ଅସିଦ୍ଧ ‘ଡକ୍ଟରେଟ୍’, ଅସ୍ଥାୟୀ ପ୍ରତିଷ୍ଠା ଓ ଅମାପ ଦୁର୍ନୀତି

  • 11/09/2015

ଆଦ୍ୟ ନବେ ଦଶକରେ ଏକ ନୀତି ନୈତିକତାର ଦଳଭାବେ ଜନାଦୃତ ହୋଇଥିବା ଭାରତୀୟ ଜନତା ପାର୍ଟି(ପ୍ରତିଷ୍ଠା ୧୯୮୦), ଏହି ଶତାବ୍ଦୀର ପ୍ରଥମ ଦଶନ୍ଧି ସମାପ୍ତ ହେଉ ହେଉ ନିଶ୍ଚିତଭାବେ ଅନୁଭବ କରିଛି ଯେ କ୍ଷମତା ତା’ର ନୀତି ନୈତିକତାର ମଞ୍ଜକୁ ପୋକରା କରିଦେଇଛି । କ୍ଷମତା ଦୁର୍ନୀତିଗ୍ରସ୍ତ କରାଏ ଓ ନିରଙ୍କୁଶ କ୍ଷମତା ସମ୍ପୂର୍ଣ୍ଣଭାବେ ଦୁର୍ନୀତିଗ୍ରସ୍ତ କରାଇଦିଏ (Power corrupts and absolute power corrupts absolutely)-ଏହି ଉକ୍ତିର ସତ୍ୟତାରୁ ଯେପରି କାହାରି ମୁକ୍ତି ନାହିଁ । କ୍ଷମତାକୁ ଆସିନଥିଲେ ହୁଏତ ଭାରତୀୟ ଜନତା ପାର୍ଟି ଏଯାବତ୍ ଏକ ନୀତି ନୈତିକତାର ଦଳ ଭାବେ ତା’ର ଜନାଧାର ବଜାୟ ରଖିଥାନ୍ତା । ଆନ୍ନା ହଜାରେ ଓ ତାଙ୍କର ଦଳକୁ ଯେଉଁମାନେ ନିର୍ବାଚନ ରାଜନୀତିରେ ଅବତୀର୍ଣ୍ଣ ହେବାକୁ ଆହ୍ୱାନ କରୁଛନ୍ତି, ସେମାନେ ଦେଖିବାକୁ ଚାହାନ୍ତି ଉପରୋକ୍ତ ଉକ୍ତି ହଜାରେ ଏବଂ ତାଙ୍କ ଦଳ ପାଖରେ କେତେଦୂର ନିରର୍ଥକ ହେଉଛି ।
ଏହା ଏକ ସ୍ୱାଗତଯୋଗ୍ୟ ସୂଚନା ଯେ ଭାରତୀୟ ଜନତା ପାର୍ଟି ନିଜକୁ ଦୁର୍ନୀତିମୁକ୍ତ କରିବାର ଉଦ୍ୟମ ଆରମ୍ଭ କରିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରାପ୍ପା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ସେମାନଙ୍କ ପଦବୀରୁ ଓହରିଯିବା ପାଇଁ ନିଦେ୍ର୍ଧଶଦେଇ (ଦ୍ରଷ୍ଟବ୍ୟ: The Statesman, 11Sep 2011, P-5) ଭାରତୀୟ ଜନତା ପାର୍ଟି ତା’ର ଭାବମୂର୍ତ୍ତି ପାଇଁ ଅନୁକୂଳ ପରିବେଶ ସୃଷ୍ଟିକରିଛି । ବିଶେଷତଃ ଯେତେବେଳେ କଂଗ୍ରେସ ନେତୃତ୍ୱରେ ଉପା ସରକାରଙ୍କ ସିନ୍ଧୁକରୁ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ନମୂନା ପଦାକୁ ଆସିବାରେ ଲାଗିଛି । ଏହିଭଳି କଠୋର ନିଷ୍ପତ୍ତି ଭାରତୀୟ ଜନତା ପାର୍ଟିର ଦୁର୍ନୀତି ବିରୋଧରେ ପ୍ରତିବଦ୍ଧତାର ପ୍ରଦର୍ଶନ ବୋଲି କେହି କେହି ଯୁକ୍ତି କରିବା ଅସ୍ୱାଭାବିକ ନୁହେଁ । ଏଠାରେ ଅବଶ୍ୟ ସ୍ମରଣଯୋଗ୍ୟ ଯେ ଉପା ସରକାରର ଦୁର୍ନୀତି ବିରୋଧରେ ଭାରତୀୟ ଜନତାପାର୍ଟି ଦ୍ୱାରା ଏପ୍ରିଲ ୬ରୁ ଜୁନ୍ ୧୫ପର୍ଯ୍ୟନ୍ତ ଦେଶବ୍ୟାପୀ ବିକ୍ଷୋଭର ଯୋଜନାକୁ ଆନ୍ନାଙ୍କର ଏପ୍ରିଲ ୫ରୁ ଆମରଣ ଅନଶନ ଅକାମୀ କରିଦେଇଥିଲା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଅପସାରିତ ହେବା ପୂର୍ବରୁ ବି.ଏସ୍. ୟେଦୁରାପ୍ପାଙ୍କର ଖଣି ମାଫିଆ ଓ ତାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରେଡ୍ଡିଭ୍ରାତାଙ୍କୁ ସୁରକ୍ଷା, ଲୋକାୟୁକ୍ତ ସନ୍ତୋଷ ହେଗଡ଼େଙ୍କର ୟେଦୁରାପ୍ପା ସରକାର ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ, ନିଜର ସନ୍ତାନ ସନ୍ତତିଙ୍କ ଦ୍ୱାରା ସମ୍ପତ୍ତି ଆହରଣ-ତାଙ୍କୁ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ଓ ବିତର୍କିତ କରିଥିଲା । କିନ୍ତୁ ରମେଶ ପୋଖରିଆଲ ନିଶଙ୍କ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇପଡ଼ିଲେ ଗତମାସ ଶେଷଆଡ଼କୁ ଯେତେବେଳେ ଉନ୍ମୋଚିତ ହେଲା ଯେ ତାଙ୍କ ନାଁପୂର୍ବରୁ ଲେଖୁଥିବା ଊକ୍ସ.ର ଉତ୍ସ୍ୱହେଉଛି ଉଚ୍ଚଶିକ୍ଷାନୁଷ୍ଠାନ ଭାବେ କୌଣସି ସ୍ୱୀକୃତିନଥିବା ଏକ ‘ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ’ । ଏହି ‘ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ’ ହେଉଛି ‘‘Open International University’ (OIU) of Colombo । ଏହି ବିଶ୍ୱବିଦ୍ୟାଳୟ ତାଙ୍କୁ ଥରେ ଡିଲିଟ୍ ଉପାଧିରେ ଭୂଷିତକରିଛି ଓ ପରେ ଡି.ଏସ୍.ସି. ଉପାଧିରେ ଭୂଷିତକରିଛି । ନିଶଙ୍କଙ୍କର ଡକ୍ଟରେଟର ପୃଷ୍ଠଭୂମି ସମ୍ପର୍କରେ ଅନୁସନ୍ଧାନ କରିଥିବା ସାମ୍ବାଦିକ ରାଜୁ ଗୁସାଇଁ (Raju Gusain) ମେଲ ଟୁଡ଼େ (Mail Today:e-paper, 22Aug 2011 (\âÁaý:http://epapaer.mailtoday.in/epaperhome-aspx? issue=2882011)ରେ Doctored Degree for ‘Dr’ଙ୍କ ଶିରୋନାମାରେ ଲେଖନ୍ତି, ‘ଶ୍ରୀଲଙ୍କାରେ ଙଓଟ ଆନ୍ତର୍ଜାତିକ ବା ଦେଶୀ ବିଶ୍ୱବିଦ୍ୟାଳୟଭାବେ ପଞ୍ଜିକୃତ ହୋଇନାହିଁ । ଶ୍ରୀଲଙ୍କାର ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ଅତିରିକ୍ତ ସଚିବ ପ୍ରିୟନ୍ଥା ପ୍ରେମକୁମାର (Priyantha Premakumara)ଙ୍କ ଅନୁସାରେ ‘Open International University’ ଏକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନୁହେଁ,ଏହା ଶ୍ରୀଲଙ୍କା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ପରିସରଭୁକ୍ତ ନୁହେଁ ବା ଏହାର ପ୍ରତିଷ୍ଠା ଶ୍ରୀଲଙ୍କା ବିଶ୍ୱବିଦ୍ୟାଳୟ ଆଇନ (ଧାରା୧୬)(Article 16 of 1978)ଅନୁସାରେ ହୋଇନାହିଁ । ତେଣୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଏହି ବିଶ୍ୱବିଦ୍ୟାଳୟ ଦେଇଥିବା ଡିଗ୍ରୀଉପରେ ମନ୍ତବ୍ୟ କରିବା ସ୍ଥିତିରେ ନାହିଁ । ଶ୍ରୀଲଙ୍କା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ କେବଳ ସେହି ବିଦେଶୀ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକୁ ମାନ୍ୟତା ଦିଏ, ଯାହା ଆନ୍ତର୍ଜାତିକ ସ୍ତରରେ ଗୃହୀତ । ଯେଉଁ ପ୍ରତିଷ୍ଠାନଗୁଡ଼ିକ Commonwealth Universities Year book Gaõ International Handbook of Universities ରେ ତାଲିକାଭୁକ୍ତ ସେଗୁଡ଼ିକୁ ଶ୍ରୀଲଙ୍କାରେ ସ୍ୱୀକୃତି ଦିଆଯାଏ । ଙଓଟ ଏହି ତାଲିକାଗୁଡ଼ିକରେ ନାହିଁ ।’
ଏହି ଅସ୍ୱୀକୃତ ‘ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ’ରୁ ଡକ୍ଟରେଟ ଡିଗ୍ରୀ ଭାରତରେ ସି.ଏସ୍.ଆଇ.ଆର (ଉଝଓଜ) ଓ ୟୁଜିସି (UGC)ର ଦୃଷ୍ଟି ଆକର୍ଷଣ କରିଛି ନବେଦଶକର ଶେଷଭାଗରୁ ତାହାର ସୂଚନା ପାଇ ନିମ୍ନୋକ୍ତ ଦୁଇଟି ପରିପତ୍ର (Circular)ରୁ । ସି.ଏସ୍.ଆଇ.ଆର (CSIR) ଚିଠି ନଂ ୧୭/୬୬/୨୭/୯୪-ଚଚଝ ତା ୧୮.୧୧.୧୯୯୮ରେ ସମସ୍ତ ଜାତୀୟ ପ୍ରୟୋଗଶାଳା (Natural Laboratories) ଓ ପ୍ରତିଷ୍ଠାନ (Institute)ର am directed to forward here with a copy of letter no. IOE/D/98/1381 dated 27.8.98 from Dr.S.K.Jain, Director, Institute of -Ethnobiology, C/o NBRI Lucknow along -with a copy of letter dated 12.8.98 from UGC regarding non validity of D.Sc. degree awarded by Open International University for Complimentary Medicines, Colombo and informing that no recognitions should be given to the Degree/Diploma or any other academic distinction conferred by this University, for your information and record.’ୟୁଜିସି (UGC) (UGC) Dr. S.K.Jain ଚିଠି ନଂ F-7-3/90 (FU) dated 12.8.2000ରେ ଲେଖିଲେ, ‘The commission is greatful to you for bringing to its notice about the award of Ph.D and D.sc. degrees by the Open International University for Complementary Medicines, Colombo, SriLanka. Subsequently to receipt of your letter no 10E/D/97/1089 dated 28.1.1998, The Commission also received a letter from the Vice-Chairman, the Bar council of Gujrat informing us on the above subject. In support of this, he has also enclosed a letter No. UGC/L/81 daged 9.2.1998 from the Chairman. UGC, SriLanka, stating that the Open International University for complementary Medicine has not been established or recognised as a Higher Educational Institutions/ Institute, under the Universities Act no 16 of 1978 as amended. Therefore any such Degree or other academic distinction issued by the institution is not valid in law in SriLanka. A copy of this letter is enclosed for your information.
The commission is issuing a circular to all Universities/ Deemed to be Universities/Institutes of National importance/ IITs asking them not to give any recognition to the Degree/ Diploma or any other academic distinction conferred by the Open International University for complementary Medicine, Srilanka.
ଏହିଭଳି ଏକ ସ୍ୱୀକୃତିବିହୀନ ‘ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ’ରୁ ଡକ୍ଟରେଟ ଉପାଧିରେ ଭୂଷିତ ନିଶଙ୍କଙ୍କ ଭଳି ବହୁ ପାରିବାର ମଣିଷ ଯେ ଭାରତରେ ଥିବେ, ଏଥିରେ ସନେ୍ଦହ ନାହିଁ । କିନ୍ତୁ OIU ୱେବସାଇଟରୁ ଏହାର କୌଣସି ତାଲିକା ମିଳେନାହିଁ । ତେବେ ଏଯାବତ୍ ଅନୁସନ୍ଧାନ ଦ୍ୱାରା ଜଣାପଡ଼ିଛି (ଦ୍ରଷ୍ଟବ୍ୟ: in.wikipedia.org/wiki/achyutasamanta,http://brajabhai.com/awards) ଯେ ଓଡ଼ିଶାରୁ ବ୍ରଜଭାଇ ଓ ଅଚୁ୍ୟତ ସାମନ୍ତ ଏହି Open International University ଦ୍ୱାରା ଡକ୍ଟରେଟରେ ଭୂଷିତ ହୋଇଛନ୍ତି । ଅଚୁ୍ୟତ ସାମନ୍ତ ତ ଦୁଇଦୁଇଟା ଡକ୍ଟରେଟ ପାଇଛନ୍ତି ଏହି ‘ବିଶ୍ୱବିଦ୍ୟାଳୟ’ରୁ: 2002ରେ Ph.Dଓ 2005ରେ D.Litt । ଏହି ଦୁହିଁଙ୍କ ନାମ ଆଗରେ ଡକ୍ଟର ଲାଗି ଖବରକାଗଜ ପୃଷ୍ଠାରେ ଓ ଗଣମାଧ୍ୟମରେ ଯେପରି ଉଲ୍ଲେଖ କରାଯାଏ- ତାହା ପ୍ରକୃତରେ ପରିଶ୍ରମ କରି ବହୁ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟ ବା ପ୍ରତିଷ୍ଠାନରୁ ଅର୍ଜନ କରିଥିବା ଗବେଷକ, ବୈଜ୍ଞାନିକଙ୍କ କ୍ଷେତ୍ରରେ ମଧ୍ୟ କରାଯାଏନାହିଁ । ସେମାନଙ୍କର ନିଜସ୍ୱ ୱେବସାଇଟରେ ନିଜ ନାଁ ଆଗରେ ଡଃ ଲେଖିବା ତ ସାଧାରଣ କଥା । କିନ୍ତୁ ବିଡ଼ମ୍ବନା ଯେ ଓଡ଼ିଶାର ‘ବୁଦ୍ଧିଜୀବୀ’ମାନେ ଏହାକୁ ଖୋଲାଖୋଲି ପ୍ରଶ୍ନ କରନ୍ତି ନାହିଁ । ବରଂ କବି, ଲେଖକ, କଳାକାରମାନେ ଏମାନଙ୍କର ପୃଷ୍ଠପୋଷକତାପାଇଁ ବ୍ୟାକୁଳ ହୋଇପଡ଼ନ୍ତି । ଆହୁରି ବଡ଼ ବିଡ଼ମ୍ବନା ଯେ ଯେଉଁ ୟୁ.ଜି.ସି. ଏହିଭଳି ଉପାଧିକୁ କୌଣସି ସ୍ୱୀକୃତି ନଦେବା ପାଇଁ ସବୁ ବିଶ୍ୱବିଦ୍ୟାଳୟ/ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଆଦିକୁ ନିଦେ୍ର୍ଧଶ ଦିଅନ୍ତି-ସେହି ୟୁ.ଜି.ସି. ଅଚୁ୍ୟତ ସାମନ୍ତଙ୍କୁ କମିଶନର ସଭ୍ୟଭାବେ ଗ୍ରହଣ କରନ୍ତି ଓ ପ୍ରଥମ କାର୍ଯ୍ୟକାଳ (୨୦୦୮ରୁ ୨୦୧୧) ସରିବା ପରେ ଦ୍ୱିତୀୟଥର ପୁନଃ ନିଯୁକ୍ତି ଦିଅନ୍ତି । ଯେଉଁ ୟୁ.ଜି.ସି. ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ (୧୯୯୯-୨୦୦୨) ବେଳେ ଏହି ନିଦେ୍ର୍ଧଶ ଦିଆଯାଇଥିଲା । ଶ୍ରୀଯୁକ୍ତ ହରି ଗୌତମ, ସେ ଅଚୁ୍ୟତ ସାମନ୍ତ ସମ୍ପୃକ୍ତଥିବା କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ହୁଅନ୍ତି- ଅଚୁ୍ୟତ ସାମନ୍ତଙ୍କର କୁଳାଧିପତିତ୍ୱ ପରେ । ଆଇନକୁ ବୃଦ୍ଧାଙ୍ଗୁଠି ଦେଖାଇବାର ଏହାଠାରୁ ବଡ଼ ଉଦାହରଣ କ’ଣ ହୋଇପାରେ? ଏହା ଅବଶ୍ୟ ଭିନ୍ନ କଥା ଯେ ସମାଜ ଖବରକାଗଜର ପ୍ରତାପୀ ପରିଚାଳକ ଡକ୍ଟର ବ୍ରଜଭାଇଙ୍କୁ ଦୁର୍ନୀତି ଅଭିଯୋଗରେ ଅନେକ ଦିନ ଜେଲ୍ରେ ରହିବାକୁ ପଡ଼ିଲା । ବହୁ ଘରୋଇ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତାମାନେ ତାଙ୍କ ନାଁ ଆଗରେ ଡକ୍ଟର ଲେଖୁଛନ୍ତି । ଯେପରି ହାଇଟେକ୍ ଗ୍ରୁପ୍ ଅଫ ଏଜୁକେଶନାଲ ଇନଷ୍ଟିଚୁ୍ୟସନ୍ସ (Hightech Group of Educational Institutions)ର ପ୍ରତିଷ୍ଠାତା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ (ଦ୍ରଷ୍ଟବ୍ୟ: http://hit.ac.in/governing_body.php) କୃପାଜଳ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ୍ସ (krupajal group of Institutions)ର ପ୍ରତିଷ୍ଠାତା ଭବାନୀଚରଣ ରଥ (ଦ୍ରଷ୍ଟବ୍ୟ: krupajalgroup.org/mandatory/ 2 DISCLOSURE) । ତେବେ ଏ ଦୁହେଁ କେଉଁଠାରୁ ଡକ୍ଟରେଟ ପାଇଛନ୍ତି ତାହାର କୌଣସି ସୂଚନା ତାଙ୍କ ୱେବସାଇଟରୁ ମିଳୁନାହିଁ । ତେବେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତାମାନେ ନିଜ ନାଁ ଆଗରେ ଡକ୍ଟର ବ୍ୟବହାର କରିବା ଦ୍ୱାରା ସେମାନଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କର କଷ୍ଟାର୍ଜିତ ଡକ୍ଟରେଟ ସମ୍ମୁଖରେ ଛୋଟ ଅନୁଭବ କରିବାର ସମ୍ଭାବନାକୁ ଏଡ଼ାଇ ପାରୁଛନ୍ତି । ଅଚୁ୍ୟତ ସାମନ୍ତ ତ ନିଜକୁ କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନର ପ୍ରଫେସର ଭାବେ ଘୋଷଣା କରି-ତୁଳନାତ୍ମକ ଭାବେ ଆଉ ଏକ ପାଦ ଆଗେଇ ଯାଇଛନ୍ତି । (ଦ୍ରଷ୍ଟବ୍ୟ: http://www.kiit.ac.in/faculty/appliedsc.html) ଏହି ରସାୟନ ବିଭାଗ ପ୍ରଫେସରଭାବେ ହିଁ ସେ ୟୁ.ଜି.ସି.ର ସଭ୍ୟଭାବେ ନିଯୁକ୍ତି ପାଇଛନ୍ତି(ଦ୍ରଷ୍ଟବ୍ୟ:http://www.ugc.ac.in/orgn/commission.html) । ଇତ୍ୟବସରରେ ଅଚୁ୍ୟତ ଆଉ ଦୁଇଟି ଅନରାରୀ ଡକ୍ଟରେଟ ହାସଲ କରିଛନ୍ତି :୨୦୦୯ରେ କାମ୍ବୋଡ଼ିଆର ଜାତୀୟ ବିଶ୍ୱବିଦ୍ୟାଳୟରୁ ଓ ୨୦୧୦ରେ ପୋସ୍କୋର ଦେଶ ଦକ୍ଷିଣକୋରିଆର ହାନସିଓ (Hanseo) ବିଶ୍ୱବିଦ୍ୟାଳୟରୁ କରିଛନ୍ତି । ନିଶଙ୍କ ଯଦି ରାଜନୀତି ନକରି କୌଣସି ଘରୋଇ ଶିକ୍ଷାନୁଷ୍ଠାନ କରିଥାନ୍ତେ- ପିଲାଙ୍କଠାରୁ ପ୍ରଚୁର ପଇସା ଆଦାୟ କରି ଡିଗ୍ରୀ ବଣ୍ଟା ମେସିନଟିଏ ବସାଇଥାନ୍ତେ, ତା’ହେଲେ ତାଙ୍କର ‘ଡକ୍ଟରେଟ’କୁ କେହି ପ୍ରଶ୍ନ କରିନଥାନ୍ତେ । ରାଜ୍ୟପାଳ ମାର୍ଗାରେଟ ଆଲ୍ଭାଙ୍କର ଦୃଷ୍ଟି ଆକର୍ଷଣ କରି ନଥାନ୍ତେ ବା କଂଗ୍ରେସ ଦଳର ହରକ ସିଂହ ରାୱତଙ୍କ ପରି କହିନଥାନ୍ତେ, ‘ମୁଁ ଚାହେଁ ମୁଖ୍ୟମନ୍ତ୍ରୀ ତାଙ୍କ ଡିଗ୍ରୀ ଦେଖାନ୍ତୁ । ସମ୍ମାନସୂଚକ ଡିଗ୍ରୀ ପାଇଥିବା ଲୋକେ ତାଙ୍କ ନାଁ ଆଗରେ ଡଃ ଲେଖନ୍ତି ନାହିଁ ।’ (I want CM to show his degrees. People donot use Dr.honorific for an honorary degree) ।
ଅପସାରିତ ନିଶଙ୍କ ଓଡ଼ିଶା ଆସି ତାଲିମ ନିଅନ୍ତୁ । ଆଇନ ଅସିଦ୍ଧ ‘ଡକ୍ଟରେଟ’କୁ କିପରି ବେଧଡ଼କ ବ୍ୟବହାର କରି ଓଡ଼ିଶାର ‘ବୁଦ୍ଧିଜୀବୀ’ ମହଲରେ ପତିଆରା ବଢ଼ାଇହେବ, ତାହା ଏଠାରେ ବିଚରଣ କରୁଥିବା ସମଧର୍ମୀଙ୍କଠାରୁ ଶିକ୍ଷା କରନ୍ତୁ ।

Print Friendly, PDF & Email