ବୁଦ୍ଧିଆ-ବିରଞ୍ଚô ପ୍ରସଙ୍ଗ ଇତ୍ୟବସରରେ ଖୁବ୍ ଚର୍ଚ୍ଚିତ ହୋଇଯାଇଛି । ବୁଦ୍ଧିଆକୁ ପୋଷ୍ୟପୁତ୍ର ଭାବେ ଦାବି କରୁଥିବା ବିରଞ୍ଚô ବିରୁଦ୍ଧରେ ବୁଦ୍ଧିଆର ଜନ୍ମକଲା ମା’ ବୁଦ୍ଧିଆ ଉପରେ ନିର୍ଯାତନାର ଅଭିଯୋଗ ଆଣିଛି । ବିରଞ୍ଚô ଗିରଫ ହୋଇଛି ଓ ଜେଲରେ କିଛିଦିନ କଟାଇଛି । ବୁଦ୍ଧିଆକୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କରାଇଦେବାରେ ଅହରହ ଲାଗିଥିବା ବିରଞ୍ଚô ଯେ ନିଶ୍ଚିତଭାବେ ଅତ୍ୟନ୍ତ ମାନସିକ ଯନ୍ତ୍ରଣା ପାଇଥିବ, ଏଥିରେ ସନେ୍ଦହ ନାହିଁ । ତେଣୁ ସ୍ୱାଭାବିକ, ଅଧିକାଂଶ ବିରଞ୍ଚô ପ୍ରତି ସହାନୁଭୂତିଶୀଳ ହୋଇଛନ୍ତି ଓ ତାର ଏଭଳି ସମୟରେ ସମଦେବନା ଜଣାଇଛନ୍ତି । ଏପରିକି ଯେଉଁମାନେ ବୁଦ୍ଧିଆକୁ ଏତେ ଏତେ ବାଟ ଦଉଡ଼ାଇବାକୁ ତା’ର ବୟସ ଦୃଷ୍ଟିରୁ ବିରୋଧ କରୁଥିଲେ ଏବଂ ବିରଞ୍ଚôକୁ ଏଭଳି ପ୍ରଚେଷ୍ଟାରୁ କ୍ଷାନ୍ତ ହେବାକୁ ପରାମର୍ଶ ଦେଉଥିଲେ ସେମାନେ ମଧ୍ୟ ବିରଞ୍ଚô ପ୍ରତି ସମବେଦନା ଜଣାଇବାକୁ ପଛାଇ ନାହାନ୍ତି । ଅପରପକ୍ଷରେ ବୁଦ୍ଧିଆକୁ ସମସ୍ତପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାର ପ୍ରତିଶ୍ରୁତିକୁ କେହି ବିଶ୍ୱାସ କଲାଭଳି ମନେ ହେଉନାହିଁ । ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ବିଭିନ୍ନ ପ୍ରତିକ୍ରିୟାରୁ ଏହା ଜଣାଯାଏ । ଅବଶ୍ୟ ସରକାରଙ୍କ ପ୍ରତିଶ୍ରୁତି ପ୍ରତି ସାଧାରଣରେ ଯେଉଁ ଅବିଶ୍ୱାସ ବୃଦ୍ଧି ପାଉଛି ତାହାର ଏହା ଏକ ଅଂଶ ବୋଲି କୁହାଯାଇପାରେ । କହିବାବାହୁଲ୍ୟ ଯେ ଯେକୌଣସି ବ୍ୟକ୍ତିଗତ ଉଦ୍ୟମ ତାହା ଯଦି ସରକାର (ଅର୍ଥାତ ବିଭାଗୀୟ ମନ୍ତ୍ରୀ ବା ସଚିବ ଏହିଭଳି)ଙ୍କର ରୋଷର ଶିକାର ହୁଏ ତା’ହେଲେ ସେ ଉଦ୍ୟମକୁ ବିଭିନ୍ନ ଆଳରେ, କୌଶଳରେ ଯେ ନିର୍ବାପିତ କରିଦିଆଯାଇ ପାରେ ତାର ଏକ ନଗ୍ନ ଉଦାହରଣ ହେଉଛି – ବୁଦ୍ଧିଆ-ବିରଞ୍ଚô ପ୍ରସଙ୍ଗ । ବିଡ଼ମ୍ବନା ଯେ ବ୍ୟକ୍ତିଗତ ଉଦ୍ୟମକୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ ବିଜୁ ପଟ୍ଟନାୟକ ଅଥଚ ତାଙ୍କ ନାମ ଧାରଣ କରି ସରକାର କରିଥିବା ଦଳ ବ୍ୟକ୍ତିଗତ ଉଦ୍ୟମକୁ ଉତ୍ସାହିତ କରିବା ପାଇଁ କୁଣ୍ଠିତ ହେଉଛି ।
ବିରଞ୍ଚô ଯଦି ବୁଦ୍ଧିଆକୁ ଲୋକଲୋଚନକୁ ଆଣି ନଥାନ୍ତେ ତା’ହେଲେ ବୁଦ୍ଧିଆ ଯେ ଯେକୌଣସି ସାହି ବସ୍ତିର ପିଲା ଭଳି ବୁଲିଥାନ୍ତା, ଏହା ବୁଦ୍ଧିଆର ମା’ ସୁକାନ୍ତିଙ୍କଠାରୁ ଅଧିକ କେହି ବୁଝିନଥିବେ । ତେଣୁ ବୁଦ୍ଧିଆକୁ ଏକ ସେଲିବ୍ରିଟି (Celebrity)ର ମର୍ଯ୍ୟାଦା ଆଣି ଦେଇଥିବା ବିରଞ୍ଚô ବିରୁଦ୍ଧରେ ସୁକାନ୍ତି ଗଲେ କାହିଁକି? ଏକ ଅଭିଯୋଗ ଯେ ବୁଦ୍ଧିଆକୁ ସେଲିବ୍ରିଟି କରି ବିଭିନ୍ନ ପ୍ରାୟୋଜକ ବା ବିଜ୍ଞାପନ -ଦାତାମାନଙ୍କ ଠାରୁ ଯେଉଁ ଅର୍ଥ ମିଳିଲା ତାହା ବିରଞ୍ଚô ସୁକାନ୍ତିଙ୍କ ସହିତ ସଠିକ ଭାବରେ ଭାଗବଣ୍ଟା କରିନାହାନ୍ତି । ଯାହା ଅବଶ୍ୟ ବିରଞ୍ଚô ଖଣ୍ଡନ କରନ୍ତି । ପ୍ରକୃତରେ ବିରଞ୍ଚô କେତେ ପାଇଲେ ଓ ସୁକାନ୍ତିଙ୍କୁ କେତେ ଦେଲେ ତାହା ତ ସେ ଦୁହିଁଙ୍କ ଭିତରର କଥା – କିନ୍ତୁ ଏହାକୁ ନେଇ ଦ୍ୱନ୍ଦ୍ୱ ଗୋଟିଏ କଥା ପ୍ରମାଣିତ କରେ ଯେ ଅର୍ଥ ହିଁ ଅନର୍ଥର କାରଣ ହୋଇଛି । ଖେଳ ସହ ଅର୍ଥର ସମ୍ପର୍କ ଏତେ ନିବିଡ଼ ହେଲାଣି ଯେ, ଖେଳ ତାର ନୀରିହତା ହରାଇ ବସିଲାଣି – କର୍ତ୍ତୃତ୍ୱ, କ୍ଷମତାର ପାପଚକ୍ରରେ ଖେଳ କଳୁଷିତ ହେଲାଣି । ବୁଦ୍ଧିଆ-ବିରଞ୍ଚô ପ୍ରସଙ୍ଗଠାରୁ ଆରମ୍ଭ କରି ବି.ସି.ସି.ଆଇ-ଆଇ.ସି.ଏଲ ପ୍ରସଙ୍ଗ ପର୍ଯ୍ୟନ୍ତ ସବୁ ଏହିଭଳି ଏକ ସମ୍ପର୍କର ହିଁ ଦୁଃଖଦ ପରିଣତି ।