ଦନ୍ତ କାଉନ୍ସିଲ୍ ଦାନ୍ତ

  • 11/09/2015

ଦନ୍ତ କାଉନସିଲ (Dental Council of India) ଇତ୍ୟବସରରେ ରାଜ୍ୟର ଅଗ୍ରଣୀ ମେଡ଼ିକାଲ କଲେଜ ଓ ହସପିଟାଲର ବିଡ଼ିଏସ୍ ପାଠ୍ୟକ୍ରମ ପାଇଁ ଥିବା ୫୦ଟି ସିଟ୍ରୁ ୩୦ଟି ସିଟ୍ ପ୍ରତ୍ୟାହାର କରିନେଇଛି । ଏତଦ୍ଦ୍ୱାରା ମାତ୍ର ୨୦ଜଣ ପିଲା ବିଡ଼ିଏସ୍ରେ ଏବର୍ଷ ଆଡ଼ମିଶନ ନେଇପାରିବେ । ଏହିଭଳି ନିଷ୍ପତ୍ତ ପଛରେ ମୂଳକାରଣ ହେଉଛି ଶିକ୍ଷକ ପଦବୀ ଖାଲିପଡ଼ିବା ଓ ଭିତ୍ତଭୂମିର ଅଭାବକୁ ଦୂର କରିବାପାଇଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବା । (ଦ୍ରଷ୍ଟବ୍ୟ:ଧରିତ୍ରୀ,ଜୁଲାଇ ୨୪,୨୦୧୦) ଅପରପକ୍ଷରେ ଘରୋଇ ମେଡ଼ିକାଲ କଲେଜ କଳିଙ୍ଗ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡ଼ିକାଲ ସାଇନ୍ସ(କିମସ୍) ତା’ର ୫୦ଟି ସିଟ୍କୁ ବଜାୟ ରଖିଛି(ଦ୍ରଷ୍ଟବ୍ୟ: ଧରିତ୍ରୀ,୨୫ଜୁଲାଇ,୨୦୧୦, ପୃ-୧୦) । ଏହା ଭିନ୍ନ କଥା ଯେ ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆ (Medical Council of India)ର ଅଧ୍ୟକ୍ଷ କେତନ ଦେଶାଇ ସିବିଆଇ ଦ୍ୱାରା ଗିରଫ ହେଲାପରେ, ସିବିଆଇ ପକ୍ଷରୁ ଏକ ଦଶଜଣିଆ ଦଳ ଆସି କିସ୍ର କାଗଜପତ୍ର ଯାଞ୍ଚ କରିଛନ୍ତି । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୨ଜୁନ୍, ୨୦୧୦, ପୃ-୫) । ସରକାରଙ୍କର ନିଜ ପରିଚାଳନାରେ ଥିବା କଲେଜରେ ସିଟ୍ ହ୍ରାସପାଇବା ଅଥଚ ଘରୋଇ କଲେଜରେ ସିଟ୍ ସଂଖ୍ୟା ଅବ୍ୟାହତ ରହିବା ଦ୍ୱାରା ସରକାର ଲଜ୍ଜିତ ହେବେ ବୋଲି ଆମେ ଆଶାକରିବା ଯଦି ଘରୋଇ କଲେଜକୁ ଛାତ୍ର ଯୋଗାଇବାର ପ୍ରଚ୍ଛନ୍ନ ଉଦେ୍ଧଶ୍ୟ ସରକାରଙ୍କର ନଥାଏ ।
-ଶୁଦ୍ରକ

Print Friendly, PDF & Email