ଶିକ୍ଷାଋଣ ଓ ବେକାରୀ

  • 11/09/2015

ଚାଷ ପାଇଁ ଋଣ ଦେଇ, ଆଶାନୁରୂପ ଉପôାଦନ ନ କରିପାରିବା ବା ଉପôାଦିତ ଦ୍ରବ୍ୟ ପାଇଁ ଆଶାନୁରୂପ ବଜାର ନ ପାଇବା ଯାହା, ଶିକ୍ଷା ଋଣ ନେଇ ଶିକ୍ଷିତ ହୋଇ ବା ତାଲିମପ୍ରାପ୍ତ ହୋଇ ବେକାର ହେବା ତାହା । ଋଣ ପରିଶୋଧର ଚାପ ଯେପରି ଅସହ୍ୟ ହେଲେ ଚାଷୀ ଆତ୍ମହତ୍ୟା କରୁଛି-ସେହିଭଳି ଦୃଶ୍ୟ ଋଣ କରି ଶିକ୍ଷିତହୋଇ ବେକାର ଯୁବକଙ୍କ କ୍ଷେତ୍ରରେ ଯଦି ଦେଖାଯାଏ-ତା’ହେଲେ ଆମେ ଆଦୌ ଆଶ୍ଚର୍ଯ୍ୟ ହେବା ନାହିଁ । ଶତ ପ୍ରତିଶତ ଚାକିରୀର ପ୍ରଲୋଭନ ଦେଖାଇ ଘରୋଇ ବୈଷୟିକ ପ୍ରତିଷ୍ଠାନଗୁଡ଼ିକ ପ୍ରଲୁବ୍ଧ ଯୁବକମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରି ଶିକ୍ଷାବେପାରର ଲାଭକୁ ଉପଭୋଗ କରୁଥିବା ବେଳେ ଏହି ଯୁବକମାନଙ୍କୁ ଋଣଯୋଗାଇ ବ୍ୟାଙ୍କ୍ମାନେ ତାଙ୍କର ବ୍ୟବସାୟ ଭଲ କରୁଛନ୍ତି । କିନ୍ତୁ ଏହି ପ୍ରଲୁବ୍ଧ ଯୁବକମାନେ ଯେ ପ୍ରତାରିତ ହେବା ଆରମ୍ଭ ହେଲାଣି – ତାହା ବିଭିନ୍ନ ସମ୍ବାଦରୁ ସୂଚନା ମିଳୁଛି । Times of India(ତା ଅଗଷ୍ଟ ୩୧, ୨୦୧୦)ର ଭୁବନେଶ୍ୱର ସଂସ୍କରଣରେ କେତେଗୁଡ଼ିଏ ଜୀବନ୍ତ ଉଦାହରଣଦେଇ ସାମ୍ବାଦିକ ଅଶୋକ ପ୍ରଧାନ ଲେଖିଛନ୍ତି, ‘Armed with management degrees and burdened with loans amounting to a few lakh rupees, hundreds of young men and women in the city are competing for petty jobs. The pressure to earn and support their families and repay education loans is making many of them even resort to taking up part-time manual jobs and giving tuition classes at peoples homes.’
ଅବଶ୍ୟ କାହିଁକି ଏପରି ବେକାରୀ? ତା’ର ଉତ୍ତରରେ କୁହାଯାଇଛି ଯେ ଏହି ଯୁବକ/ଯୁବତୀଙ୍କର ତାଲିମରେ ବହୁତ ଅଭାବ ରହିବାରୁ ସେମାନେ ଚାକିରି ପାଉନାହାନ୍ତି । ଆଉଗୋଟିଏ ଯୁକ୍ତି ତ ବହୁତ ପ୍ରଚାରିତ ହେଉଛି ଏହିଭଳି ବେକାରୀକୁ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ । ତାହାହେଉଛି ଯେ,‘ଆମର ଶିକ୍ଷାନୁଷ୍ଠାନମାନଙ୍କରୁ ଡିଗ୍ରୀ ପାଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ଶତକଡ଼ା ୮୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ବୃତ୍ତଯୋଗ୍ୟ (employable) ନୁହନ୍ତି ।
କିନ୍ତୁ ଯେଉଁ ନୈରାଶ୍ୟ ଆମେ ଓଡ଼ିଶାର ଯୁବକ-ଯୁବତୀଠାରେ ଦେଖୁଛୁ ତାହା ଯୁକ୍ତରାଷ୍ଟ୍ର ଆମେରିକାର ଯୁବକଯୁବତୀଙ୍କଠାରେ ଦେଖାଯିବା ବୋଧହୁଏ ଏକ ସଂଯୋଗ ନୁହେଁ ବରଂ ସମୁଦାୟ ବିଶ୍ୱରେ ପ୍ରଚଳିତ ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥାର ଏକ ପରିଣତି । ନୁ୍ୟୟର୍କ ଟାଇମ୍ସର ସେରିଲ ଗେ ଷ୍ଟୋଲବର୍ଗ (Sheryl Gay Stolberg)ଙ୍କ ଦ୍ୱାରା ସଂଯୋଜିତ ଏକ ଟିଭି କାର୍ଯ୍ୟକ୍ରମରେ ଯେଉଁଠାରେ ଓବାମାଙ୍କର ହତାଶ ସମର୍ଥକମାନେ ତାଙ୍କୁ କରୁଥିଲେ ପ୍ରଶ୍ନ-ସେଠାରେ ଜଣେ ୩୦ବର୍ଷ ଆଇନ ସ୍ନାତକ ଓବାମାଙ୍କୁ କହିଲେ ଯେ ସେ ରାଷ୍ଟ୍ରପତିଙ୍କ ଭଳି ଲୋକସେବାରେ କ୍ୟାରିଅର ଗଢ଼ିବା ପାଇଁ ଆଶା ବାନ୍ଧିଥିଲେ, କିନ୍ତୁ ଶିକ୍ଷାଋଣର ସୁଧକୁ ପରିଶୋଧ କରିବା ମଧ୍ୟ ତାଙ୍କ ପକ୍ଷରେ ସମ୍ଭବ ହେଉନାହଁ. ବିବାହ କରିବା ଓ ପରିବାର ଆରମ୍ଭ କରିବା ତ’ ବହୁ ଦୂରର କଥା ।
((A 30 years old law graduate told Obama that he had hoped to pursue a career in public service, like the President-but complained that he would barely pay the interest on his student loans, let alone think of getting married or starting a family.)
ବୃହତ୍ତର ପ୍ରଶ୍ନ ସ୍ୱାଭାବିକ ଉଠୁଛି ଯେ ବିଶ୍ୱକରଣ ଅର୍ଥନୀତିରେ ସଂଘର୍ଷରତ ଭାରତୀୟ ଯୁବକ ଓ ମାର୍କିନ ଯୁବକର ଦଶା ଏକ ହେଉଛି । ସାରା ବିଶ୍ୱର ଯୁବସମାଜ ଏକ ହେବା ପାଇଁ ବୋଧହୁଏ ସୁଯୋଗଟିଏ ଆସୁଛି । ସାରାଦୁନିଆର ଶ୍ରମିକ ଏକ ହୁଅ, ତୁମେ ଶୃଙ୍ଖଳମୁକ୍ତ ହେବ- ତାହାର ଏକ ରୂପାନ୍ତରିତ ଆହ୍ୱାନ ହୋଇପାରେ- ସାରା ବିଶ୍ୱର ଯୁବକ ଏକ ହୁଅ- ତୁମେ ବେକାରୀମୁକ୍ତ ହେବ ।
-ଶୁଦ୍ରକ

Print Friendly, PDF & Email