ଉଚ୍ଚଶିକ୍ଷାରେ ଟାସ୍କ ଫୋର୍ସ

  • 11/09/2015

୧-୧୬ ନଭେମ୍ବର, ୨୦୦୯

ଓଡ଼ିଶାରେ ଉଚ୍ଚଶିକ୍ଷା କିପରି ଗୁଣାତ୍ମକ, ବିଶ୍ୱସ୍ତରୀୟ ଓ ସମସ୍ତଙ୍କୁ ସାମିଲ କରିପାରୁଥିବା ଭଳି ବ୍ୟବସ୍ଥାଟିଏ ହୋଇପାରିବ, ସେହି ଚିନ୍ତାରେ ଆକ୍ରାନ୍ତ ହୋଇ ଇତ୍ୟବସରରେ ଓଡ଼ିଶା ସରକାର ଏକ କାର୍ଯ୍ୟବାହିନୀ (Task Force) ଗଠନ କରିଛନ୍ତି । ( ଦ୍ରଷ୍ଟବ୍ୟ- ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ନଂ ୨୮୮୧୫ / ଏଚ୍.ଇ ତା ୭.୧୦.୦୯) । ଏହି କାର୍ଯ୍ୟବାହିନୀ ଓଡ଼ିଶାରେ ଉଚ୍ଚଶିକ୍ଷାର ସ୍ୱରୂପ କିପରି ହେବ, ତାହାର ଏକ ରିପୋର୍ଟ ଓଡ଼ିଶା ସରକାରଙ୍କୁ ଦେବେ । ଏହି କାର୍ଯ୍ୟବାହିନୀରେ ୧୭ଜଣ ସଭ୍ୟ ଅଛନ୍ତି ଯାହାର ଅଧ୍ୟକ୍ଷ ହେଉଛନ୍ତି ପ୍ରଫେସର ତ୍ରିଲୋଚନ ପ୍ରଧାନ । ଓଡ଼ିଶାର ପଦାର୍ଥବିତ୍ମାନଙ୍କ ଉଦ୍ୟମରେ, ଯାହାର ଆଗଧାଡ଼ିରେ ଥିଲେ ଉକ୍ରଳ ବିଶ୍ୱବିଦ୍ୟାଳୟର ତକ୍ରାଳୀନ ପ୍ରଫେସର ବିଭୂତି ଭୂଷଣ ଦେଓ, ଓଡ଼ିଶା ସରକାର (ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ)ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଓ ପରେ ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗରେ ସାମିଲ କରାଯାଇଥିବା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଫିଜିକ୍ସର, ଭୁବନେଶ୍ୱରର ପ୍ରଫେସର ତି୍ରଲୋଚନ ପ୍ରଧାନ ହେଉଛନ୍ତି ପ୍ରଥମ ନିଦେ୍ର୍ଧଶକ । ନିଦେ୍ର୍ଧଶକ ପଦବୀରୁ ଅବସର ନେଲାପରେ ସେ ହୋଇଥିଲେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ଓ ସେହି ସମୟରେ ସେ ପାଇଥିଲେ ପଦ୍ମବିଭୂଷଣ ସମ୍ମାନ । ଗବେଷଣା ପ୍ରତିଷ୍ଠାନର ପ୍ରଶାସନ ସହ ତାଙ୍କର ଦୀର୍ଘ ସମ୍ପର୍କ ଟାସ୍କଫୋର୍ସର ସର୍ବଶେଷ ପ୍ରସ୍ତାବଗୁଡ଼ିକରେ କିଛି ନୂତନତ୍ୱ ଆଣିପାରେ ବୋଲି ଆମେ ଆଶା କରିପାରିବା । କିନ୍ତୁ ସଭ୍ୟମାନଙ୍କର ଏହି ତାଲିକା ଦେଖିଲେ ମୁଖ୍ୟତଃ ଯେଉଁମାନେ ଶିକ୍ଷା ପ୍ରତିଷ୍ଠାନ ପରିଚାଳନରେ ସମ୍ପୃକ୍ତ ଥିଲେ ବା ଅଛନ୍ତି, ସେହିମାନଙ୍କୁ କରାଯାଇଥିଲେ ଶିକ୍ଷାର ମୌଳିକ ଲକ୍ଷ୍ୟ ଟାସ୍କଫୋର୍ସର ପ୍ରସ୍ତାବରେ ଅବ୍ୟାହତ ରହିବା ଏକପ୍ରକାର ନିଶ୍ଚିତ ହୋଇଯାଇଥାନ୍ତା । କିନ୍ତୁ ଯାହା ଖୁବ୍ ଦୃଷ୍ଟି ଆକର୍ଷଣକାରୀ ହୋଇଛି, ତାହା ଏକ ଘରୋଇ ଅନୁଷ୍ଠାନ ହୁ୍ୟମାନ ଡେଭଲପମେଣ୍ଟ ଫାଉଣ୍ଡେସନ୍ (HDF) ସହ ସରକାରଙ୍କର ବୁଝାମଣା (ଦ୍ରଷ୍ଟବ୍ୟ ସରକାରୀ ବିଜ୍ଞପ୍ତି ନଂ ୨୯୧୧୫/ ଆଇଏଚ୍ଇ/ଇଭ୍-ଏ-୧୫/୦୯ ତାରିଖ ୧୩/୧୦/୦୯) ଯେ ସରକାରଙ୍କ ଟାସ୍କଫୋର୍ସକୁ ସେକ୍ରେଟେରିଆଲ ସହଯୋଗ ଏହି ଘରୋଇ ଅନୁଷ୍ଠାନଟି ଯୋଗାଇବ । ତେଣୁ ଯେଉଁମାନେ ଶିକ୍ଷା ସଚିବଙ୍କ ଦସ୍ତଖତରେ ସରକାରୀ ଚିଠି ଐଊୠ ଖୋଳଭିତରେ ଆସିବାର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି- ସେମାନେ ବୋଧହୁଏ ଏହି ବୁଝାମଣା ସମ୍ପର୍କରେ ଅଜ୍ଞ ଅଛନ୍ତି । ଯେଉଁମାନେ ଏପରି ବୁଝାମଣାକୁ ନାପସନ୍ଦ କରୁଛନ୍ତି-ସେମାନେ ସମ୍ପ୍ରତି ବହୁ ଉଚ୍ଚାରିତ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ର ଅବଧାରଣା ସହିତ ବୋଧହୁଏ ଏକାତ୍ମ ହୋଇପାରୁନାହାନ୍ତି । ଯେଉଁମାନେ ଏହି ପାର୍ଟନରସିପ୍ ବା ଭାଗୁଆଳୀର ବିବର୍ତ୍ତନର ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶାରେ ଉଚ୍ଚଶିକ୍ଷା ଶିକ୍ଷାବେପାରୀ ମାନଙ୍କ ହାତକୁ ଚାଲିଯିବ ବୋଲି ଆଶଙ୍କା କରୁଛନ୍ତି-ତାହାକୁ ନିଶ୍ଚିତ ଭାବରେ ଏକ ଭିତ୍ତହୀନ ଆଶଙ୍କା ବୋଲି କୁହାଯାଇ ପାରିବ ନାହିଁ ।
ପୁନଶ୍ଚ ଏଯାବତ୍ ଓଡ଼ିଶାରେ ଉଚ୍ଚଶିକ୍ଷାକୁ କାଏମ ରଖିଥିବା ଶତାଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ( ୯୨ଟି ସରକାରୀ +୬୪୨ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ) ଓ ହାତଗଣତି ସରକାରୀ ଅନୁଦାନପ୍ରାପ୍ତ ବିଶ୍ୱବିଦ୍ୟାଳୟ (୯ଟି) ଯେଉଁ କ୍ଷୀପ୍ରତାର ସହିତ ଅକାମୀ ହେବାକୁ ଆରମ୍ଭ କଲେଣି, ବିଶେଷତଃ ଶିକ୍ଷକ ସଂଖ୍ୟାରେ ଦ୍ରୁତ ହ୍ରାସ ଦୃଷ୍ଟିରୁ ଓ ଅପରପକ୍ଷରେ ଘରୋଇ ବ୍ୟବସାୟଭିତ୍ତକ ଶିକ୍ଷାନୁଷ୍ଠାନଗୁଡ଼ିକ ସରକାରଙ୍କଠାରୁ ଜମି, ଜଳ, ବିଦୁ୍ୟତ୍ର ପ୍ରତିଶ୍ରୁତି ପାଇ ଓଡ଼ିଶା ଭୂଇଁରେ ଆସ୍ଥାନ ଜମାଇବା ପାଇଁ ତପôର ହେଲେଣି, ତାହା ଦେଖି ଭବିଷ୍ୟତରେ ଯେ ଉଚ୍ଚଶିକ୍ଷା ଘରୋଇ ଅନୁଷ୍ଠାନ ମାନଙ୍କର ନିୟନ୍ତ୍ରଣକୁ ଚାଲିଯିବ, ତାହା ଆଶଙ୍କା କରିବା ଆଦୌ ଅମୂଳକ ମନେହେବ ନାହିଁ ।
ଓଡ଼ିଶା ଭୂଇଁରେ ଘରୋଇ ଉଦ୍ୟମରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ନୂଆ କଥା ନୁହେଁ । ଓଡ଼ିଶାରେ ଉଚ୍ଚଶିକ୍ଷାର ଇତିହାସକୁ ଅଧ୍ୟୟନ କଲେ ଉଚ୍ଚଶିକ୍ଷାର ପ୍ରସାରରେ ଘରୋଇ ଉଦ୍ୟମର ଭୂମିକା ସମ୍ପର୍କରେ ସନେ୍ଦହର ଅବକାଶ ରହିବ ନାହିଁ । ଖଲ୍ଲିକୋଟ କଲେଜ,ବ୍ରହ୍ମପୁର; ଭଦ୍ରକ କଲେଜ, ପ୍ରାଣନାଥ କଲେଜ, ଖୋର୍ଦ୍ଧା; ଉପେନ୍ଦ୍ରନାଥ କଲେଜ, ସୋରୋ; କେନ୍ଦ୍ରାପଡ଼ା କଲେଜ, କେନ୍ଦ୍ରାପଡ଼ା; ସ୍ୱାମୀ ବିବେକାନନ୍ଦ କଲେଜ , ଜଗତସିଂହପୁର ଇତ୍ୟାଦି ବହୁକଲେଜ ବିଭିନ୍ନ ସମୟରେ ଘରୋଇ ଉଦ୍ୟମରେ ପ୍ରତିଷ୍ଠିତ ହୋଇ ପରବର୍ତ୍ତୀ ସମୟରେ ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ପରିଣତ ହୋଇଛନ୍ତି ।
କିନ୍ତୁ ଯେଉଁମାନେ ଏହିଭଳି ଉଦ୍ୟମ କରିଥିଲେ ସେମାନେ ଶିକ୍ଷାକୁ ନେଇ ବ୍ୟବସାୟ କରିବା ଚିନ୍ତା କରିନଥିଲେ । ଉଚ୍ଚଶିକ୍ଷା ପାଇବା କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ନ ହେଉ-ଏହାକୁ ହିଁ ଦୃଷ୍ଟିରେ ରଖି ସେମାନେ ନିଜ ନିଜର ପ୍ରଭାବ ଥିବା ଅଞ୍ଚଳମାନଙ୍କରେ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କର୍ତ୍ତବ୍ୟ ବା ମୂଲ୍ୟ ଯେ ଏହା ଫଳରେ ବହୁ ଆର୍ଥôକ ଦୃଷ୍ଟିରୁ ଦୁର୍ବଳ ପରିବାରର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାର ସ୍ୱାଦ ପାଇଲେ । ଆଜି ସରକାର ବା ସରକାର ବାହାରେ ଥିବା ବିଧାୟକ ଓ ସାଂସଦ ଯଦି ସେମାନଙ୍କର ଉଚ୍ଚଶିକ୍ଷାକାଳ ବିଷୟରେ ସ୍ମରଣ କରନ୍ତି-ତାହେଲେ ତାଙ୍କ ଭିତରୁ ଅନେକ ଏହି ମହାବିଦ୍ୟାଳୟଗୁଡ଼ିକର ସରହଦ ଭିତରେ ବିଚରଣ କରୁଥିବାର ଦୃଶ୍ୟକୁ ମାନସ ଚକ୍ଷୁରେ ଦେଖିପାରିବେ । ସେହିଭଳି ଅନୁଭବ ବହୁ ଉଚ୍ଚପଦସ୍ଥ ଅମଲାମାନଙ୍କର ମଧ୍ୟ ହେବ । ଏହି ମହାବିଦ୍ୟାଳୟଗୁଡ଼ିକ ନଥିଲେ ସେମାନେ ଉଚ୍ଚଶିକ୍ଷାର ସ୍ୱାଦରୁ ଯେ ବଞ୍ଚôତ ହୋଇଥାନ୍ତେ-ଏହା ସେମାନେ ନିଶ୍ଚିତ ହୃଦୟଙ୍ଗମ କରିପାରିବେ । ଏହି ଦୃଷ୍ଟିରୁ ଏହି ମହାବିଦ୍ୟାଳୟଗୁଡ଼ିକର ପ୍ରତିଷ୍ଠା ସହ ସମ୍ପୃକ୍ତ ବ୍ୟକ୍ତିମାନେ ଯେ ସଂପ୍ରତି ସରକାରୀ ଓ ବେସରକାରୀ ବୁଦ୍ଧିଜୀବୀ (ଏନ.ଜି.ଓ ବୁଦ୍ଧିଜୀବୀ) ମାନଙ୍କଦ୍ୱାରା ବହୁଳ ବ୍ୟବହୃତ ପଦ ସଦ୍ଭମକ୍ଷଙ୍କଗ୍ଦସକ୍ଟଦ୍ଭର ପ୍ରକୃତ ପ୍ରୟୋଗ କ୍ଷେତ୍ରରେ ହିଁ କରିଥିଲେ- କହିବା ଅଯଥାର୍ଥ ହେବ ନାହିଁ । ଏହା ସତ୍ତ୍ୱେ ୧୮ରୁ ୨୩ ବର୍ଷ ବୟସର ଜନସଂଖ୍ୟାର ମାତ୍ର ଶତକଡ଼ା ୮.୭୧ ହିଁ ଉଚ୍ଚଶିକ୍ଷାର ସୁବିଧା ଓଡ଼ିଶାରେ ପାଉଛନ୍ତି ବୋଲି ଶିକ୍ଷା ସମ୍ପର୍କିତ କେନ୍ଦ୍ରୀୟ ଉପଦେଷ୍ଟା ବୋର୍ଡ (Central Advisory Board in Education (CABE)ର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେଣୁ ଉଚ୍ଚଶିକ୍ଷାର ଆହୁରି ପ୍ରସାର ଯେ ଓଡ଼ିଶା ଭୂଇଁରେ ହେବା ଉଚିତ ଓ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ସାମିଲ କରାଯିବା ଉଚିତ,ଏଥିରେ ସନେ୍ଦହ ନାହିଁ । କିନ୍ତୁ ଯେଉଁମାନେ ଏଯାବତ୍ ଉଚ୍ଚଶିକ୍ଷାକୁ ସହଜଲବ୍ଧ କରାଇଆସିଛନ୍ତି, ସେହି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅବହେଳା କରି ଏହି ସାମିଲ ପ୍ରକ୍ରିୟାକୁ ବ୍ୟାପକ କରାଯାଇ ପାରିବ ନାହିଁ – ବରଂ ଶିକ୍ଷାକୁ ସଦ୍ଭମକ୍ଷଙ୍କଗ୍ଦସଙ୍ଖର କରିବାର ଆହ୍ୱାନ ଖୁବ ଫାଙ୍କା ଶୁଭିବ । ଅପର ପକ୍ଷରେ ଏହି ପଦଟିର ସଂପ୍ରତି ବାରମ୍ବାର ଉଚ୍ଚାରଣ ପଛରେ କେହି କେହି ଯଦି ଶିକ୍ଷାବେପାରୀ ମାନଙ୍କ ଦ୍ୱାରା ବିଜ୍ଞାପନର ଆଭାସ ପାଉଛନ୍ତି-ତାହେଲେ ସେମାନେ ଭ୍ରମରେ ଅଛନ୍ତି ବୋଲି କୁହାଯାଇପାରିବ ନାହିଁ । ଅବଶ୍ୟ ଥିଲାବାଲା ଘରର ପିଲା ବା ବ୍ୟାଙ୍କ୍ରୁ ଋଣ ଯୋଗାଡ଼ କରିପାରୁଥିବା ଅଭିଭାବକମାନଙ୍କର ପିଲାମାନଙ୍କୁ ଉଚ୍ଚଶିକ୍ଷାରେ ସାମିଲ କରିବାର ଶିକ୍ଷାବେପାରୀଙ୍କର ମୂଳ ଲକ୍ଷ୍ୟ-ଏହି ଭଳି ‘inclusive’ ଉଚ୍ଚଶିକ୍ଷାଦ୍ୱାରା ପୂରଣ ହୋଇପାରେ । କିନ୍ତୁ ଆଶଙ୍କା ଯେ ବ୍ୟୟବହୁଳ କୃଷି ପାଇଁ ବ୍ୟାଙ୍କ୍ ଋଣ ନେଇ ଶୁଝି ନପାରିବାର ଭବିଷ୍ୟତ ଦ୍ୱାରା ମାନସିକ ଭାରସ୍ୟାମ ହରାଇ ଚାଷୀ ଯେପରି ଆତ୍ମହତ୍ୟା କରୁଛି-ସେପରି ବ୍ୟୟବହୁଳ ଶିକ୍ଷାପାଇଁ ଋଣନେଇ ଚାକିରୀର ଅନିଶ୍ଚିତତା ଓ ତଦ୍ଜନିତ ଋଣ ପରିଶୋଧ ନ କରିପାରିବାର ଭବିଷ୍ୟତ ଦ୍ୱାରା ମାନସିକ ଭାରସାମ୍ୟ ହରାଇ ଛାତ୍ର ବା ତା’ର ଅଭିଭାବକ ଆତ୍ମହତ୍ୟା କରିବାର ଦୃଶ୍ୟ ଭବିଷ୍ୟତରେ ଦେଖାଯିବ ନାହିଁ ତ? ଟାସ୍କଫୋର୍ସରେ ମୁଣ୍ଡ ଲଗେଇଥିବା ସଭ୍ୟମାନେ ଏହାକୁ ବିଚାର କରିବା ଉଚିତ । ଆନ୍ତର୍ଜାତିକ ସ୍ତରର ଶିକ୍ଷା କିପରି ଓଡ଼ିଶା ଭୂଇଁରେ ସମ୍ଭବ ହେବ, ସେ ଚିନ୍ତା ଟାସ୍କଫୋର୍ସର ଗଠନ ପଛରେ ରହିଛି ବୋଲି ଘୋଷଣା କରାଯାଇଛି । ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କିପରି ଓଡ଼ିଶା ଭୂଇଁରେ ପ୍ରତିଷ୍ଠା ହୋଇପାରିବ-ତାହା ମଧ୍ୟ ଟାସ୍କଫୋର୍ସ ବିଚାର କରିବେ ବୋଲି କୁହାଯାଉଛି । ଏହି ବ୍ୟାକୁଳତାରୁ ଜଣାପଡୁଛି ଯେ ଏଯାବତ୍ ଓଡ଼ିଶା ଭୂଇଁରେ ଚାଲିଥିବା ଉଚ୍ଚଶିକ୍ଷା ଆନ୍ତର୍ଜାତିକ ସ୍ତରର ନୁହେଁ । ଯଦିଓ ଏହି ଭୂଇଁରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ କୃତକାର୍ଯ୍ୟ ବହୁ ଛାତ୍ରଛାତ୍ରୀ ପୃଥିବୀର ବହୁ ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କରେ ସଫଳତାର ସହ କାର୍ଯ୍ୟରତ । ଏହାଛଡ଼ା ବିଭିନ୍ନ ପ୍ରକାରର ସୀମିତତା ଭିତରେ ଏହି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ ଗବେଷକମାନେ ବହୁ ଉଚ୍ଚକୋଟୀର ଗବେଷଣାତ୍ମକ ପତ୍ର-ପତ୍ରିକାରେ ସେମାନଙ୍କର ପ୍ରବନ୍ଧ ପ୍ରକାଶ କରୁଛନ୍ତି-ଯାହାର ସଠିକ ନିରପେକ୍ଷ ଆକଳନ କରାଗଲେ ବୋଧହୁଏ ଆମେ ଆମ ନିଜକୁ ଏତେ ଛୋଟକରି ଦେଖନ୍ତେ ନାହିଁ । ଯେଉଁ ପରିବେଶରେ ଆମର ଉଚ୍ଚଶିକ୍ଷା ଚାଲିଛି-ସେହି ପରିବେଶ ଭିତରେ କୌଣସି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଦେଶୀ ଗବେଷକ ଆମ ଦେଶୀ ଗବେଷକଙ୍କ ଭଳି ଉପôାଦନକ୍ଷମ ହୋଇପାରିବ କି ନାହିଁ, ତାହାର ପରୀକ୍ଷା ହେବା ଉଚିତ । କହିବା ବାହୁଲ୍ୟ ଯେ ଚଳନ୍ତି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକୁ ଆବଶ୍ୟକସଂଖ୍ୟକ ଦକ୍ଷ ଶିକ୍ଷକଙ୍କ ଦ୍ୱାରା ପୂରଣ କରାଗଲେ,ଉପଯୁକ୍ତ ପରିମାଣର ଅର୍ଥ ଯୋଗାଇ ଦିଆଗଲେ ତଥା ସଠିକ ନେତୃତ୍ୱ ଦିଆଯାଇପାରିଲେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଯଥେଷ୍ଟ ଫଳପ୍ରଦ ହୋଇପାରିବ । ମହାବିଦ୍ୟାଳୟ ଗୁଡ଼ିକରେ ଇନଚାର୍ଜ ପ୍ରନ୍ସିପାଲ ରଖି ମହାବିଦ୍ୟାଳୟଗୁଡ଼ିକଠାରୁ ଅଧିକ ସକ୍ରିୟତା ଆଶା କରାଯାଇ ପାରିବ କି?
ତେଣୁ ଚଳନ୍ତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ସଂଖ୍ୟା ବୃଦ୍ଧି କରାଗଲେ, ଅଧ୍ୟାପନାର ଭାରକୁ ଲାଘବ କରାଗଲେ ଓ ଅନୁଦାନକୁ ବୃଦ୍ଧି କରାଗଲେ ଉଚ୍ଚସ୍ତରର ଗବେଷଣା ନିଶ୍ଚୟ ସମ୍ଭବ ହେବ । କିନ୍ତୁ ଏହା ସରକାର କରିବେ କି? ତାହା ଟାସ୍କଫୋର୍ସର ସଭ୍ୟମାନେ ସରକାରଙ୍କୁ ପଚାରିବା ଉଚିତ ।
ତଥାପି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାପାଇଁ ଯେଉଁମାନେ ବ୍ୟାକୁଳ, ସେମାନେ ଇତ୍ୟବସରରେ ପ୍ରକାଶିତ ବିଶ୍ୱବ୍ୟାଙ୍କ ରିପୋର୍ଟ ‘The challange of Estabilshing World Class Universities’ ପଢ଼ନ୍ତୁ । ଏହାର ପ୍ରଣେତା Janil Salmi ଉଚ୍ଚକୋଟୀର ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ସପକ୍ଷରେ ଯୁକ୍ତି କରିଛନ୍ତି । ତାଙ୍କ ଭାଷାରେ ବହୁ ରାଷ୍ଟ୍ରଙ୍କ ପାଇଁ ଉଚ୍ଚକୋଟୀର ଜାତୀୟ ବିଶ୍ୱବିଦ୍ୟାଳୟ ସ୍ଥାପନା ଅଧିକ ଶ୍ରେୟସ୍କର । କାରଣ ଏହି ଅନୁଷ୍ଠାନଗୁଡ଼ିକ ଦେଶ ଭିତରର ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିବେ ଯାହା ରାଷ୍ଟ୍ରର ବିକାଶ ପାଇଁ ଅଧିକ ପ୍ରଭାବଶାଳୀ ହୋଇପାରିବ । (Such Institutions would emphasise the diverse learning and training needs of the domestic student population and economy by concentrating efforts on local community and economy such institutions could lead to more effective and sustainable development than broader world class aspirations.)
କିନ୍ତୁ ଶୁଦ୍ରକର ସନେ୍ଦହ ଯେ ଓଡ଼ିଶା ଭୂଇଁରେ ଆନ୍ତର୍ଜାତିକ ସ୍ତରର ଶିକ୍ଷାର ଆହ୍ୱାନ ପଛରେ ଓଡ଼ିଶା ବାହାରର ଶିକ୍ଷାବିକାଳୀମାନଙ୍କୁ ( ଯେଉଁମାନେ ଆନ୍ତର୍ଜାତିକ ସ୍ତରର ଶିକ୍ଷାଦେବେ ବୋଲି ବିଜ୍ଞାପନ କରୁଛନ୍ତି) ଜମି, ଜଳ,ବିଦୁ୍ୟତ୍ ଯୋଗାଇଦେବାର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି- ତାହାକୁ ଯଥାର୍ଥ ସାବ୍ୟସ୍ତ କରିବାର ଉଦେ୍ଧଶ୍ୟ ରହିଛି । ଟାସ୍କଫୋର୍ସର ସଭ୍ୟମାନେ ଏହି ଦିଗଟି ପ୍ରତି ନିଶ୍ଚିତ ସଚେତନ ରହିବେ ବୋଲି ଆଶା କରାଯାଇପାରେ । ଟାସ୍କଫୋର୍ସ ଠାରୁ ନିଶ୍ଚିତ ଭାବରେ ଆମେ ଏପରି କୌଣସି ପ୍ରସ୍ତାବ ଆଶା କରିବାନାହିଁ, ଯାହା ରୋଡ଼୍ମ୍ୟାପ୍ ( Road map)ଟାଣିବା ବଦଳରେ ରୋଡ଼୍ ବ୍ଲକ୍ (Road Block) ଠିଆ କରାଇଦେବ ।

Print Friendly, PDF & Email