ଭାରତ ସରକାରଙ୍କର ବାୟୋ-ଟେକ୍ନୋଲୋଜି ବିଭାଗ ଏକ ଚିଠା ବିଧେୟକ ପ୍ରସ୍ତୁତ କରିଛନ୍ତି ଯାହାର ଶିରୋନାମା ହେଉଛି Biotechnology Regulatory Authority Bill(BARB)of 2009.ସଂସଦର ଚଳିତ ଅଧିବେଶନରେ ଏହି ବିଲ୍କୁ ଉପସ୍ଥାପିତ କରାଯିବ ବୋଲି ଜଣାପଡ଼ୁଛି । ଏହା ଯଦି ଗୃହୀତ ହୋଇ ଆଇନରେ ପରିଣତ ହୋଇଯାଏ; ତା’ହେଲେ ଜିଏମ୍ ଶସ୍ୟ, ଫଳ, ପରିବା ଆଦିକୁ ବିରୋଧ ବେଆଇନ ହୋଇଯିବ । ଏହାକୁ ଉଲ୍ଲଂଘନ କଲେ ୬ମାସରୁ ବର୍ଷେ ପର୍ଯ୍ୟନ୍ତ କାରାଦଣ୍ଡ ଓ ୨ଲକ୍ଷ ଟଙ୍କା ଜୋରିମାନା ଦେବ । (ଦ୍ରଷ୍ଟବ୍ୟ- New Indian Express, 22Feb, 2010 ‘Criticising GM crops may land you in Jail’) । ଅବଶ୍ୟ ‘ବିରୋଧ’ପୂର୍ବରୁ ବ୍ୟବହାର କରାଯାଇଛି ଏକ ବିଶ୍ଳେଷଣାତ୍ମକ ପଦ । ‘ବୈଜ୍ଞାନିକ ପ୍ରମାଣ ବିନା’ (Without scientific evidence) । କିନ୍ତୁ ଜିଏମ୍ ଶସ୍ୟକୁ ସରକାରୀ ସ୍ୱୀକୃତି ପଛରେ ଗବେଷଣା ଓ ବୈଜ୍ଞାନିକ ପ୍ରମାଣ ସୂଚନା ଅଧିକାର ଆଇନର ପରିସୀମା ବାହାରେ ରହିବ ବୋଲି ଚିଠା ବିଧେୟକରେ ଉଲ୍ଲେଖ କରାଯାଇଛି । (The Bill keeps the Information related to the research, approval and science of GM products out of the purview of the Right to Information Act) କେବଳ ଏତିକି ନୁହେଁ, ବାୟୋଟେକ୍ନୋଲୋଜି ବିଭାଗର ବିଶେଷଜ୍ଞମାନେ ଜିଏମ୍ ପ୍ରଯୁକ୍ତିବିଦ୍ୟା (GM technology)ଉପରେ ରାଜ୍ୟ ସରକାରଙ୍କର ଯେକୌଣସି ନିଷ୍ପତ୍ତକୁ ଖାରଜ କରିଦେଇ ପାରିବେ ବୋଲି ଏହି ଚିଠା ବିଧେୟକରେ ବ୍ୟବସ୍ଥା କରାଯାଇଛି ।
ବିଜ୍ଞାନସମ୍ମତ ବିରୋଧ ପାଇଁ ସରକାରୀ ସ୍ୱୀକୃତି ପଛରେ ଥିବା ବୈଜ୍ଞାନିକ ଭିତ୍ତକୁ ଜାଣିବା ଯେ ନିହାତି ଆବଶ୍ୟକ, ଏହା କହିବା ବାହୁଲ୍ୟ ମାତ୍ର । ଗୋଟିଏ ପଟେ ସରକାର ଜଣାଇବେ ନାହିଁ ତାଙ୍କ ସ୍ୱୀକୃତି ପଛରେବୈଜ୍ଞାନିକ ଭିତ୍ତ- ଅପର ପକ୍ଷରେ ବିରୋଧକୁ ଅବୈଜ୍ଞାନିକ କହିପାରିବାର ଅଧିକାର ରହିବ ବାୟୋଟେକ୍ନୋଲୋଜି ବିଭାଗର ବିଶେଷଜ୍ଞଙ୍କ ହାତରେ । ଯାହାର ଏକମାତ୍ର ପରିଣତି ହେଉଛି ଜିଏମ୍ ପ୍ରଯୁକ୍ତି ବିଦ୍ୟାକୁ ପ୍ରଶ୍ନ କରୁଥିବା ବ୍ୟକ୍ତିକୁ କାରାଦଣ୍ଡ । ଜିଏମ୍ ପ୍ରଯୁକ୍ତି ବିଦ୍ୟା ବେପାରରେ ଥିବା କମ୍ପାନୀମାନଙ୍କର ସରକାରଙ୍କ ଉପରେ ପ୍ରଭାବର ଏହା ଏକ ନଗ୍ନ ଦୃଷ୍ଟାନ୍ତ । ବିଶେଷତଃ ଯେତେବେଳେ ସରକାରଙ୍କର ପରିବେଶ ମନ୍ତ୍ରୀ ଜୟରାମ ରମେଶ ନିକଟ ଅତୀତରେ ବିଟି ବାଇଗଣର ଉପôାଦନ ଉପରେ ଜାରି କରିଛନ୍ତି ପ୍ରତିବନ୍ଧକ ।
ଏହିଭଳି ଏକ ବିଧେୟକ ସମ୍ବିଧାନର ଧାରା ୧୯ରେ ଭାରତୀୟ ନାଗରିକଙ୍କୁ ଦିଆଯାଇଥିବା ମତ ରଖିବାର ମୌଳିକ ଅଧିକାରକୁ କେତେଦୂର ବିଦ୍ରୁପ କରୁଛି, ତାହାର ଆଲୋଚନା ହେବା ଉଚିତ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ କମ୍ପାନୀମାନଙ୍କ ବେପାରକୁ ପ୍ରଶ୍ନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ, ସାଧାରଣ ଜନତା ପାଇଁ ଏକ କଠିନ ସମୟ ଆସୁଛି । ଏକ ଏପରି ବ୍ୟବସ୍ଥା ଆମକୁ କବଳିତ କରିବାକୁ ବସିଛି ଯାହା କମ୍ପାନୀ ମାନଙ୍କର, କମ୍ପାନୀମାନଙ୍କ ଦ୍ୱାରା ଓ କମ୍ପାନୀମାନଙ୍କ ପାଇଁ । ଯେଉଁମାନେ ଭାବୁଛନ୍ତି ଯେ ଆମର ପ୍ରଚଳିତ ବ୍ୟବସ୍ଥା ଲୋକଙ୍କର,ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ-ସେମାନେ ଯଥାଶୀଘ୍ର ଏହି ଭ୍ରାନ୍ତିରୁ ମୁକ୍ତ ହେବା ଦରକାର ।
-ଶୁଦ୍ରକ