ସୋମନାଥଙ୍କୁ ବାମହେଲେ ବାମଦଳ

  • 12/09/2015

ଯଦି ଜୁଲାଇ ୨୨,୨୦୦୮କୁ ଭାରତୀୟ ସଂସଦୀୟ ଇତିହାସରେ ସବୁଠାରୁ କଳଙ୍କମୟ ଦିବସ ବୋଲି ଗ୍ରହଣ କରାଯାଏ, ତା’ହେଲେ ସୋମନାଥ ଚାଟାର୍ଜି ମଧ୍ୟ ଏହି ଇତିହାସରେ ରହିବେ – ଲୋକସଭାରେ ଏହି ଅଧିବେଶନର ଅଧ୍ୟକ୍ଷ ଭାବେ । ଯଦି ଇସ୍ତଫା ଦେଇଦେଇଥାନ୍ତେ-ତାଙ୍କ ଦଳର ନିଦେ୍ର୍ଧଶ ଶୁଣି ତା’ହେଲେ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ଯେ ତାଙ୍କର ବାଚସ୍ପତି କାଳରେ ଘଟିଲା-ଏହା କହିବା ପାଇଁ କେହି ଅବସର ପାଇନଥାନ୍ତେ । ୪୦ବର୍ଷର ସଦସ୍ୟତାଠାରୁ ୪ବର୍ଷର ବାଚସ୍ପତି ପଦବୀ ଯେ ଅଧିକ ଆକର୍ଷଣୀୟ, ତାହା ସୋମନାଥ ବାମଦଳର ନିଦେ୍ର୍ଧଶ ନମାନି ସାବ୍ୟସ୍ତ କରିଦେଲେ । ଯେଉଁମାନେ ତାଙ୍କୁ ଗତ ୪ବର୍ଷ ଧରି ବିଭିନ୍ନ ଲୋକସଭା ଅଧିବେଶନରେ ଅଧ୍ୟକ୍ଷତା କରିବାର ଦେଖିଛନ୍ତି ଓ ତାଙ୍କର ବିରକ୍ତିଭାବ ଲକ୍ଷ୍ୟ କରିଛନ୍ତି ବା ଏହଭଳି ଲୋକସଭାର ଅଧ୍ୟକ୍ଷତା କରିବା ଅପେକ୍ଷା ଇସ୍ତଫା ଦେବା ଶ୍ରେୟସ୍କର ବୋଲି ତାଙ୍କର ମନ୍ତବ୍ୟ ଶୁଣିଛନ୍ତି -ସେମାନେ ସୋମନାଥଙ୍କୁ ବାଚସ୍ପତି ପଦବୀକୁ ଜାବୋଡ଼ି ଧରିବା ଦେଖି ନିଶ୍ଚିତ ଚକିତ ହୋଇଯାଇଛନ୍ତି । ଯଦି କୁହାଯାଏ ଯେ ସୋମନାଥ ଜାଣିଶୁଣି ଏହିଭଳି ଏକ କଳଙ୍କିତ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି-ବିଶେଷତଃ ଯେତେବେଳେ ତାଙ୍କରି ବାମଦଳର ନେତୃବର୍ଗ ଅଭିଯୋଗ କରିଛନ୍ତି ଯେ ସାଂସଦମାନଙ୍କର ୨୫ କୋଟି ଟଙ୍କାରେ ନିଲାମ ଡକାଚାଲିଛି, ତା’ହେଲେ ଏହା ଆଦୌ ଭୁଲ ହେବ ନାହିଁ । ଅବଶ୍ୟ ଅନେକେ ନୀତିଗତ ପ୍ରଶ୍ନ ଉଠାଇଛନ୍ତି, ତାଙ୍କର ଇସ୍ତଫା ନଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଯେପରି ବାଚସ୍ପତି ହୋଇଯିବା ପରେ ସେ ସବୁଦଳର ଊଦ୍ଧ୍ୱର୍କୁ ଚାଲିଯାଇଛନ୍ତି – ତେଣୁ ବାମଦଳର ନିଦେ୍ର୍ଧଶ ତାଙ୍କୁ ଲାଗୁ ହୋଇପାରିବ ନାହିଁ ବା ଏହିଭଳି ଏକ ସଙ୍କଟମୟ ପରିସ୍ଥିତିରେ ସେ ଇସ୍ତଫା ଦେବା ଅର୍ଥ ଲୋକସଭାକୁ ଏକ ବିଶୃଙ୍ଖଳିତ ପରିସ୍ଥିତିକୁ ଠେଲି ଦେବା ଇତ୍ୟାଦି । ଏହା ନିଶ୍ଚିତ ଭାବରେ ସୋମନାଥଙ୍କୁ ନୈତିକବଳ ଯୋଗାଇବ । କିନ୍ତୁ ଯେଉଁଭଳିଭାବେ ମନମୋହନ ସିଂହଙ୍କ ସରକାରଙ୍କୁ ଆସ୍ଥା ଯୋଗାଇଥିବା ରାଜନୈତିକ ଦଳମାନଙ୍କର ନେତୃତ୍ୱ ତାଙ୍କ ନିକଟକୁ ଧାଡ଼ି ବାନ୍ଧିଛନ୍ତି – ତାହା ସୋମନାଥଙ୍କୁ ରାଜନୈତିକ ପଶାପାଲିର ଏକ ଗୋଟି କରିଦେବାର ଉଦ୍ୟମକୁ ବୋଧହୁଏ ସୂଚାଉଛି । ଅପରପକ୍ଷରେ ସି.ପି.ଏମ୍. ଦଳ ସୋମନାଥଙ୍କୁ ଦଳରୁ ବହିଷ୍କାର କରି ରାଜନୈତିକ ଅପରିପକ୍ୱତାର ବୋଧହୁଏ ପରିଚୟ ଦେଇଛନ୍ତି । ଅବଶ୍ୟ ଦଳର ନିଦେ୍ର୍ଧଶକୁ ମାନି ପ୍ରଧାନମନ୍ତ୍ରୀ ହେବାର ନିବେଦନକୁ ଯଦି ଜ୍ୟୋତିବସୁ ପ୍ରତ୍ୟାଖ୍ୟାନ କରିପାରନ୍ତି, ତା’ହେଲେ ସୋମନାଥ ଚାଟାର୍ଜୀ ଦଳର ନିଦେ୍ର୍ଧଶକୁ ଅମାନ୍ୟ କାହିଁକି କରିବେ? ଏହାହିଁ ବୋଧହୁଏ ବହିଷ୍କାର ନିଷ୍ପତ୍ତ ପଛରେ ସି.ପି.ଏମ୍. ଦଳର ନେତୃତ୍ୱର ମାନସିକତା ହୋଇଥିବ । କହିବା ବାହୁଲ୍ୟ ଯେ ପରେ ଜ୍ୟୋତିବସୁଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବାରଣ କରିବାର ନିଷ୍ପତ୍ତିକୁ ଏକ (historic blunder)ଐତିହାସିକ ଭୁଲ ବୋଲି ଦଳ ଉପଲବ୍ଧô କଲା – ଏବେ ହୁଏତ ସୋମନାଥଙ୍କୁ ବାଚସ୍ପତି କରାଇବା ଏକ ଐତିହାସିକ ଭୁଲ ବୋଲି ଦଳ ଅନୁଭବ କରୁଥିବ

Print Friendly, PDF & Email