ଗ୍ରୀନପିସକୁ ଅମଲା ଓ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନେ ସମାଲୋଚନା କରିବାକୁ ଯାଇ ସାରା ଓଡ଼ିଶାକୁ ଏକ ସମ୍ବାଦ ଦେବାପାଇଁ ଚେଷ୍ଟା କରିଛନ୍ତି ଯେ, ରାଜ୍ୟ ବିରୁଦ୍ଧରେ କିଛି ବାହାରଲୋକ ଓ ଅଣଓଡ଼ିଆମାନେ ଚକ୍ରାନ୍ତ କରୁଛନ୍ତି । ତେଣୁ ଗ୍ରୀନପିସ ଉପରେ ନିଷେଧାଜ୍ଞା ଜାରି କରାଯାଉ ବୋଲି ସେମାନଙ୍କର ଦାବି । ଅଣଓଡ଼ିଆମାନେ ଯେ, ଓଡ଼ିଶାର ସ୍ୱାର୍ଥ ବିରୋଧରେ ଚକ୍ରାନ୍ତ କରୁଛନ୍ତି – ଏହା କ୍ଷମତାସୀନ ରାଜନେତା ଓ ଅମଲାମାନେ ଯାହାକୁ ଦୃଷ୍ଟିରେ ରଖି କହନ୍ତୁ ନା କାହିଁକି – ଏହା ଯେ ଠିକ୍ ତାହା ଟାଟା, ପୋସ୍କୋର ଚୋ, ବେଦାନ୍ତର ଅନୀଲ ଅଗ୍ରୱାଲ, ଜିନ୍ଦଲ, ମିତ୍ତଲମାନଙ୍କ ଦ୍ୱାରା ଉପôୀଡ଼ିତ ଜନତା ବୁଝିପାରିଛି । ଓଡ଼ିଆ କହିପାରୁ ନଥିବା ମୁଖ୍ୟମନ୍ତ୍ରୀ ଓ କଳାସାହେବ ଅମଲାମାନଙ୍କର ତପôରତା ଏହି ଧାରଣାର ସଠିକତାକୁ ଆହୁରି ଦୃଢ଼ କରୁଛି । ଯଦି ଟାଟା, ଅଗ୍ରୱାଲ, ଜିନ୍ଦଲ, ମିତ୍ତଲଙ୍କୁ ଆମେ ଓଡ଼ିଆ ବୋଲି ଧରିନେଉ ତା’ହେଲେ ତ କଥା ଦୋସରା । ଓଡ଼ିଆ କହିପାରୁ ନଥିବା ମୁଖ୍ୟମନ୍ତ୍ରୀଙ୍କୁ ଯଦି ଆମେ ଓଡ଼ିଆ ବୋଲି ଧରିନେଇ ପାରିଲେ ତା’ହେଲେ ଏମାନଙ୍କୁ ଓଡ଼ିଆ ବୋଲି ଧରିବାରେ ଅସୁବିଧା ହେବା କଥା ନୁହେଁ । କ୍ଷମତାସୀନ ରାଜନେତାମାନେ ତେଣୁ ଓଡ଼ିଆ-ଅଣଓଡ଼ିଆ ପ୍ରସଙ୍ଗ ଉଠାଇ ନିଜର ନେତାଙ୍କୁ ରାଜ୍ୟର ସ୍ୱାର୍ଥବିରୋଧୀ ବୋଲି ଅଜାଣତରେ କହିଦେଲେ ନାହିଁ ତ! ଏହି କଥାକୁ ସେମାନେ ଟିକିଏ ହେଜନ୍ତୁ । କିନ୍ତୁ ଜିଭ କାମୁଡ଼ନ୍ତୁ ନା ।