ବିଜୁବାବୁ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ (୧୯୯୦-୯୫), ଅମଲାତନ୍ତ୍ରର ଜଡ଼ତା ଭାଙ୍ଗିବା ପାଇଁ ଜନସାଧାରଣଙ୍କୁ ମାଡ଼ତତ୍ତ୍ୱର ଶିକ୍ଷା ଦେଇଥିଲେ । ଏହା ଏକ ବିଡ଼ମ୍ବନା ଯେ ଏହାର ପ୍ରୟୋଗ ଉତ୍ତେଜିତ ସଚିବାଳୟ କର୍ମଚାରୀମାନେ ତାଙ୍କ ଉପରେ ମଧ୍ୟ କରିଦେଲେ । ଏବେ ସୁପ୍ରିମକୋର୍ଟ ଅଳସୁଆ ସରକାରୀ ବାବୁଙ୍କୁ ଚାବୁକ ଦରକାର ବୋଲି ମନ୍ତବ୍ୟ କରିଛି । କିନ୍ତୁ କିଏ ଚାବୁକ ଲଗାଇବ, ତାହା ବିଜୁବାବୁଙ୍କ ମାଡ଼ତତ୍ତ୍ୱ ଭିତରେ ଯେପରି ସ୍ପଷ୍ଟଥିଲା-ସେପରି ସ୍ପଷ୍ଟତା ସୁପ୍ରିମକୋର୍ଟର ମନ୍ତବ୍ୟରେ ନାହିଁ । ତେବେ ଚାବୁକ ସାଧାରଣ ଲୋକେ ଧରନ୍ତୁ, ଏହା ସୁପ୍ରିମକୋର୍ଟ ନକହିବା ସ୍ୱାଭାବିକ । କିନ୍ତୁ ଅଳସୁଆ ସରକାରୀ ବାବୁମାନଙ୍କୁ ଯଦି ତାଙ୍କର ଉପରିସ୍ଥ ବାବୁ ବା ରାଜନୈତିକ ମୁନିବମାନେ ସୁଧାରିବାରେ ବିଫଳ ହୁଅନ୍ତି-ତା’ହେଲେ ଜନସାଧାରଣ ଚାବୁକ ଧରିଲେ କୋର୍ଟର ନିଦେ୍ର୍ଧଶ ପାଳନ ହେଲା ବୋଲି କହିବା ଭୁଲ୍ ହେବ କି? ସରକାରୀ ବାବୁଙ୍କର ଅଳସୁଆମି ଭାଙ୍ଗିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ତପôରତାର ସହ ବାଟଟିଏ ଦେଖାଇଲେ – ସେହି ତପôରତାର ସହ କୌଣସି ବାଟ ଯଦି ନ୍ୟାୟାଳୟ ମାନଙ୍କରେ ପଡ଼ି ରହିଥିବା ଲକ୍ଷ ଲକ୍ଷ ବିଚାରାଧୀନ କେସ୍ ଅଧିକାଂଶ ସରକାରୀ ବାବୁଙ୍କର ମନଇଚ୍ଛା ନିଷ୍ପତ୍ତ ବିରୋଧରେ ଶୀଘ୍ର ଫଇସଲା ପାଇଁ ଦେଖାଇପାରନ୍ତେ, ତା’ହେଲେ ନ୍ୟାୟ ପାଇବାରେ ବିଳମ୍ବଜନିତ କ୍ଷୋଭ ଅନେକ ପରିମାଣରେ ପ୍ରଶମିତ ହୋଇପାରନ୍ତା ଓ ଅଳସୁଆ ବାବୁମାନଙ୍କ ସହିତ ଉଦ୍ଧତ ଜନବିରୋଧୀ ବାବୁମାନେ ମଧ୍ୟ ଶିକ୍ଷା ପାଆନ୍ତେ ।