ବିଜ୍ଞାନ କଂଗ୍ରେସ

  • 12/09/2015

୧୬-୩୧ ଜାନୁଆରୀ ୨୦୧୨

ଏହା ହୁଏତ ଜାଣିବା ପ୍ରାସଙ୍ଗିକ ହେବ ଯେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଆଲାନ ଅକ୍ଟାଭିଆନ ହୁ୍ୟମ୍ (Allan Octavian Hume)ଙ୍କ ପରି ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରତିଷ୍ଠାତା ମଧ୍ୟ ବିଲାତ ଦେଶର । ସେମାନେ ହେଲେ ରସାୟନବିତ୍ ଜେ.ଏଲ୍.ସିମୋନସେନ (J.L.Simonsen) ଏବଂ ପି.ଏସ୍.ମାକ୍ମୋହନ(P.S.Macmohan) । ଏହାର ସ୍ଥାୟୀ ଠିକଣା ହେଲା ୧୪ ଡକ୍ଟର ବୀରେଶ ଗୁହ ଷ୍ଟ୍ରିଟ୍, କୋଲକାତା । ୧୯୧୪ମସିହାରୁ ଏହାର ଅଧିବେଶନ ଭାରତର ବିଭିନ୍ନ ସ୍ଥାନରେ ହୋଇଆସୁଛି । ଆସନ୍ତାବର୍ଷ ଏହାର ୧୦୦ତମ ଅଧିବେଶନ କୋଲକାତାରେ ଅନୁଷ୍ଠିତ ହେବ । ୯୯ତମ ଅଧିବେଶନ ଏ’ବର୍ଷ ୩ ଜାନୁଆରୀ ୨୦୧୨ରୁ ୭ଜାନୁଆରୀ ୨୦୧୨ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯଦିଓ ଭାରତ ସରକାରଙ୍କର ନିଜସ୍ୱ ପ୍ରତିଷ୍ଠାନ ନାଇସର (Niser (National Institute of Science Education and Research), କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ସହ ବିଜ୍ଞାନ କଂଗ୍ରେସର ଚଳିତ ଅଧିବେଶନର ଯୁଗ୍ମ ଆବାହକ ଥିଲେ ତଥାପି ଏହାର ଉପସ୍ଥିତି ଆଦୌ ଜଣାପଡ଼ୁନଥିଲା । ଆୟୋଜନର ସମସ୍ତ ଶ୍ରେୟ କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର ସ୍ୱଘୋଷିତ ‘ପ୍ରତିଷ୍ଠାତା’ ଅଚୁ୍ୟତ ସାମନ୍ତଙ୍କୁ ହିଁ ପ୍ରାପ୍ତ ହେଉଥିଲା । ବିଜ୍ଞାନ କଂଗ୍ରେସର ସଭାନେତ୍ରୀ ଗୀତା ବାଲୀ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ମନ୍ତ୍ରୀ ବିଳାସରାଓ ଦେଶମୁଖ ତଥା କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ଅଚୁ୍ୟତଙ୍କୁ ତାଙ୍କର ଆୟୋଜନ ପାଇଁ ବଧେଇ ଜଣାଇଥିବା ବେଳେ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କର ଅଭିଭାଷଣରେ ଅଚୁ୍ୟତଙ୍କ ସମ୍ପର୍କରେ ନୀରବ ରହିବା ବେଶ୍ ବାରି ହୋଇଯାଉଥିଲା । ବୋଧହୁଏ କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅଚୁ୍ୟତ ସାମନ୍ତଙ୍କ ସମ୍ପର୍କରେ ଉଠିଥିବା ଅଭିଯୋଗଗୁଡ଼ିକ ତାଙ୍କର ଦୃଷ୍ଟିକୁ ଇତ୍ୟବସରରେ ଆସିଯାଇଥିଲା । ଅନେକ ଅଭିଯୋଗ ଯେ କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ତାଙ୍କ ସମ୍ପର୍କରେ ଉଠିଛି ଓ ବିଭିନ୍ନ ସ୍ଥାନକୁ ପଠାଯାଇଛି ତାହା ସ୍ୱୀକାର କରିଛନ୍ତି ଅଚୁ୍ୟତ-ଓ.ଟି.ଭି(O.T.V)ର ‘ଖୋଲା କଥା’ କାର୍ଯ୍ୟକ୍ରମରେ (ତା.୧୩/୧/୨୦୧୨ ଅପରାହ୍ଣ ୩ରୁ ୩.୩୦) । ଏହି କାର୍ଯ୍ୟକ୍ରମ ଜରିଆରେ ତାଙ୍କୁ ପଚରା ଯାଇଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଜମି ଜବରଦଖଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବଡ଼ ବଡ଼ ଅଫିସରଙ୍କର ସମ୍ପର୍କୀୟମାନଙ୍କୁ ଚାକିରି ଦେବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବଡ଼ ବଡ଼ ଲୋକଙ୍କୁ ପକେଟରେ ରଖିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଅବଶ୍ୟ କାର୍ଯ୍ୟକ୍ରମର ସଂଚାଳକ ମହୋଦୟ ତାଙ୍କୁ ପଚାରିନାହାନ୍ତି ୨୦୦୫ମସିହା ଅଗଷ୍ଟମାସରେ ତାଙ୍କ ଘରଉପରେ ହୋଇଥିବା ଇନକମ୍ ଟାକ୍ସ ଚଢ଼ଉ ସମ୍ପର୍କରେ । ତା’ହେଲେ ୧୧ଅଗଷ୍ଟ ୨୦୦୫ତାରିଖର ଦି ଟେଲିଗ୍ରାଫ (The Telegraph) ରେ ପ୍ରକାଶିତ ସମ୍ବାଦ ଯେ ଅଚୁ୍ୟତଙ୍କର ବ୍ୟାଙ୍କ୍ ଲକରରୁ ଏକକୋଟି ଟଙ୍କା ଓ ତାଙ୍କର ଭବ୍ୟ ବଙ୍ଗଳାରୁ ୪ଲକ୍ଷ ଟଙ୍କା ଜବତ୍ ହୋଇଥିବାର ଖବରକୁ ସେ କେତେଦୂର ଖଣ୍ଡନ କରିପାରୁଛନ୍ତି, ତାହା ଜଣା ପଡ଼ିଥାନ୍ତା । ତେବେ ଯାହାହେଉ ଅଚୁ୍ୟତଙ୍କ ବିରୁଦ୍ଧରେ ସବୁ ଅଭିଯୋଗ ସତ୍ତ୍ୱେ, କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର ଟଣ୍ଡନ ମେହେଟା କମିଟି ଦ୍ୱାରା ନୁ୍ୟନ ମୂଲ୍ୟାୟନ ସତ୍ତ୍ୱେ (ଦ୍ରଷ୍ଟବ୍ୟ: Report of the Committee for Review of Existing Institutions Deemed to be Universities (2009))), କିଟ୍ ପ୍ରାଙ୍ଗଣରେ ଯେ ବିଜ୍ଞାନ କଂଗ୍ରେସର ଅଧିବେଶନ ହୋଇପାରିଲା ଓ ଏହାର ମୁଖ୍ୟ ପୃଷ୍ଠପୋଷକ ସାଜିଥିବା ଅଚୁ୍ୟତ ସାମନ୍ତ ବିଜ୍ଞାନ କଂଗ୍ରେସ ତରଫରୁ ଜବାହାରଲାଲ ନେହେରୁ ପ୍ରାଇଜ ହାସଲ କରିପାରିଲେ-ତାହା ତାଙ୍କର ପ୍ରଭାବିତ କରିପାରିବାର ଦକ୍ଷତାକୁ ହିଁ ପ୍ରମାଣିତ କରୁଛି । ଯଦିଓ ଜବାହାରଲାଲ ନେହେରୁ ପ୍ରାଇଜ ଏକ ଅନୁଷ୍ଠାନ ବିଶେଷତଃ ଏକ ପଞ୍ଜୀକୃତ ଏନ୍.ଜି.ଓକୁ, ବିଜ୍ଞାନ ପ୍ରଚାରରେ ସମ୍ପୃକ୍ତି ପାଇଁ ଦିଆଯାଇଥାଏ ଓ ଏହାକୁ ପୁରସ୍କୃତ ଅନୁଷ୍ଠାନ ତରଫରୁ ଜଣେ ପ୍ରତିନିଧି ହିଁ ଗ୍ରହଣ କରନ୍ତି ବୋଲି ପ୍ରାଇଜ ସମ୍ପର୍କରେ ବିଜ୍ଞାନ କଂଗ୍ରେସର ୱେବସାଇଟ୍ରୁ ଜଣାପଡ଼ୁଛି- ତଥାପି ଯେପରି ପ୍ରଚାର କରାଯାଉଛି ସତେ ଯେପରି ଏହା ଅଚୁ୍ୟତ ସାମନ୍ତଙ୍କୁ ହିଁ ବ୍ୟକ୍ତିଗତ ପୁରସ୍କାର ଦିଆଯାଇଛି । ପ୍ରକୃତରେ ଏହା କିଟ୍ ସୋସାଇଟିର ହିଁ ପ୍ରାପ୍ୟ । କିନ୍ତୁ କିଟ୍ ସୋସାଇଟିର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଦୁ୍ୟମ୍ନ ବଳଙ୍କୁ ଯିଏ ପ୍ରତିଷ୍ଠାତା’ର ସମ୍ମାନ ନଦେଇ ନିଜକୁ ପ୍ରତିଷ୍ଠାତା ବୋଲି ଦାବି କରୁଥିବା ଅଚୁ୍ୟତ, କିଟ୍ ସୋସାଇଟିର ସୁସମ୍ମାନକୁ ନିଜର ବୋଲି ଆବୋରି ବସିବାରେ ବୈଚିତ୍ର୍ୟ କିଛି ନାହିଁ । କିନ୍ତୁ ବିଡ଼ମ୍ବନା ଯେ ଆମର ବିଜ୍ଞାପନବୁଭୁକ୍ଷୁ ସ୍ଥାନୀୟ ଗଣମାଧ୍ୟମର ଚାକଚକ୍ୟ ବିମୁଗ୍ଧ ସାମ୍ବାଦିକଗଣ ଜାଣତରେ ହେଉ ବା ଅଜାଣତରେ ହେଉ ଜବାହାରଲାଲ ନେହେରୁ ପ୍ରାଇଜର ଏହି ଦିଗଟିକୁ ଅଣଦେଖା କରିଛନ୍ତି ଓ ସଠିକ ସୂଚନା ପାଠକ/ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ହୋଇଛନ୍ତି ।
ଉଦ୍ଘାଟନୀ ଅଧିବେଶନର ଜାକଜମକ-ସତ୍ତ୍ୱେ ବିଜ୍ଞାନ କଂଗ୍ରେସ ଯେ ଏକ ଫ୍ଲପ୍ ସୋ (flop show)ରେ ପରିଣତ ହୋଇଛି-ଏହାକୁ ଗଣମାଧ୍ୟମ ଅଣଦେଖା କରିପାରି ନାହିଁ । (ଦ୍ରଷ୍ଟବ୍ୟ: The Times of India, 5th January 2012) ବହୁ ନାମୀଦାମୀ ବୈଜ୍ଞାନିକଙ୍କର ଅନୁପସ୍ଥିତି ଫଳରେ ନିର୍ଦ୍ଧାରିତ ବକ୍ତୃତାମାଳାଗୁଡ଼ିକୁ ବାତିଲ କରାଯାଇଛି । ଏହାଛଡ଼ା ବିଭିନ୍ନ ଅଧିବେଶନରେ ଉପସ୍ଥିତି ନୈରାଶ୍ୟଜନକ ହୋଇଛି । ସ୍ତମ୍ଭକାର ବରେନ୍ଦ୍ରକୃଷ୍ଣ ଧଳଙ୍କୁ ଏହିସବୁ ଦେଖି କେହିଜଣେ ପ୍ରଶ୍ନ କରିଛନ୍ତି, ‘ଏତେ ଜାକଜମକରେ ଏ ଯେଉଁ ବିଜ୍ଞାନ କଂଗ୍ରେସ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଲା- ସେଥିରେ ଓଡ଼ିଶାର କ’ଣ ଲାଭ ହେଲା?’ ବିଜ୍ଞାନ କଂଗ୍ରେସରେ ପଠାଣି ସାମନ୍ତଙ୍କ ପ୍ରତି ଅବଜ୍ଞା ହୋଇଛି ବୋଲି ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ବରେନ୍ଦ୍ର ବାବୁ । ଭାରତ କଂଗ୍ରେସ ଅଧିବେଶନ ସ୍ଥାନକୁ ପଠାଣି ସାମନ୍ତ ନଗର ଘୋଷଣା କରାଯିବା ଉଚିତ ହୋଇଥାନ୍ତା ବୋଲି ମତ ପ୍ରକାଶ କରିଛନ୍ତି ବରେନ୍ଦ୍ର ବାବୁ । (ଦ୍ରଷ୍ଟବ୍ୟ: ‘ବିଜ୍ଞାନ କଂଗ୍ରେସ କ’ଣ ପାଇଁ, କାହା ପାଇଁ- ଧରିତ୍ରୀ, ୧୦/୧/୨୦୧୨)- ଏହା ନହୋଇପାରିବାର କାରଣ ଦର୍ଶାଇ ବରେନ୍ଦ୍ର ବାବୁ ଲେଖିଛନ୍ତି, ‘ଯେଉଁମାନେ ଏହି ଉତ୍ସବ ଦାୟିତ୍ୱରେ ଥିଲେ ସେମାନେ ସମ୍ଭବତଃ ଅଣଓଡ଼ିଆ ।’ କିଟ୍ ଓ ନାଇସର ହିଁ ଆୟୋଜନର ଦାୟିତ୍ୱରେ ଥିଲେ । ନାଇସରର ନିଦେ୍ର୍ଧଶକ ତାମିଲ ହୋଇଥିବା ବେଳେ କିଟ୍ର ସ୍ୱଘୋଷିତ ପ୍ରତିଷ୍ଠାତା ଅଚୁ୍ୟତଙ୍କର ରହିଛି ପୁରାତନ ବଙ୍ଗୀୟ ପୃଷ୍ଠଭୂମି । ବରେନ୍ଦ୍ର ବାବୁଙ୍କର ପ୍ରତିକି୍ରୟା ଯେ ତାଙ୍କ ଅନ୍ତରରୁ ଆସିଛି- ଏହା ଶୁଦ୍ରକ ହୃଦୟଙ୍ଗମ କରିପାରୁଛି । ତେବେ ପଠାଣି ସାମନ୍ତଙ୍କୁ ଅବଜ୍ଞା ଅଚୁ୍ୟତ ସାମନ୍ତଙ୍କର ଭାବମୂର୍ତ୍ତି ବଢ଼ାଇବାରେ ଯେ ପ୍ରତିବନ୍ଧକ ହୋଇନାହିଁ- ତାହା ବରେନ୍ଦ୍ର ବାବୁ ନିଶ୍ଚୟ ଉପଲବ୍ଧô କରୁଥିବେ । ବିଜ୍ଞାନ କଂଗ୍ରେସ ଫଳରେ ଓଡ଼ିଶାର ଲାଭ ହୋଇନାହିଁ, ଲାଭ ହୋଇଛି ଅଚୁ୍ୟତ ସାମନ୍ତଙ୍କର । ତାଙ୍କ ସମ୍ପର୍କରେ ଯଥାର୍ଥରେ ଔକ୍ଟଷଦ୍ଭ କକ୍ସସମଷ ଲେଖିଛନ୍ତି (ଦ୍ରଷ୍ଟବ୍ୟ: Time 7th Nov 2011) ଯେ ସେ କିଛି ନକରି ସବୁ ଯେପରି ଅର୍ଜନ କରିଛନ୍ତି (Seeming to accmpolish every thing by doing nothing’) । ଆଜିକାଲି ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ୍ (event management group)କୁ ପଇସା ଦେଇ ଦେଲେ ସେମାନେ ସବୁ କରିଦେଉଛନ୍ତି- ଉଦ୍ୟୋକ୍ତାଙ୍କୁ କିଛି କରିବାକୁ ପଡ଼ୁନାହିଁ । ତେଣୁ ବରିଷ୍ଠ ସାମ୍ବାଦିକ ବରେନ୍ଦ୍ର ବାବୁ ଅନୁସନ୍ଧାନ କରନ୍ତୁ ଯେ କେଉଁଠୁ ପଇସା ଆସୁଛି-ଏତେ ମଙ୍ଗଳବାର ପାଇଁ? -ଶୁଦ୍ରକ

Print Friendly, PDF & Email