ମାଓବାଦୀଙ୍କୁ ସମର୍ଥନ କଲେ ଦଣ୍ଡ

  • 12/09/2015

୧୬-୩୧ ମେ, ୨୦୧୦

ଏହି ଶିରୋନାମାରେ ପ୍ରକାଶିତ ଏକ ସମ୍ବାଦ (ଦ୍ରଷ୍ଟବ୍ୟ-ଧରିତ୍ରୀ, ମେ ୯, ୨୦୧୦)ରେ କୁହାଯାଇଛି, ‘ମାଓବାଦୀ ସଙ୍ଗଠନକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀ ଓ ନେତାମାନଙ୍କୁ କେନ୍ଦ୍ର ସରକାର କଡ଼ା ଚେତାବନୀ ଦେଇଛନ୍ତି । ଏଣିକି ସନ୍ତ୍ରାସବାଦ କାର୍ଯ୍ୟକଳାପରେ ନିୟୋଜିତ ସଙ୍ଗଠନଗୁଡ଼ିକୁ ସମର୍ଥନ କରି ଏବଂ ସେମାନଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ଏହି ସମର୍ଥନକୁ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ର ଧାରା ୩୯ ଅନୁସାରେ ଏକ ଅପରାଧ ବୋଲି ଅଭିହିତ କରାଯାଇଛି । ଏହି ଅପରାଧ ପାଇଁ ୧୦ବର୍ଷ ଜେଲ୍ ତଥା ଜୋରିମାନାରେ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରାଯାଇଛି । ସିପିଆଇ(ମାଓବାଦୀ) ଓ ଏହାର ଛାମୁଆ ସଙ୍ଗଠନଗୁଡ଼ିକୁ ସନ୍ତ୍ରାସବାଦୀ ସଙ୍ଗଠନ ଭାବେ ଚିହ୍ନିତ କରାଯାଇଛି । ଭାରତୀୟ ଗଣତନ୍ତ୍ରରେ ଏମାନଙ୍କର ସ୍ଥାନ ନାହିଁ ବୋଲି ଘୋଷଣା କରାଯାଇଛି ।
ଏହା ତେଣୁ ଏକ ବିଡ଼ମ୍ବନା ଯେ ବିଜେପିର ବରିଷ୍ଠ ସାଂସଦ ଅରୁଣ ଜେଟ୍ଲୀଙ୍କ ଦୃଷ୍ଟିରେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ହେଉଛନ୍ତି ଅଧା ମାଓବାଦୀ (half Maoist) ଯାହାର ଉତ୍ତରରେ ଅବଶ୍ୟ ନଛୋଡ଼ବନ୍ଧା ମଣିଶଙ୍କର ଜେଟ୍ଲୀଙ୍କୁ ସମ୍ପୂର୍ଣ୍ଣ ଫାସିଷ୍ଟ (full fasist) ବୋଲି କହିଛନ୍ତି । (ଦ୍ରଷ୍ଟବ୍ୟ- The Statesman, May 11, 2010e iµû\Kúd, When MPs let their hair down) ଏହା ଭିନ୍ନ କଥା ଯେ ସ୍ୱତଃସ୍ଫୂର୍ତ୍ତ ଭାବେ ପରସ୍ପର ପ୍ରତି କରିଥିବା ଏହିଭଳି ମନ୍ତବ୍ୟ ପାଇଁ ସେମାନେ ପରବର୍ତ୍ତୀ ସମୟରେ ଦୁଃଖପ୍ରକାଶ କରିଛନ୍ତି । -ଶୁଦ୍ରକ

Print Friendly, PDF & Email