । କିନ୍ତୁ ଏହା ସି.ପି.ଏମ୍ର ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉ ନାହିଁ କି? ଏହାଦ୍ୱରା ତା’ର ଲୋକବିରୋଧୀ ଛବି ଅଧିକରୁ ଅଧିକ ସ୍ପଷ୍ଟ ହୋଇଯାଉ ନାହିଁକି? କୌଣସି ପରିପକ୍ୱ ରାଜନୈତିକ ଦଳ ଏହା କଦାପି ଚାହେଁନା ବୋଲି ଶୁଦ୍ରକ ବିଶ୍ୱାସ କରେ ।

Print Friendly, PDF & Email