ଗାନ୍ଧୀ ଜୟନ୍ତୀ

  • 12/09/2015

ଗାନ୍ଧୀଙ୍କର ପ୍ରାସଙ୍ଗିକତା କେବଳ ଅଧ୍ୟୟନ, ଅଧ୍ୟାପନ ଓ ପ୍ରବଚନ ପାଇଁ ରହିଛି । ଏହା ସ୍ପଷ୍ଟ ହୁଏ ତାଙ୍କଉପରେ ହେଉଥିବା ବିଭିନ୍ନ ସଭା, ସେମିନାରରୁ । ସେ ଯେ ଆଦୌ ପ୍ରୟୋଗ କ୍ଷେତ୍ରରେ ପ୍ରାସଙ୍ଗିକ ନୁହନ୍ତି ତାହାକୁ କାର୍ଯ୍ୟରେ ବାରମ୍ବାର ପ୍ରମାଣ କରୁଛନ୍ତି ଆମ ଦେଶର ରାଜନେତା ଓ ସମାଜପତିମାନେ । ଗାନ୍ଧୀ ଏକ ବ୍ରାଣ୍ଡ୍ ଭଳି ବ୍ୟବହାର ହେଲେଣି- ଅନେକ ଦିନଠାରୁ । ତାଙ୍କ ନାଁକୁ ଯୋଡ଼ି ଅନୁଷ୍ଠାନ କଲେ ବହୁ ଅର୍ଥ ସମାଗମ ହେବାର ସମ୍ଭାବନା ଦେଖି ଏହିଭଳି ଅନୁଷ୍ଠାନ ଗଢ଼ିବାରେ ବହୁ ସନ୍ଦିଗ୍ଧ ବ୍ୟକ୍ତି ସାମିଲ ହୋଇଗଲେଣି । ଯେଉଁମାନେ ଆଚରଣରେ ନିରୋଳା ଗାନ୍ଧୀବାଦୀ, ସେମାନେ ଏହି ଦୃଶ୍ୟ ଦେଖି କହିଲେଣି-‘ପଇସାଥିବା ଲୋକ ତ ଏହିଭଳି ଅନୁଷ୍ଠାନରେ ପଶିବେ ।’
ଆଚରଣରେ ସମ୍ପୂର୍ଣ୍ଣଭାବେ ଗାନ୍ଧୀବିରୋଧୀ ବ୍ୟକ୍ତିମାନେ ଗାନ୍ଧୀନାମରେ ଅନୁଷ୍ଠାନ କରି ଗାନ୍ଧୀବାଦୀ ବୋଲାଇବା-ଏକ ଦୃଶ୍ୟମାନ ବିରୋଧାଭାସ । ଭାରତ ତ ବିରୋଧାଭାସର ଦେଶ-ତେଣୁ ଆଶ୍ଚର୍ଯ୍ୟ ବା କ’ଣ?
-ଶୁଦ୍ରକ

Print Friendly, PDF & Email