କିସ୍ (KISS)କୁ ପ୍ରଶଂସା! ଢୁଂଢ୍ତେ ରହଯାଓଗେ

  • 12/09/2015

ଧଳାକେଶକୁ କଳା କରିଦେଉଥିବା ଔଷଧ, ମେଦ ହ୍ରାସ କରିପାରୁଥିବା ଯନ୍ତ୍ର, ଗୁପ୍ତରୋଗକୁ ଭଲ କରିଦେଇ ପାରୁଥିବା ଚିକିତ୍ସକଙ୍କର ବିଜ୍ଞାପନ ସହ ‘ଉପକୃତ’ବ୍ୟକ୍ତି କେତେକଙ୍କର ବକ୍ତବ୍ୟ ସାଧାରଣତଃ ପ୍ରକାଶ ହୋଇଥାଏ । ଗ୍ରାହକ ବୃଦ୍ଧି କରିବା ପାଇଁ ଏହିଭଳି କୌଶଳ ଅବଲମ୍ବନ କରାଯାଉଥାଏ । କିନ୍ତୁ ବକ୍ତବ୍ୟକୁ ପ୍ରକାଶ ନ କରି-ଏହାକୁ ଅନୁଷ୍ଠାନର ପ୍ରଶଂସା ବୋଲି କହି ଗଣମାଧ୍ୟମରେ ପ୍ରଚାର କରାଇବା କେବଳ କିସ୍ (KISS)ର ଉଦ୍ୟୋକ୍ତାମାନଙ୍କ ଦ୍ୱାରା ଯେ ସମ୍ଭବ ହୋଇପାରେ-ଏହିଭଳି ଧାରଣା ଶୁଦ୍ରକର ହେଲା ‘TIME Magazine Praises KISS’ ସମ୍ବାଦ ପଢ଼ିଲାପରେ । ଏହା The Statesmane Orissa Plus ୧୧/୧୧/୧୧ଦିନ ପ୍ରକାଶିତ ହୋଇଛି । ସ୍ୱାଭାବିକ କୌତୁହଳରେ ଅତିଷ୍ଠ ହୋଇ ଶୁଦ୍ରକ TIME Magazine ମୂଳ ଲେଖାଟିକୁ ପଢ଼ିବା ଉଚିତ ମନେକଲା । କ’ଣ ପ୍ରକୃତରେ କଓଝଝ ସମ୍ପର୍କରେ ଲେଖାହୋଇଛି ଓ ଲେଖକ କିଏ- ଜାଣିବା ପାଇଁ ଉକ୍ରଣ୍ଠା ଜାଗିଲା ।
ଲେଖାଟିର ଶିରୋନାମା ହେଉଛି ‘Children of a Lesser God’ । ଲେଖକ ହେଉଛନ୍ତି John Krich । ସେ ଏହି ଲେଖାଟିକୁ ଲେଖିଛନ୍ତି ଅକ୍ଟୋବର ୩୦, ୨୦୧୧ରେ । ଏହା ୭ନଭେମ୍ବର ୨୦୧୧ ତାରିଖ ପଡ଼ିଥିବା TIME ପତ୍ରିକାରେ ପ୍ରକାଶ ପାଇଛି । TIME ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରକାଶ ପାଉଥିବା ଏକ ବହୁଳ ପ୍ରସାରିତ ସାପ୍ତାହିକ ପତ୍ରିକା । John Krich ହେଉଛନ୍ତି ଜଣାଶୁଣା ଭ୍ରମଣକାହାଣୀ ଲେଖକ -ମୂଳତଃ ସାହିତି୍ୟକ । ତାଙ୍କର ସ୍ୱର ଅନ୍ୟମାନଙ୍କ ଠାରୁ ଭିନ୍ନ-ମୌଳିକ । ଚୀନ୍ ଦେଶର ଅଭିଜ୍ଞତା ଉପରେ ତାଙ୍କର ପୁସ୍ତକ Won Ton Lust, ବ୍ରାଜିଲ ଦେଶର ଅଭିଜ୍ଞତା ଉପରେ Why is this country dancing ବେଶ୍ ଆଦୃତ ପୁସ୍ତକ । କୁ୍ୟବାର ରାଷ୍ଟ୍ରପତି ଫିଡ଼େଲ କାଷ୍ଟ୍ରୋଙ୍କ ଉପରେ ସେ ଲେଖିଛନ୍ତି A totally Free Man ଯାହା ପାଇଁ ସେ ହେମିଙ୍ଗୱେ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି । ସେ ଭାରତକୁ ଆସିଥିଲେ ସେପ୍ଟେମ୍ବର ୨୦୧୧ରେ-KISS ରହୁଥିବା ଆଦିବାସୀ ପିଲାଙ୍କୁ କିଛି କହିବାପାଇଁ । ତାଙ୍କରି ଭାଷାରେ;In September, I went to India worried about how I could possibly speak to a daunting audience of 15,000 aboriginals. I left India wondering just who speaks for them..’ ପ୍ରକୃତରେ କିଏ ଆଦିବାସୀଙ୍କ ପାଇଁ ଆନ୍ତରିକତାର ସହ କହୁଛି?
John Krich ଏଠାକୁ ଆସିବାର ଅନ୍ତରାଳରେ କ’ଣ ଥିଲା? ଲେଖକ Krich ଦେଖାହୁଏ KITT ର Director of external relations (ନିଦେ୍ର୍ଧଶକ, ବହିଃସମ୍ପର୍କ) ମହେନ୍ଦ୍ର ପ୍ରସାଦଙ୍କ ସହ ଗୋଟିଏ ସାହିତ୍ୟ ସଭାରେ । ଅବଶ୍ୟ Krich ତାଙ୍କ ଲେଖାରେ ମହେନ୍ଦ୍ର ପ୍ରସାଦଙ୍କୁ ê KITT ର President ଓ KITT କୁ Kalinga International Institute of Technology ବୋଲି ଉଲ୍ଲେଖ କରିଛନ୍ତି । ପ୍ରସାଦ ମହୋଦୟ John Krichଙ୍କ ପାଖକୁ ଅବ୍ୟବସ୍ଥିତ ପାଦ ପକାଇ ଆସି ଏକ ଦୁଷ୍ଟାମୀଭରା ସ୍ମିତ ହାସ୍ୟ ଦେଇ ତାଙ୍କୁ ଅନୁରୋଧ କରନ୍ତି ବିଶ୍ୱର ସବୁଠାରୁ ବଡ଼ ଆଦିବାସୀ ବିଦ୍ୟାଳୟକୁ ଆସି ଉଦ୍ବୋଧନ ଦେବାପାଇଁ । କୁଣ୍ଠିତ John Krichଙ୍କର ସ୍ୱୀକାରୋକ୍ତି ଯେ ତାଙ୍କର ନିଜ ବହିପଢ଼ା ଅଧିବେଶନମାନଙ୍କରେ କ୍ୱଚିତ ସେ ପାଞ୍ଚଜଣରୁ ଅଧିକ ଶ୍ରୋତା ପାଇଛନ୍ତି- ମହେନ୍ଦ୍ର ପ୍ରସାଦଙ୍କୁ ନିରୁତ୍ସାହିତ କରେନାହିଁ । ତାଙ୍କରି ଭାଷାରେ,’My involvement began at an Indian literary festival, when a man with impish smile and wobbly spectacles shombled upto me to inquire, ‘Sir, would you accompany me tommorrow to give a keynote address on Indian National Day at the world’s largest school for Children?’ That I had nothing to say on such an occasion and had rarely drawn more than five people at my own readings, did not seem to faze Mahendra Prasad, President of the Kalinga International Institute of Technology (KIIT)ରେ John Krich ନୟାନ୍ତ କରିପକାଇଲେ । John Krich ରାଜିହେଲେ ଶେଷକୁ । ତାଙ୍କରି ଭାଷାରେ,I gave in-moved to accept by a mix of compassion, foolhardiness and unabashed flattery.’ ଏହି ବର୍ଷକ ଭିତରେ ସେ ଜାଣିବାକୁ ପାଇଥିଲେ କିପରି ବହୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ନୋବେଲପୁରସ୍କାର ବିଜେତା ଏହି ଦାତବ୍ୟ ପ୍ରତିଷ୍ଠାନ (Charitable enterprise)କୁ ତୀର୍ଥରେ ଆସି ସାରିଲେଣି (had already made their pilgrimage)ଓ କିପରି ଏହିଠାରେ ଆଦିବାସୀ ପିଲାଙ୍କୁ ଶିଶୁଶ୍ରେଣୀରୁ ସ୍ନତକୋତ୍ତର ଶ୍ରେଣୀ ଯାଏ ଶିକ୍ଷା ଦିଆଯାଉଛି ।
ଆସି ଦେଖିଲେ କ’ଣ? ପିଲାଗୁଡ଼ିକ ନୀରିହ ଓ ବେଶ୍ ଭଦ୍ର । ମିଳିଥିବା ଅବସର ଯେପରି ନଷ୍ଟ ହୋଇନଯାଏ, ସେଥିପାଇଁ ସବୁ କରିବା ପାଇଁ ଯେପରି ସେମାନେ ଥିଲେ ନିଦେ୍ର୍ଧଶିତ । (I found students well manner and drilled, ready to do anything to make sure they did not blure the chance given to them) କିନ୍ତୁ ପିଲାମାନଙ୍କର ରହିବା ଓ ଖାଇବାର ବ୍ୟବସ୍ଥା ଥିଲା ଅତ୍ୟନ୍ତ ଦୟନୀୟ ଓ ଅବହେଳିତ । ଆଶ୍ଚର୍ଯ୍ୟ ହେଉଥିଲେ କକ୍ସସମଷ ଯେ କିପରି ଏହି ସ୍ଥାନକୁ ପ୍ରଶଂସା କରୁଛନ୍ତି ଏହାଠାରେ ଧାଡ଼ି ବାନ୍ଧୁଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ । ତାଙ୍କର ଭାଷାରେ,‘…It seemed more a comment on the state of the world than the school budget that luminaries would line upto praise a place with conditions at best Dickensian: squalid dorms where 30-40 share a room, meals of monotonous rice and dal taken on floors, playing fields of Eton groud into mud.’
ଏହା ସହିତ ସେ ଦେଖନ୍ତି ଏହି ଉଦ୍ୟମ ପଛରେ ଥିବା ଅଚୁ୍ୟତ ସାମନ୍ତଙ୍କୁ । ଅଚୁ୍ୟତ Krich ଙ୍କ ଦୃଷ୍ଟିରେ ପୁରୁଣାକାଳିଆ କଡ଼ା ଅବଧାନ (Stern Victorian Educator) ଭଳି ଦିଶନ୍ତି ନାହିଁ । ସେ ଅତ୍ୟନ୍ତ ଶାନ୍ତ ଓ ତୃପ୍ତ ବ୍ୟକ୍ତି ଭଳି ମନେହୁଅନ୍ତି- ଯିଏ କିଛି ନକରି ସବୁ ପାଇଯାଇଛି । (seeming to accmpolish everything by doing nothing’) ସେ ଜାଣିବାକୁ ପାଆନ୍ତି ଯେ, ଏକ ବିଧବା ମା ଓ ଆଠଜଣିଆ ପରିବାର ଭିତରେ ବଢ଼ିଥିବା ଅଚୁ୍ୟତ କିଟ୍ (KIIT) ଆରମ୍ଭ କରିଥିଲେ ୧୯୯୨ମସିହାରେ ମାତ୍ର ୧୦୦ ଡଲାର ବା ପ୍ରାୟଃ ୪୫୦୦ଟଙ୍କା ସମ୍ବଳରେ ଓ KISS ଆରମ୍ଭ କରିଥିଲେ ମାତ୍ର ୧୨୫ଟି ଆଦିବାସୀ ପିଲାଙ୍କୁ ନେଇ । ଏବେ ତାଙ୍କର ଇଚ୍ଛା ଯେ କିପରି ଏହି ଛାତ୍ର/ଛାତ୍ରୀସଂଖ୍ୟା ୨୦୦,୦୦୦କୁ ନେଇଯିବେ । ଅଚୁ୍ୟତ ଅତି କଷ୍ଟକରି John Krich ଙ୍କୁ ବୁଝାଉଥିଲେ କିପରି ସେ ଏକ ଭଡ଼ାଘରେ ଏକ ସାଧାରଣ ଜୀବନଯାପନ କରୁଛନ୍ତି । ଯଦିଓ କ୍ୟାମ୍ପସ ପାଇଁ ତାଙ୍କର ବିଶାଳ ଆକାରର ଜମି Krich ଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା । (And, despite the expanding land he has acquired for his campus, he is at great pains to show his humble life style in a small rented house’) KISSକୁ ଆସିବା ପୂର୍ବରୁ ଅନ୍ତେବାସୀମାନେ କେଉଁ ଅବସ୍ଥାରେ ଥିଲେ ଓ ଆସିବା ପରେ ତାଙ୍କ ଅବସ୍ଥାରେ କ’ଣ ପରିବର୍ତ୍ତନ ହୋଇଛି- ସେ ବିଷୟରେ ତୁଳନା କରିବା ପାଇଁ ତାଙ୍କର ସମୟ ନାହିଁ ବୋଲି Krich ସାଧୁତାର ସହ ସ୍ୱୀକାର କରିଛନ୍ତି । ସରକାରୀ କାର୍ଯ୍ୟକ୍ରମ ସହ ଅଚୁ୍ୟତଙ୍କର କାର୍ଯ୍ୟକ୍ରମକୁ ତୁଳନା ମଧ୍ୟ ସେ କରିନାହାନ୍ତି- ସେହି ଏକା କାରଣରୁ ।
Krich ଆସିଲେ ମଞ୍ଚ ଉପରକୁ -ଉଦ୍ବୋଧନ ଦେବାପାଇଁ ଆକାଶୀନୀଳ ଓ ଇଷତ୍ ଲାଲ ପୋଷାକ ପିନ୍ଧି ବସିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ । ସେ ତାଙ୍କୁ ପ୍ରବର୍ତ୍ତାଉଥିଲେ ଲେଖକ ହେବାପାଇଁ । ଲେଖାଲେଖି କରିବା ଯେ ଏକ ମହାନ୍ ବୃତ୍ତି । ସେ ଅବଶ୍ୟ ସଚେତନ ଥିଲେ ଯେ ଆଇ.ଟି.ଯୁଗରେ କେତେଜଣ ଅବା ସାହିତ୍ୟକୁ ଆଇ.ଟି.ଊଦ୍ଧ୍ୱର୍ରେ ରଖିବେ? କେତେଜଣ ଅବା ସେମାନଙ୍କ ଭିତରୁ (ଆର୍.କେ) ନାରାୟଣ ବା (ସଲମାନ)ରସଦି ହୋଇ ବାହାରିବେ ଓ ତାଙ୍କର ସମ୍ପ୍ରଦାୟର ଗାଥାକୁ ଅମରତ୍ୱ ଦେବେ ବା ବିସ୍ଥାପନର ନୂତନ ଅଭିଜ୍ଞତାକୁ ବର୍ଣ୍ଣନା କରିବେ । (Among the endless outdoor rows in flowing pink and ceruleon uniforms, odds were there might be the next Narayan or Rushdie, ready to immortalise old legends or bring forth of new tales of displacement)
ସବୁ ଦେଖି John Krich ଲେଖନ୍ତି ଯଦି ଅଚୁ୍ୟତ ସାମନ୍ତ ଯେଉଁଭଳି ଉଷ୍ମ ସ୍ୱାଗତ ଓ ଲୋକ ସମ୍ପର୍କ (p.r) କଳାରେ ନିପୂଣ, ତାହାର ଅଦେ୍ର୍ଧକ ନିପୂଣତା ସେ ଯଦି ଶିକ୍ଷାଦାନରେ ଦେଖନ୍ତି; ତା’ହେଲେ ମଧ୍ୟ ତାଙ୍କର ଏହି କ୍ରମବର୍ଦ୍ଧମାନ ଆଦିବାସୀ ଅନ୍ତେବାସୀଗଣ ଭଲ ହୋଇ ବାହାରିବେ । (If samanta is half as good at teaching as he is at warm welcomes and p.r., then his expanding legions will turn out fine)ଏହିଭଳି ଏକ ସନ୍ଦିଗ୍ଧ ମନରେ Krich ଯେତେବେଳେ କରତାଳିର ନିନାଦ ଭିତରେ ମଞ୍ଚଉପରୁ ଓହ୍ଲାଇଆସନ୍ତି, ସେତେବେଳେ ଅଚୁ୍ୟତ ତାଙ୍କର କାନରେ କୁହନ୍ତି ‘ଘକ୍ଟଙ୍ଗ ଗ୍ଧଷରଗ୍ଦର ୧୫,୦୦୦ ଗ୍ଦକ୍ଟଙ୍କକ୍ଷଗ୍ଦ ଙ୍ଗସକ୍ଷକ୍ଷ ବକ୍ଷଙ୍ଗବଚ୍ଚଗ୍ଦ ଭର ଙ୍ଗସଗ୍ଧଷ ଚ୍ଚକ୍ଟଙ୍କ.’ କକ୍ସସମଷNow these 15,000 souls will always be with you.’ Krich କହୁଛନ୍ତି ଏହା ଅଚୁ୍ୟତ ତାଙ୍କର ପ୍ରତ୍ୟେକ ଅତିଥିଙ୍କୁ ସେମାନଙ୍କର ଉଦ୍ବୋଧନ ପରେ କହୁଥିବେ । (What he must tell all his guest speakers).ଉପସଂହାରରେ John Krich ଲେଖନ୍ତି ଯେ ଏହି ଅନ୍ତେବାସୀମାନେ, ସେମାନଙ୍କର ସରଳତା, ଦକ୍ଷତା ଓ ସଂକଳ୍ପ (Innocence, potentiality and resolve) ସହ ମୋ ସହିତ ଏବେ ବି ଅଛନ୍ତି । ସେମାନେ ଯଦି ନିଜପାଇଁ କହିପାରିଥାନ୍ତେ, ତା’ହେଲେ ମୁଁ ଜାଣିପାରିଥାନ୍ତି ଯେ ସେମାନେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ କିଛି ଉତ୍ସାହଜନକ ବାକ୍ୟ ବ୍ୟତୀତ, ଆମଠାରୁ ଆଉ କ’ଣ ଚାହାନ୍ତି । (And if they could ever speak for themselves, I might know what they want from all of us, beyond encourging words from esteemed VIP).
କହିବା ବାହୁଲ୍ୟ ଯେ ଏହି ଲେଖାଟିରେ KISS ଓ ଅଚୁ୍ୟତ ସାମନ୍ତ ଉଭୟଙ୍କର ଏକ ବାସ୍ତବ ଚିତ୍ର ହିଁ ଦିଆଯାଇଛି । ଯେଉଁ ବଡ଼ ବଡ଼ ଲୋକ ଏହି ଅନୁଷ୍ଠାନକୁ ଆସି ଏହାର ପ୍ରଶଂସା କରୁଛନ୍ତି- ତାଙ୍କର ଆନ୍ତରିକତା ଓ ବୁଝାମଣାକୁ ଏହି ଲେଖାରେ ପ୍ରଶ୍ନ କରାଯାଉଛି । ଔକ୍ଟଷଦ୍ଭ କକ୍ସସମଷ ବୁଝିପାରିଛନ୍ତି ଯେ ଏହି ଅନୁଷ୍ଠାନର ସବୁଠାରୁ ବଳିଷ୍ଠ ଦିଗ ହେଉଛି ଏହାର ଲୋକସମ୍ପର୍କ ବା ପି.ଆର୍(P.R) । ଲୋକସମ୍ପର୍କର ପାରିବାର ପଣିଆ ଫଳରେ ହିଁ ବଡ଼ ବଡ଼ ଲୋକଙ୍କର ସମାଗମ ହେଉଛି । ‘ନିର୍ଲ୍ଲଜ ଖୋସାମତି’- ଲୋକ ସମ୍ପର୍କକୁ ଫଳପ୍ରସୂ କରାଇବା ଦିଗରେ ଅମୋଘ ଅସ୍ତ୍ର- ତାହା ଏହି ଅନୁଷ୍ଠାନ ଦର୍ଶାଇଦେଇଛି । John Krich ଙ୍କର ଦୃଷ୍ଟିରୁ ଖସିଯାଇ ନାହିଁ ବିସ୍ତୃତ ଜମି ଉପରୁ, ଯାହା ଉପରେ ଠିଆ ହୋଇଛି ଏହି ଅନୁଷ୍ଠାନ । ତେଣୁ ଏହି…ଭଳି… ପରିମାଣର ଜମିକୁ ଅକ୍ତିଆର କରୁଥିବା ବ୍ୟକ୍ତି ଭଡ଼ାଘରେ ଏକ ସାଧାରଣ ଜୀବନ ଅତିବାହିତ କରିଛନ୍ତି-ଔକ୍ଟଷଦ୍ଭ କକ୍ସସମଷଙ୍କ ଆଖିରେ ଝଲକୁଥିବା ଅବିଶ୍ୱାସକୁ ଅତିକ୍ରମ କରିବା ପାଇଁ ବୋଧହୁଏ ଅଚୁ୍ୟତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି- ତାହାର ସୂଚନା କକ୍ସସମଷଦେଇଛନ୍ତି । ଏହି ଆଦିବାସୀ ପିଲାମାନଙ୍କୁ ରଙ୍ଗୀନ ପୋଷାକରେ ଦେଖି- ସେ ଭୁଲି ଯାଇନାହାନ୍ତି ତାଙ୍କର ଅଭିଭାବକମାନେ ଅମାନୁଷିକ ବିସ୍ଥାପନର ଶିକାର ହୋଇଥିବାର । ସେ ଆଶା ବାନ୍ଧୁଛନ୍ତି ଯଦି ଏହି ପିଲାଙ୍କ ଭିତରୁ କେହି ଲେଖକ ହୋଇ ବାହାରେ ଓ ବିସ୍ଥାପନର କାହାଣୀ ଲେଖେ । କିନ୍ତୁ ସେ କ’ଣ ଜାଣିଛନ୍ତି ଯେ ବିସ୍ଥାପନ ପାଇଁ ଯେଉଁମାନେ ଦାୟୀ-ସେହି କମ୍ପାନୀମାନଙ୍କ ସହ ଯେ କିସ୍ ହାତ ମିଳାଇଛି; ବିସ୍ଥାପନରେ କିସ୍ର ନ୍ୟସ୍ତ ସ୍ୱାର୍ଥ ନିହିତ ରହିଛି । ତେଣୁ କିସ୍ରେ ବିସ୍ଥାପନ ବିରୋଧରେ ଲେଖିବା ପିଲା ପ୍ରକଟିତ ହେବା ସମ୍ଭବ ନୁହେଁ ।
ଆଉ ଗୋଟିଏ ତଥ୍ୟ John Krichଙ୍କର ଦୃଷ୍ଟିକୁ (ବୋଧହୁଏ ଇଚ୍ଛାକୃତ ଭାବେ) ଅଣାଯାଇ ନାହିଁ- ତାହା ହେଉଛି KITT ଓ KISSପ୍ରତିଷ୍ଠାର ପୃଷ୍ଠଭୂମିରେ ସ୍ୱର୍ଗତ ପ୍ରଦୁ୍ୟମ ବଳଙ୍କର ଭୂମିକା । Kalinga Institute of Industrial Technology (KIIT) ଆରମ୍ଭ ହୋଇଥିଲା । ପ୍ରଗତିବାଦୀର ସମ୍ପାଦକ, ସାଂସଦ ଓ ସାଧାରଣ ଲୋକଙ୍କ ଜୀବନଜୀବିକା ସଂଗ୍ରାମ ସହିତ ଓତଃପ୍ରୋତଭାବେ ଜଡ଼ିତ ରହୁଥିବା ପ୍ରଦୁ୍ୟମ୍ନ ବଳଙ୍କର ଅଧ୍ୟକ୍ଷତାରେ । ସେ ଥିଲେ KIIT Society ପ୍ରତିଷ୍ଠାତା ସଭାପତି । ଅଚୁ୍ୟତ ସାମନ୍ତ ଥିଲେ ସମ୍ପାଦକ । ଏହି ପ୍ରତିଷ୍ଠାନର ଘୋଷିତ ମୂଳଲକ୍ଷ୍ୟ ଥିଲା ସମାଜର ଦୁର୍ବଳବର୍ଗ ବିଶେଷତଃ ଅନୁସୂଚିତ ଜାତି ଓ ଉପଜାତିର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବା । ‘Technical Eduction and Training Programme ଅନ୍ତର୍ଗତ ବହୁ Technical Training Instituteର କାର୍ଯ୍ୟ କରୁଥିଲା ଯେଉଁଠାରେ ଗରିବ ଓ ଦୁର୍ବଳଶ୍ରେଣୀର ବିଶେଷତଃ ଅନୁସୂଚିତ ଜାତି ଓ ଉପଜାତିର ପିଲାମାନଙ୍କୁ ବୈଷୟିକ ବିଦ୍ୟାରେ ମାଗଣାତାଲିମ ଦିଆଯାଉଥିଲା । ଭାରତ ସରକାରଙ୍କର ପୃଷ୍ଠପୋଷକତାରେ ୧୯୯୪-୯୫ମସିହା ବେଳକୁ ଆରମ୍ଭ ହୋଇଥିଲା Industrial Training Centreର ଯେଉଁଠାରେ ଅନୁସୂଚିତ ଜାତି ଓ ଉପଜାତିର ପିଲାମାନେ କିପରି ବୈଷୟିକ ଶିକ୍ଷା ପାଇବେ, ତାହାର ବ୍ୟବସ୍ଥା କରାଯାଇଥିଲା । ଭାରତ ସରକାରଙ୍କର ଜନମଙ୍ଗଳ(welfare)ବିଭାଗର ପୃଷ୍ଠପୋଷକତାରେ ଏକ ଆବାସିକ ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ରହୁଥିବା ଅନୁସୂଚିତ ଉପଜାତି(scheduled Tribe)ର ପିଲାମାନେ ଶିକ୍ଷାପାଇବେ, ତା’ର ପ୍ରତିଷ୍ଠା କରାଯାଇଥିଲା । ମେଧାବୀ ଓ ସଫଳ ଅନୁସୂଚିତ ଜାତି ଓ ଉପଜାତିର ପିଲାଙ୍କୁ ପୁରସ୍କୃତ କରାଯିବାର ପରମ୍ପରା ମଧ୍ୟ ଆରମ୍ଭ ହୋଇଥିଲା । ଏସବୁ ହୋଇଥିଲା ଓ ହେଉଥିଲା ପ୍ରଦୁ୍ୟମ୍ନ ବଳଙ୍କ ଜୀବିତାବସ୍ଥାରେ-ପ୍ରଦୁ୍ୟମ୍ନବଳଙ୍କର ବ୍ୟକ୍ତିତ୍ୱର ପ୍ରଭାବ ଓ ତାଙ୍କର ସାମାଜିକ ପ୍ରତିବଦ୍ଧତା ଯୋଗୁଁ ଭାରତ ସରକାର, ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ପାଇଥିଲା ଏ ସମସ୍ତ ପ୍ରୟାସ । ଅଥଚ ତାଙ୍କର ଅବଦାନକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇ-ଅଚୁ୍ୟତ ନିଜକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ବୋଲି ପ୍ରଚାର କରିବାରେ ମାତିଯାଇଥିବା ଏକ ଅତ୍ୟନ୍ତ ଅଶ୍ୱସ୍ତିକର ଦୃଶ୍ୟ ହୋଇଛି । ବୋଧହୁଏ ବଞ୍ଚôଥିଲେ ପ୍ରଦୁମ୍ନ ବଳ ନିଜକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ବୋଲି ପରିଚିତ ହେବାକୁ ବିରୋଧ କରିଥାନ୍ତେ?- କିଟ୍ ସୋସାଇଟି ଏହାର ପ୍ରତିଷ୍ଠାତା ବୋଲି ବିନମ୍ରତାର ସହ କହିଥାନ୍ତେ । କାରଣ ଅନୁଷ୍ଠାନକୁ ଆୟୁଧ କରି ନିଜକୁ ପ୍ରଚାରିତ କରିବା ତାଙ୍କର ଦର୍ଶନବିରୋଧୀ ଥିଲା । ସେ ବହୁତ କିଛି କରି ଲୋକଙ୍କ ପାଇଁ ଆହୁରି କିଛି କରିବାକୁ ରହିଗଲାର ଅତୃପ୍ତିରେ ବରଂ ରହୁଥିଲେ- କିଛି ନକରି ସବୁକିଛି ପାଇଯିବାର ତୃପ୍ତି ତାଙ୍କୁ କଦାପି ଗ୍ରାସ କରିନଥିଲା । ଯେକୌଣସି ଉପାୟରେ ସଫଳତା ହାସଲ କରିବାର ବ୍ୟକ୍ତି ସେ ନଥିଲେ । ଲକ୍ଷ୍ୟ ଅପେକ୍ଷା ଲକ୍ଷ୍ୟ ହାସଲର ମାଧ୍ୟମ ତାଙ୍କପାଇଁ ଥିଲା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହିଭଳି ବ୍ୟକ୍ତିତ୍ୱର ଅବଦାନକୁ ଉଲ୍ଲେଖ ନକରିବା ବାସ୍ତବିକ ଦୁର୍ଭାଗ୍ୟଜନକ; କୃତଘ୍ନତା ବୋଲି ଯଦି କୁହାଯାଏ- ତା’ହେଲେ ସତ୍ୟର ଅପଳାପ ହେବ ନାହିଁ । କେବଳ ଫଟରେ ବାନ୍ଧି ବର୍ଷରେ ଗୋଟିଏ ଦିନକୁ ପ୍ରଦୁ୍ୟମ୍ନ ବଳଙ୍କୁ ମନେ ପକାଇବା ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ନୁହେଁ ।
ପରିଶେଷରେ ଏହା ସ୍ପଷ୍ଟ ଯେ John Krich, KISSର ପ୍ରଚାର ପୁସ୍ତିକାଦ୍ୱାରା ପ୍ରଭାବିତ ହୋଇ ତାଙ୍କର ଲେଖାଟି ଲେଖିନାହାନ୍ତି । ଏହି ଦୃଷ୍ଟିରୁ ତାଙ୍କର ସାମ୍ବାଦିକତାର ଗୁଣାତ୍ମକ ମାନ ଆମ ଏଠାକାର ସାମ୍ବାଦିକଙ୍କର ମାନଠାରୁ ବହୁ ଊଦ୍ଧ୍ୱର୍ରେ । ଆମ ଏଠାକାର ସାମ୍ବାଦିକ ଅଚୁ୍ୟତ ସାମନ୍ତଙ୍କ ନାଁ ଆଗରେ Dr.. ଓ ପଛରେ Founder of KIIT and KISS ନ ଲଗାଇଲେ ନିଜକୁ ଯେପରି ଅସମ୍ପୂର୍ଣ୍ଣ ମନେ କରନ୍ତି । ଏହାର ବ୍ୟବହାର ଦର୍ଶାଇଦିଏ ଯେ ଆମର ସାମ୍ବାଦିକ କୌଣସି ବିଷୟକୁ ଅନୁସନ୍ଧାନ ନକରି, ଇଚ୍ଛାକୃତ ଭାବେ ହେଉ ବା ଅନିଚ୍ଛାକୃତ ଭାବେ ହେଉ, ଧରାଇ ଦିଆଯାଇଥିବା ଅନୁଷ୍ଠାନର ପ୍ରଚାରପତ୍ରକୁ ଛାପିଦେବାରେ ତାଙ୍କର କର୍ତ୍ତବ୍ୟ (କାହା ପାଇଁ?) ସମ୍ପାଦନ ହେଲା ବୋଲି ଭାବନ୍ତି । -ଶୁଦ୍ରକ

Print Friendly, PDF & Email