ରନô ପାଇଁ ଦଉଡ଼

  • 17/09/2015

୧-୧୬ ଫେବୃୟାରୀ, ୨୦୦୮

ଏବର୍ଷ ରନô ପାଇଁ ଦଉଡ଼ରେ କେହି ସଫଳ ହେଲେନାହିଁ । ପ୍ରତ୍ୟେକ ରାଜନୈତିକ ଦଳ ତା’ର ମୁଖିଆ ପାଇଁ ଏହି ରନô ଦାବି କରି ବିଫଳ ହୋଇଥିବା ବେଳେ-ଭାରତୀୟ କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କୁ ଭାରତରନô ଦେବାପାଇଁ ଗଣମାଧ୍ୟମ ଜରିଆରେ ଚାଲିଥିବା ଉଦ୍ୟମ ମଧ୍ୟ ସଫଳ ହେଲାନାହିଁ । ଅବଶ୍ୟ ଏହିଭଳି ଉଦ୍ୟମ ଗଣମାଧ୍ୟମରେ ଆରମ୍ଭ ହେଲା ଯେତେବେଳେ ଭାରତଗସ୍ତରେ ଆସିଥିବା ବିଲାତ ଦେଶର ପ୍ରଧାନମନ୍ତ୍ରୀ ସଚିନ୍ ତେନ୍ଦୁଲକରଙ୍କୁ ସାର୍ ଉପାଧିରେ ଭୂଷିତ କରାଯିବାର ସମ୍ଭାବନା ପ୍ରତି ଇଙ୍ଗିତ ଦେଲେ । ଦେଖାଯାଉ, ଭାରତରନô ପାଇବାରେ ସଚିନଙ୍କ ବିଫଳତା ସାର୍ ଉପାଧି ପାଇବା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତ! ତେବେ ସଚିନ ଯଦି ଭାରତରନô ପାଇଥାନ୍ତେ ତା’ହେଲେ ପେପ୍ସି କମ୍ପାନୀ ସବୁଠାରୁ ଅଧିକ ସୌଭାଗ୍ୟଶାଳୀ ବୋଲି ନିଜକୁ ମନେ କରିଥାନ୍ତା । ତା’ର ପାନୀୟର ବିଜ୍ଞାପନ ଯେ ଜଣେ ଭାରତରନôଙ୍କ ଦ୍ୱାରା ହେଉଛି -ଏହା ତା’ର ପାନୀୟର କାଟ୍ତି ବଢ଼ାଇ ଦେଇଥାନ୍ତା । ଯେପରି ଲୁଣର ବିଜ୍ଞାପନରେ ଲୁଣ କିପରି ମାନସିକ ଶକ୍ତିକୁ ବଢ଼ାଇ ଦେଉଛି ବା କେଶ ତୈଳର ବିଜ୍ଞାପନରେ ଏହା କିପରି ପରୀକ୍ଷାରେ ପ୍ରଥମ ହେବାର ସମ୍ଭାବନାକୁ ବଢ଼ାଇ ଦେଉଛି ବୋଲି କୁହାଯାଉଛି, ସେହିପରି ପେପ୍ସୀ- କୋଲା ପିଇଲେ ଭାରତରନô ହେବାର ଯେ ସମ୍ଭାବନା ଅଛି ଏହା ପେପ୍ସୀ-କୋଲାର ବିଜ୍ଞାପନରେ ହୁଏତ କୁହାଯାଇଥାନ୍ତା । ସଚିନ ଭାରତରନô ନ ପାଇବା, ପେପ୍ସି କୋଲା କମ୍ପାନୀକୁ ନିଶ୍ଚିତ ବ୍ୟଥିତ କରିଥିବ ।
କାହିଁକି ଲାଲକୃଷ୍ଣ ଆଡ଼ୱାଣୀଙ୍କ ଭଳି ଜଣେ ପରିପକ୍ୱ ରାଜନୀତିଜ୍ଞ – ଅଟଳ ବିହାରୀ ବାଜପେୟୀଙ୍କ ଭଳି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱକୁ ଭାରତରନô ଦେବାପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟରେ ଦରଖାସ୍ତ ପକାଇଲେ! ତା’ର ପ୍ରକୃତ କାରଣ ଜଣାପଡ଼ୁ ନାହିଁ । ଯେଉଁ ରାଜନୈତିକ ବ୍ୟକ୍ତିମାନେ ଭାରତରନô ପାଇଛନ୍ତି ସେମାନଙ୍କ ଭିତରେ ଅଟଳ ବିହାରୀ ବାଜପେୟୀ ରହିବା ପାଇଁ ଯେ ଯୋଗ୍ୟନୁହନ୍ତି-ଏପରି ନୁହେଁ । କିନ୍ତୁ ବି.ଜେ.ପି. ଦଳଭିତରେ ତାଙ୍କୁ ସୀମିତ କରି ଯେଉଁମାନେ ଦେଖିଲେ ସେମାନେ ନିଜ ନିଜ ଦଳର ମୁଖିଆ/ପ୍ରତିଷ୍ଠାତାମାନଙ୍କ ପାଇଁ ଭାରତରନô ଦାବି କରିବା ଆରମ୍ଭ କଲେ । ଟିକିଏ ନିରିଖେଇ ଦେଖିଲେ ଦେଖାଯିବ ସେହି ଦଳମାନେ ହିଁ ଦାବିକଲେ ଯେଉଁମାନେ କ୍ଷମତାସୀନ ବା ଯେଉଁମାନଙ୍କର କ୍ଷମତାକୁ ଆସିବାର ସମ୍ଭାବନା ଅଛି । ତେଣୁ ବହୁଜନ ସମାଜ ପାର୍ଟିର ମାୟାୱତୀ କାନ୍ସିରାମଙ୍କ ପାଇଁ ଦାବିକଲେ । ସି.ପି.ଏମ୍. ପ୍ରକାରାନ୍ତରେ ଜ୍ୟୋତିବସୁଙ୍କୁ ଭାରତରନô ପାଇଁ ଯୋଗ୍ୟ ବୋଲି ଉପସ୍ଥାପିତ କଲା । ସମାଜବାଦୀ ପାର୍ଟି ମୁଲାୟମ ସିଂହଙ୍କର ପ୍ରାର୍ଥୀତ୍ୱକୁ ଘୋଷଣା କଲା । ଡି.ଏମ୍.କେ. କରୁଣାନିଧିଙ୍କୁ ଭାରତରନô ଦିଆଯିବା ସପକ୍ଷରେ ଯୁକ୍ତି ଦେଲା । ରାଷ୍ଟ୍ରୀୟ ଜନତା ଦଳ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତରନô ଦେବା ଉଚିତ ବୋଲି ଭାରତ ସରକାରଙ୍କୁ ଜଣାଇଲା । ଓଡ଼ିଶାରେ ବି.ଜେ.ଡ଼ି ପକ୍ଷରୁ ବିଜୁପଟ୍ଟନାୟକଙ୍କୁ ଦେବାପାଇଁ ଦାବି ଉଠିଲା । ବିଶ୍ୱନାଥ ପ୍ରତାପ ସିଂହଙ୍କ ନାଁ କୌଣସି ମହଲରୁ ଆସିଲା ନାହିଁ । ଯଦିଓ ଆଜି ଓ.ବି.ସି. ଯେଉଁ ସଂରକ୍ଷଣର ସୁବିଧା ପାଉଛି ତାହାର ଭିତ୍ତି ଏହି ମହାଶୟଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ହିଁ ପଡ଼ିଥିଲା । ଏହି ମହାଶୟଙ୍କ କାର୍ଯ୍ୟକାଳରେ ହିଁ ଶିଳ୍ପପତିମାନଙ୍କର ଔଦ୍ଧତ୍ୟ ଉପରେ ଅଙ୍କୁଶ ଲଗାଇବାର ଉଦ୍ୟମ ହୋଇଥିଲା । କହିବାବାହୁଲ୍ୟ ଯେ ଉଚ୍ଚ ସାମାଜିକ ବର୍ଗ ଓ ଉଚ୍ଚ ଧନୀକବର୍ଗଙ୍କର ମିଳିତ ଷଡ଼ଯନ୍ତ୍ର ଫଳରେ ଏହି ମହାଶୟ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ହରାଇଲେ । ଆଜି ତ ଏହି ଦୁଇବର୍ଗ ସାତ ସ୍ୱର୍ଗରେ । ଉଚ୍ଚସାମାଜିକ ବର୍ଗ ସହ ସାଲିସ କରି ମାୟାୱତୀ କ୍ଷମତାରେ । ଉଚ୍ଚଧନୀକ ବର୍ଗ ସହ ସମାଜବାଦୀ ଓ ସାମ୍ୟବାଦୀ ଦଳର ସାଲିସର ନଗ୍ନ ରୂପ ଆଜି ସଭିଙ୍କ ସାମ୍ନାରେ । ତେଣୁ ଏହିଭଳି ସୃଷ୍ଟ ଏକ ପରିବେଶରେ ବିଶ୍ୱନାଥ ପ୍ରତାପ ସିଂହଙ୍କର ନାଁ ଭାରତରନô ପାଇଁ କୌଣସି ମହଲରୁ ନ ଆସିବା ସ୍ୱାଭାବିକ ।
ଅନେକେ ସନେ୍ଦହ କରନ୍ତି ଯେ ଲାଲକୃଷ୍ଣ ଆଡ଼ୱାଣୀ ଅଟଳବିହାରୀ ବାଜପେୟୀଙ୍କ ପାଇଁ ଭାରତରନô ଦାବି କରି ଉପା ସରକାରଙ୍କର ଏ ସମ୍ପର୍କରେ କୌଣସି ଏକତରଫା ନିଷ୍ପତ୍ତ ନେବାର ସମ୍ଭାବନାକୁ ବ୍ୟର୍ଥ କରି ଦେଇଛନ୍ତି । ଉପା ସରକାର ଏପରି କୌଣସି ବ୍ୟକ୍ତିଙ୍କୁ ଭାରତରନô ଦେବା ପାଇଁ ଚାହୁଁଥିଲେ କି ଯାହାଙ୍କୁ ବି.ଜେ.ପି. ଦଳ ଏହି ଉପାଧିରେ ଭୂଷିତ ହେବା ଚାହାନ୍ତି ନାହିଁ? ହୁଏତ ଏହି ବିତର୍କ ଆରମ୍ଭ କରିଦେବା ଫଳରେ ଉପା ସରକାରଙ୍କର ସେପରି ଯଦି ଏଭଳି କୌଣସି ଭିତିରି ଉଦ୍ୟମ ହେଉଥିଲା-ତା’ହେଲେ କାହାପାଇଁ ହେଉଥିଲା-ତାହା ଅନୁସନ୍ଧାନସାପେକ୍ଷ ।

Print Friendly, PDF & Email