ବିତର୍କିତ ବିଚାର ବ୍ୟବସ୍ଥା

  • 12/09/2015

୧-୧୬ ନଭେମ୍ବର, ୨୦୦୭

ନ୍ୟାୟାଳୟ ବା ବିଚାରବ୍ୟବସ୍ଥା ଉପରେ ଆମ ଦେଶର ଲୋକଙ୍କର ଆସ୍ଥା ତୀବ୍ର ବେଗରେ ହ୍ରାସ ପାଉଛି – କୁହନ୍ତି ଉଚ୍ଚତମ ନ୍ୟାୟାଳୟର ବିଚାରପତି ମାନ୍ୟବର ଏ.କେ. ମାଥୁର ଏବଂ ମାନ୍ୟବର ମାର୍କେଣ୍ଡୟ କାଟଜୁ; ଲୋକେ ଭାବିବା ଆରମ୍ଭ କଲେଣି ଯେ, ଯେଉଁପ୍ରକାର ବିଳମ୍ବ ନ୍ୟାୟାଳୟରେ ହେଉଛି – ସେଥିରେ ନ୍ୟାୟ ମିଳିବ ନାହିଁ । ଏଭଳି ଧାରଣା ମଧ୍ୟ ଅଯଥାର୍ଥ ନୁହେଁ କାରଣ ବର୍ତ୍ତମାନ ଭାରତୀୟ ନ୍ୟାୟାଳୟମାନଙ୍କରେ ଫଇସଲା ହେବାକୁ ଥିବା ମାମଲାର ସଂଖ୍ୟା ୨.୫୯କୋଟି (ଦ୍ରଷ୍ଟବ୍ୟ – Indian Today, Oct 22,2007) ଅର୍ଥାତ ପ୍ରାୟଃ ୪୦/୫୦ଜଣ ଭାରତୀୟ ପିଛା ଫଇସଲା ଅପେକ୍ଷାରେ ଗୋଟିଏ ମାମଲା । ବିଳମ୍ବ ହେବାର କାରଣ ଦର୍ଶାଯାଇଛି – ବିଚାରପତି ଅଭାବ । ୩୦୦୦ ବିଚାରପତିଙ୍କର ଆବଶ୍ୟକତା ରହିଛି ବୋଲି କୁହାଯାଉଛି । ଏହା ଜାଣିବା ପ୍ରାସଙ୍ଗିକ ହେବ ଯେ, ୫୦ବର୍ଷ ଧରି ଫଇସଲା ହୋଇନଥିବା ଏକ ମାମଲା ଉପରେ ନିଷ୍ପତ୍ତ ଶୁଣାଇଲା ବେଳେ ମାନ୍ୟବର ବିଚାରପତି ଦ୍ୱୟ ଉପରୋକ୍ତ ମନ୍ତବ୍ୟ କରିଛନ୍ତି ।
ଗଣମାଧ୍ୟମରେ ଉପରୋକ୍ତ ମନ୍ତବ୍ୟକୁ ଏବେ ଉଦ୍ଧାର କରାଯାଉଛି ଯେତେବେଳେ, ସାଧାରଣ ଲୋକର ଧୈର୍ଯ୍ୟଚୁ୍ୟତି ହିଂସ୍ର ଆକାର ଧାରଣ କରିଛି – ରାସ୍ତା ଉପରକୁ ଆସିଛି ଓ ଆଇନକୁ ନିଜ ହାତକୁ ନେଇ ତକ୍ରାଳ ଗୋଟିଏ କରିଦେଉଛି ଯାହାକୁ ସେ ଠିକ୍ ବୋଲି ଭାବୁଛି । ଆଇନକୁ ନିଜହାତକୁ ନବୋର ଅର୍ଥ ଯେ, ପ୍ରଚଳିତ ଆଇନବ୍ୟବସ୍ଥା ଓ ବିଚାରବ୍ୟବସ୍ଥାରେ ସମାଧାନ ନାହିଁ ଏହା ଦର୍ଶାଇବା । ଆଇନକୁ ବାରମ୍ବାର ହାତକୁ ନେବାର ପ୍ରବଣତା ଜନତାଙ୍କ ମଧ୍ୟରେ ବ୍ୟାପକ ହେବାର ଅର୍ଥ ଯାହା ମାନ୍ୟବର ବିଚାରପତି ଦ୍ୱୟ କହିଛନ୍ତି-ଲୋକଙ୍କର ଆଇନବ୍ୟବସ୍ଥା ଓ ବିଚାରବ୍ୟବସ୍ଥା ଉପରେ ଆସ୍ଥା ତୀବ୍ର ବେଗରେ ହ୍ରାସ ପାଇବା ବା ପ୍ରଚଳିତ ଏହି ବ୍ୟବସ୍ଥାର ଆବଶ୍ୟକତାକୁ ପ୍ରଶ୍ନ କରିବା ।
ତେଣୁ ଏହାକୁ କିପରି ଅଟକା ଯାଇପାରିବ? ମାନ୍ୟବର ବିଚାରପତିଦ୍ୱୟଙ୍କର ଉପରୋକ୍ତ ମନ୍ତବ୍ୟକୁ ଯଦି ଆଧାର କରାଯାଏ ତା’ହେଲେ ନ୍ୟାୟାଳୟରେ ମାମଲାର ଶୀଘ୍ର ଫଇସଲା ଏକ ଆବଶ୍ୟକୀୟ ସମାଧାନ ବୋଲି ଗ୍ରହଣ କରାଯାଇପାରେ । କିନ୍ତୁ କେଉଁଭଳି ମାମଲାଗୁଡ଼ିକୁ ଶୀଘ୍ର ଫଇସଲାର ଅଗ୍ରାଧିକାର ମିଳିବା ଉଚିତ? ୨କୋଟି ୫୯ଲକ୍ଷ ଫଇସଲା ଅପେକ୍ଷାମାଣ ମାମଲାକୁ କେଉଁକ୍ରମରେ ଫଇସଲା କରାଯିବା ଉଚିତ? ଜୀବନ ଜୀବିକା ସମ୍ପର୍କିତ ମାମଲାଗୁଡ଼ିକର ଫଇସଲା ତ ନିଶ୍ଚିତ ଅଗ୍ରାଧିକାର ପାଇବା ଉଚିତ, କାରଣ ଏହି ଫଇସଲାରେ ହିଁ ଜନଗଣଙ୍କ ମଧ୍ୟରେ ବିଚାରବ୍ୟବସ୍ଥା ପ୍ରତି ବିଶ୍ୱାସ ପ୍ରତିଷ୍ଠିତ କରିବାର ସୁଯୋଗ ଥାଏ, ଯଦି ଏହିଭଳି ମାମଲାଗୁଡ଼ିକର ଶୀଘ୍ର ଶୁଣାଣି ଓ ନିଷ୍ପତ୍ତ ସୃଷ୍ଟି କରିପାରେ ସାଧାରଣ ଲୋକମନରେ ଧାରଣା ଯେ, ବିଚାର ବ୍ୟବସ୍ଥା ତାକୁ ସୁରକ୍ଷା ଦେଇପାରେ – ତାର ଅଧିକାରକୁ ପଦଦଳିତ କରୁଥିବା ଶକ୍ତିମାନଙ୍କୁ ବାଧା ଦେଇପାରେ । ତା’ହେଲେ ସମାଜରେ ବର୍ତ୍ତମାନ ବୃଦ୍ଧି ପାଉଥିବା ବିଚାରବ୍ୟବସ୍ଥା ପ୍ରତି ଅନାସ୍ଥା ନିଶ୍ଚିତ ହ୍ରାସ ପାଇବ ।
ବିଚାର ବ୍ୟବସ୍ଥା ଯେ ବଡ଼ବଡ଼ÿୁଆମାନଙ୍କ ସପକ୍ଷରେ, ଏଭଳି ଧାରଣା ସାଧାରଣ ଲୋକମନରେ ବସା ବାନ୍ଧିବ । ବିଚାର ବ୍ୟବସ୍ଥାରେ ଆସ୍ଥା ପ୍ରତି ଆଦୌ ଅନୁକୂଳ ନୁହେଁ । ଏହାକୁ ଭାଙ୍ଗିବାର ଉଦ୍ୟମ ବିଚାର ବ୍ୟବସ୍ଥା ଭିତରୁ ହିଁ ସଚେତନ ଭାବେ କରାଯିବା ଉଚିତ । କିନ୍ତୁ ଏହିଭଳି ଧାରଣା ଯେ ରାଷ୍ଟ୍ରର ଆଇନମନ୍ତ୍ରୀଙ୍କର ମଧ୍ୟ ହୋଇପାରେ ତାର ଉଦାହରଣ ପାଉ ଯେତେବେଳେ ଏକଦା ଆଇନମନ୍ତ୍ରୀ ଓ ପୂର୍ବତନ ହାଇକୋର୍ଟ ବିଚାରପତି ପି. ଶିବଶଙ୍କରଙ୍କର ନିମ୍ନୋକ୍ତ ବକ୍ତବ୍ୟଟି ଦୃଷ୍ଟିକୁ ଆସେ । ସେ ଏହା ‘ହାଇଦ୍ରାବାଦରେ ବାର୍ କାଉନ୍ସିଲ୍କୁ ଉଦ୍ବୋଧନ ଦେଲାବେଳେ କହିଥିଲେ । (ଦ୍ରଷ୍ଟବ୍ୟ The Midday Judgement – II, The Statesman 1st Oct 2007) । ତାଙ୍କ ମତରେ ‘ଉଚ୍ଚତମ ନ୍ୟାୟାଳୟ ଏଲିଟ (Elite)ଶ୍ରେଣୀର ତତ୍ତ୍ୱମାନଙ୍କ ଦ୍ୱାରା ଗଠିତ ହୋଇଥିବାରୁ ଥିଲାବାଲା ଅର୍ଥାତ ଜମିଦାରମାନଙ୍କ ପ୍ରତି ଏହାର ସହାନୁଭୂତି ଖୋଲାଖୋଲି ଭାବରେ ଥିଲା । ଯାହା ଫଳରେ ସେମାନେ ସମ୍ବିଧାନରେ ଉଦେ୍ଧଶ୍ୟ ଓ ଆତ୍ମା ବିରୋଧୀ ବୁ୍ୟପôତ୍ତ ଧାରା ୩୧ରେ ଥିବା ‘କ୍ଷତିପୂରଣ’ ଶବ୍ଦଟିର କରିଲେ…
କେଶବାନନ୍ଦଙ୍କ ଭଳି ମହାଧିପତିମାନେ ଓ ଗୋଲକନାଥଙ୍କ ଭଳି ଜମିଦାରମାନେ ଉଚ୍ଚତମ ନ୍ୟାୟାଳୟ ବ୍ୟତୀତ ଦେଶର ଆଉ କୌଣସି ସ୍ଥାନରେ (ସେମାନଙ୍କ ପ୍ରତି) ସହାନୁଭୂତି ସୃଷ୍ଟି କରିବାରେ ସମର୍ଥ ହେଲେ ନାହିଁ । ଉଚ୍ଚତମ ନ୍ୟାୟାଳୟ କୁପର୍ ମାମଲାରେ ହସ୍ତକ୍ଷେପ କରିବା ଦ୍ୱାରା ବ୍ୟାଙ୍କର ଉଚ୍ଚ ଅଧିକାରୀ, ଶିଳ୍ପପତିମାନଙ୍କ ଦ୍ୱାରା ପ୍ରତିପୋଷିତ ଏଲିଟିଷ୍ଟ (Elitist) ସଂସ୍କୃତିର ପ୍ରତିନିଧିମାନେ ଓ ସ୍ୱାଧୀନତାର ହିତାଧିକାରୀମାନେ ଉଚ୍ଚ ଦରରେ କ୍ଷତିପୂରଣ ପାଇଲେ । ଅସାମାଜିକ ବ୍ୟକ୍ତି ଯେପରିକି ବୈଦେଶିକ ମୁଦ୍ରା ବିନିମୟ ଆଇନର ଉଲ୍ଲଂଘନକାରୀ, ବଧୂଦାହରେ ସମ୍ପୃକ୍ତ ବ୍ୟକ୍ତି ଓ ପ୍ରତିକ୍ରିୟାଶୀଳ ଶକ୍ତିମାନେ ଉଚ୍ଚତମ ନ୍ୟାୟାଳୟରେ ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନଟିଏ ପାଇଛନ୍ତି ।’
(The Supreme Court compared of the element from the elite class has their un concealed sympathy for the haves i.e. the Zamindars as a result they interpretd the wow, ‘Compensations’ in Article 31contrary to the spirit and intendment of the constitution…….
Mahadhisahy like Keshavananda and Zamindar Like Golaknath evoked a sympathetic chord nowhere in the whole country except the Supreme Court of India. And the Bank magnets, the representatives of the elitist culture of this country, ably supported by industrialists, the beneficiaries of independence got higher compensation by intetrvention of the Supreme Court in Coopers’ case. Anti social elements i.e. FERA violations, bride burners and a whole horde of reachmaries have found their however in the Supreme Court.)
ଅବଶ୍ୟ ଏହିଭଳି ମନ୍ତବ୍ୟରେ ବିଚାରପତିମାନଙ୍କର ଶ୍ରେଣୀଚରିତ୍ରର ପ୍ରଶ୍ନ ଉତ୍ଥାପନ ହୋଇଛି- ଯାହା ଏକ ମୌଳିକ ପ୍ରଶ୍ନ । ବର୍ତ୍ତମାନ ଅର୍ଥନୈତିକ ପରିବେଶରେ ଯେତେବେଳେ ବୈଷମ୍ୟ ବୃଦ୍ଧି ଏକ ଅଣଲେଉଟା ପର୍ଯ୍ୟାୟ ଭିତରେ ପ୍ରବେଶ କଲାଭଳି ମନେହୁଏ ଓ ସମଗ୍ର ରାଷ୍ଟ୍ରର ସମ୍ପଦକୁ କରାୟତ୍ତ କରିବା ପାଇଁ ବିତ୍ତଶାଳୀଙ୍କର ଆକ୍ରମଣାତ୍ମକ ରୂପ ପ୍ରତିଟି ସ୍ଥାନରେ ପ୍ରତି ମୁହୂର୍ତ୍ତରେ ଦୃଶ୍ୟମାନ ହୁଏ – ସେତେବେଳେ ସାଧାରଣ ଲୋକର ସ୍ୱାର୍ଥକୁ ରକ୍ଷା କରିବା ବିଚାରବ୍ୟବସ୍ଥା ପ୍ରତି ଯେ ଏକ ବିରାଟ ଆହ୍ୱାନ, ଏଥିରେ ସନେ୍ଦହ ନାହିଁ । ଏହି ଆହ୍ୱାନର ସମ୍ମୁଖୀନ ହେଲାବେଳେ ତ୍ରୁଟି ବିଚୁ୍ୟତି ଯେ ହେବନାହିଁ ଏପରି ନୁହେଁ – କିନ୍ତୁ ଏହି ତ୍ରୁଟିବିଚୁ୍ୟତିକୁ ସମାଲୋଚନା କରିବା ପାଇଁ ଯଦି ସାଧାରଣରେ ଅଦାଲତ ଅବମାନନା ଭୟ ରହେ – ତା’ହେଲେ ଏଭଳି ତ୍ରୁଟି ବିଚୁ୍ୟତିର ସଂଶୋଧନ କଦାପି ହୋଇପାରିବ ନାହିଁ – ବରଂ ଏହା ବାରମ୍ବାର ସଂଘଠିତ ହେବ ଓ ସାଧାରଣ ଲୋକଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ – ବିଚାର ବ୍ୟବସ୍ଥା ପ୍ରତି ଅନାସ୍ଥା ବୃଦ୍ଧିପାଇବ । ଅବଶ୍ୟ ପି. ଶିବଶଙ୍କରଙ୍କର ଉଚ୍ଚତମ ନ୍ୟାୟାଳୟ ଉପରେ ଉଲ୍ଲିଖିତ ମନ୍ତବ୍ୟ ଯେ, ବିଚାରବ୍ୟବସ୍ଥାକୁ ନିନ୍ଦିତ କରିନାହିଁ – ତାହା ଉଚ୍ଚତମ ନ୍ୟାୟାଳୟ ପି.ଏନ୍. ହୁଦା ବନାମ ପି.ଶିବଶଙ୍କର ମାମଲାରେ ସୃଷ୍ଟି କରି ପି.ଶିବଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ହୋଇଥିଲେ । କହିବା ବାହୁଲ୍ୟ ଯେ, ଏକ ସହନଶୀଳ ବିଚାରବ୍ୟବସ୍ଥାର ଆବଶ୍ୟକତା ରହିଛି ବର୍ତ୍ତମାନ ପରିପ୍ରେକ୍ଷୀରେ । ଏହା ଠିକ୍ ଯେ, ସମଗ୍ର ସମାଜରେ ସହନଶୀଳତାର ସ୍ତର କ୍ରମଶଃ ଖସିବାରେ ଲାଗିଛି – ଯାହା ହାତରେ ଦଣ୍ଡଦେବାର କ୍ଷମତା ଅଛି ସେ ଏହି କ୍ଷମତାର ପ୍ରୟୋଗ ସହସା କରିବା ପାଇଁ କୁଣ୍ଠିତ ହେଉନାହିଁ । ସାଧାରଣ ଲୋକର ତ ସହନଶୀଳତା କମୁଛି ବିଭିନ୍ନ କାରଣରୁ, କିନ୍ତୁ ବୋଧହୁଏ ଏହାର ସ୍ତରକୁ ଖସିବାରୁ ରକ୍ଷା କରାଯାଇପାରିବ ଯଦି ଏହି ସହନଶୀଳତା ଆମର ସମ୍ବିଧାନର ଚାରୋଟି ସ୍ତମ୍ଭ ଭିତରେ ଦେଖାଦିଏ ସମାଲୋଚନାକୁ ସହ୍ୟ କରିବାର ଶକ୍ତି ଯଦି ଏମାନଙ୍କ ଭିତରେ ଜାଗ୍ରତ ହୁଏ । ସମାଲୋଚନା ହିଁ ତ ଗଣତନ୍ତ୍ରକୁ ରୁଦ୍ଧିମନ୍ତ କରେ ।
ଏହି ସହନଶୀଳତାର ଅଭାବ ସମ୍ପ୍ରତି ବିଚାର ବ୍ୟବସ୍ଥାକୁ ବେଶ ବିତର୍କିତ କରିଦେଇଛି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ମିଡ଼୍ଡ଼େ (Midday) ନାମକ ଏକ ଖବରକାଗଜର ୪ଜଣ ସାମ୍ବାଦିକଙ୍କୁ ପୂର୍ବତନ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ୱାଇ.ସବରୱାଲଙ୍କ ବିରୁଦ୍ଧରେ କେତେକ ମନ୍ତବ୍ୟ କରିଥିବା ଫଳରେ ବିଚାରାଳୟର କାର୍ଯ୍ୟରତ ବିଚାରପତିମାନଙ୍କୁ ନିନ୍ଦିତ କରିଛନ୍ତି ବୋଲି ମନ୍ତବ୍ୟ କରି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଯଦିଓ ଏହି ଦଣ୍ଡାଦେଶ ଉପରେ ଉଚ୍ଚତମ ନ୍ୟାୟାଳୟ ରହିତାଦେଶ ଜାରି କରିଛି – ତଥାପି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ ଏହିଭଳି ଦଣ୍ଡାଦେଶକୁ ବିରୋଧ କରିଛନ୍ତି ଓ ସେହି ସାମ୍ବାଦିକମାନଙ୍କ ସହ ଜେଲ ଯିବାପାଇଁ ପ୍ରସ୍ତୁତ ବୋଲି ଘୋଷଣା କଲେଣି । ଯଦିଓ ଏହିଭଳି ସବରୱଲ ବିରୋଧୀ ଅଭିଯୋଗ ପଛରେ ଥିବା ବ୍ୟକ୍ତିମାନଙ୍କର ଉଦେ୍ଧଶ୍ୟ ସହ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ପୁରୀ ଏକ ଭିନ୍ନ ଗନ୍ଧ ବାରନ୍ତି (They smell success, this scribe smells a rat) (ଦ୍ରଷ୍ଟବ୍ୟ The Justice Sabharwal affair, The Statesman 17Oct, 2007) ଓ ଗଣମାଧ୍ୟମର ଭୂମିକାକୁ ପ୍ରଶ୍ନ କରନ୍ତି ତଥାପି ଯେତେବେଳେ କୌଣସି ବ୍ୟକ୍ତି ବା ଅନୁଷ୍ଠାନର ମର୍ଯ୍ୟାଦା ସତ୍ୟଠାରୁ ଊଦ୍ଧ୍ୱର୍ରେ ନୁହେଁ ବୋଲି ଆଇନସମ୍ମତ (Contempt of courts (Amendment)Act 2006); ସେତେବେଳେ ସତ୍ୟ ପ୍ରକାଶ ନହୋଇ ପାରିବା ବା ସତ୍ୟପ୍ରକାଶ ପାଇଁ ସୁଯୋଗରୁ ଆଗ୍ରହୀ ବ୍ୟକ୍ତିକୁ ବଞ୍ଚôତ କରିବା ବା ସତ୍ୟାଗ୍ରହୀକୁ ସତ୍ୟାସତ୍ୟ ପ୍ରତିପାଦିତ କରିବା ପାଇଁ ନିଦେ୍ର୍ଧଶ ଦେବା ପରିବର୍ତ୍ତେ ତାକୁ ଦଣ୍ଡାଦେଶ ଶୁଣାଇବା ବିଚାରବ୍ୟବସ୍ଥାର ବିଶ୍ୱସନୀୟତା ପ୍ରତି ଆଦୌ ଅନୁକୂଳ ନୁହେଁ ।
ନ୍ୟାୟ ପାଇବା ପାଇଁ ନାଗରିକ ନ୍ୟାୟପାଳିକାର ହିଁ ଆଶ୍ରୟ ନେବ, ଏହା ଅବଧାରିତ ସତ୍ୟ । ନ୍ୟାୟ ଦେବା ନ୍ୟାୟପାଳିକାର ଧର୍ମ । ଏହି ଧର୍ମ ନ୍ୟାୟପାଳିକା ପାଳନ କରିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ । କିନ୍ତୁ କାର୍ଯ୍ୟପାଳିକାର (Executive)ର ନିଷ୍ପତ୍ତଗୁଡ଼ିକ ଦ୍ୱାରା ନାଗରିକ ଏତେ ପ୍ରପୀଡ଼ିତ ଯେ, ନ୍ୟାୟପାଳିକାରୁ ନ୍ୟାୟ ପାଇଲେ ସେ ସ୍ୱାଭାବିକ ନ୍ୟାୟପାଳିକାକୁ ଏକ ତ୍ରାଣକର୍ତ୍ତାର ମର୍ଯ୍ୟାଦା ଦେଇଥାଏ ଯାହା ଏକ ଆବେଗାତ୍ମକ ଅଭିବ୍ୟକ୍ତି । କିନ୍ତୁ ଏହି ଆବେଗାତ୍ମକ ଅଭିବ୍ୟକ୍ତିର ଗଣମାଧ୍ୟମରେ ବହୁଳ ପ୍ରଚାର ଫଳରେ ସମ୍ବିଧାନର ଚାରୋଟି ସ୍ତମ୍ଭ ଭିତରୁ ନ୍ୟାୟପାଳିକା ସ୍ତମ୍ଭଟି ଅନ୍ୟମାନଙ୍କଠାରୁ ଉଚ୍ଚତାରେ ଅଧିକ ତାହାହିଁ ଧାରଣା ହେଉଛି । ଏହି ଧାରଣା ଯଦି ସାଧାରଣ ଲୋକଙ୍କ ଭିତରେ ରହୁଥାଏ, ତା’ହେଲେ କିଛି ଅସୁବିଧା ନାହିଁ, କିନ୍ତୁ ଏହା ଯଦି ବିଚାର ବ୍ୟବସ୍ଥାକୁ ଆକ୍ରାନ୍ତ କରେ – ତା’ହେଲେ ଅନ୍ୟ ସ୍ତମ୍ଭଗୁଡ଼ିକ ସହ ଏହାର ସହାବସ୍ଥାନରେ ବିସଙ୍ଗତି ଦେଖାଯିବା ସ୍ୱାଭାବିକ । ନ୍ୟାୟପାଳିକା-ବ୍ୟବସ୍ଥାପିକା ବିତର୍କ, ନ୍ୟାୟପାଳିକା-ଗଣମାଧ୍ୟମ ବିତର୍କ ଆଦି ଏହିଭଳି ବିସଙ୍ଗତି ଉପଲବ୍ଧôର ପରିଣତି ।
ଯଥାର୍ଥ ପ୍ରଶଂସା, ଆବେଗବିହୀନ ପ୍ରଶଂସା ସହିତ ଗଠନମୂଳକ ସମାଲୋଚନା ହିଁ ଯେକୌଣସି ବ୍ୟକ୍ତି/ଅନୁଷ୍ଠାନର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିପାରେ ଓ ଲକ୍ଷ୍ମଣରେଖା ଡେଇଁବାର ପ୍ରବଣତା ଉପରେ ଅଙ୍କୁଶ ଭଳି କାର୍ଯ୍ୟ କରିପାରେ । କହିବା ବାହୁଲ୍ୟ ଯେ, ଏହା ନ୍ୟାୟପାଳିକା ପାଇଁ ମଧ୍ୟ ପ୍ରଯୁଜ୍ୟ ।

Print Friendly, PDF & Email