୧-୧୬ଡିସେମ୍ବର, ୨୦୦୭
ଇତ୍ୟବସରରେ ମୁଖ୍ୟମନ୍ତ୍ରୀ ନବୀନବାବୁ ଢେଙ୍କାନାଳ ବସଷ୍ଟାଣ୍ଡରେ ଠିଆ ହୋଇ ଗୁପଚୁପ ବିକୁଥିବା ଯୁବକ ପାଖରେ ସାଧାରଣ ଲୋକଟି ଭଳି ପତର ଠୋଲାରେ ଗୁପଚୁପ ଖାଇ ‘ଖଟିଖିଆ ତଥା ଗରିବ (ପ୍ରଲିଟେରିଏଟ)ଙ୍କ ମୁଖ୍ୟମନ୍ତ୍ରୀ ହୋଇ ଯାଇଛନ୍ତି । (ଦ୍ରଷ୍ଟବ୍ୟ – ଧରିତ୍ରୀ, ୧୭/୧୧/୨୦୦୭)
ଭୁବନେଶ୍ୱରରେ ରହି ନବୀନବାବୁ ଭୁବନେଶ୍ୱର ରାସ୍ତାକଡ଼ରେ ଠିଆ ହୋଇ ଗୁପଚୁପ ବିକାଳୀଙ୍କୁ କାହିଁକି ଏ ସୌଭାଗ୍ୟର ଅବସର ଦେଉନାହାନ୍ତି ତାହା ଅନେକେ ଯଦି ପ୍ରଶ୍ନ କରୁଛନ୍ତି ତାହାକୁ ଅଯଥାର୍ଥ ବୋଲି କୁହାଯାଇ ପାରିବ ନାହିଁ । ବରଂ ଏହି ବିକାଳୀମାନେ ମୁ୍ୟନିସିପାଲଟିର ଉଚ୍ଛେଦ ଅଭିଯାନ ଆତଙ୍କରେ ଅଛନ୍ତି ସବୁବେଳେ ।
ତେଣୁ ଭୁବନେଶ୍ୱରରେ ଗୁପଚୁପ ପ୍ରତି ତାଙ୍କର ଦୁର୍ବଳତା ନ ଦେଖାଇ, ଢେଙ୍କାନାଳରେ ଏହି ଦୁର୍ବଳତା ଦର୍ଶାଇବାକୁ ଗୁପଚୁପ ପ୍ରତି ନାମିତ ଦୁର୍ବଳତା କହିବା ପାଇଁ କେହି କେହି କୁଣ୍ଠିତ ହେବା ଅସ୍ୱାଭାବିକ ନୁହେଁ ।
ବରଂ ସମ୍ବଲପୁରରେ ଚାଷୀମାନଙ୍କର ସମ୍ମେଳନରେ ନବୀନ ସରକାରଙ୍କ ବିରୁଦ୍ଧରେ ଅନାସ୍ଥାର ଅଭିବ୍ୟକ୍ତି ଓ ଚାରି ଚାରିଜଣ ମନ୍ତ୍ରୀଙ୍କର ଶିଶୁପାଳ ହୋଇ ପ୍ରତ୍ୟାବର୍ତ୍ତନର ପୃଷ୍ଠଭୂମିରେ ନବୀନ ବାବୁଙ୍କର ରାସ୍ତାକଡ଼ରେ ଠିଆହୋଇ ଗୁପଚୁପ ଆହରଣ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରତିପାଦିତ କରିବା ପାଇଁ ଏକ କୌଶଳ ବୋଲି ଯେଉଁମାନେ ସନେ୍ଦହ କରୁଛନ୍ତି, ସେମାନଙ୍କର ସନେ୍ଦହକୁ ହାଲୁକାରେ ଉଡ଼ାଇ ଦିଆଯାଇ ନପାରେ ।