୧୬-୩୦ସେପ୍ଟେମ୍ବର, ୨୦୦୭
ଗତ କିଛିଦିନ ଧରି ଇଞ୍ଜିନିୟରିଂ ଛାତ୍ରଙ୍କର ଆଚରଣ ସମ୍ବାଦପତ୍ରମାନଙ୍କର ପ୍ରମୁଖ ବିଷୟ ହୋଇଛି । ପରୀକ୍ଷାରେ ଫେଲ୍ ହୋଇଯାଇଥିବା ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ପଡ଼ିଛନ୍ତି । ସେମାନଙ୍କର ହିଂସ୍ର ଆକ୍ରମଣର ଶିକାର ହୋଇଛନ୍ତି ସାଧାରଣ ଲୋକ ଓ ବହୁ ସରକାରୀ/ବେସରକାରୀ ସମ୍ପତ୍ତ । ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତା ସେମାନଙ୍କର ତାଣ୍ଡବର କ୍ଷେତ୍ର ହୋଇଛି । ଯେଉଁ ଛାତ୍ରମାନେ ଏପରି ଗଣ୍ଡଗୋଳରେ ଲିପ୍ତ ସେମାନେ ପ୍ରାୟତଃ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସମ୍ବାଦ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ, ବିଜୁ ପଟ୍ଟନାୟକ ଇଞ୍ଜିନିୟରିଂ ଅଫ୍ ଟେକନୋଲୋଜି (ବିପିୟୁଟି) ଅଧିନରେ ଅଛି ତିନୋଟି ମାତ୍ର ସରକାରୀ ସାହାଯ୍ୟପ୍ରାପ୍ତ କଲେଜ । ଆଉ ସବୁ ହେଲେ ଘରୋଇ କଲେଜ । ଫେଲ୍ ହୋଇଥିବା ପିଲାମାନଙ୍କର ପ୍ରଶ୍ନ ଯେ, ଏତେ ପଇସା ଦେଇ ଯେତେବେଳେ ସେମାନେ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଛନ୍ତି-ସେମାନେ ଫେଲ୍ ହେବେ କାହିଁକି? ସେମାନଙ୍କର ଯୁକ୍ତି ହେଉଛି ଯେ, ଯଦି ସେମାନେ ଫେଲ୍ ହେଉଛନ୍ତି ତା’ହେଲେ ପରୀକ୍ଷକ ଦାୟୀ ବା କଲେଜ ଗୁଡ଼ିକରେ ଭଲମାନର ଶିକ୍ଷକଙ୍କର ଅଭାବ ଦାୟୀ । (ଦ୍ରଷ୍ଟବ୍ୟ :The Statesman, Sept10/2007, Orissa Page) । ଅପରପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ଓଁକାରନାଥ ମହାନ୍ତି ଗଣମାଧ୍ୟମକୁ ପରିସଂଖ୍ୟାନ ଯୋଗାଇ କୁହନ୍ତି (ଦ୍ରଷ୍ଟବ୍ୟ – ଧରିତ୍ରୀ, ସେପ୍ଟେମ୍ବର୯, ୨୦୦୭) ଯେ ‘୨୦୦୬-୦୭ଶିକ୍ଷାବର୍ଷ’ରେ ୧୩,୮୦୦ଛାତ୍ର ଇଞ୍ଜିନିୟରିଂ ବିଭାଗ ମାନଙ୍କରେ ନାମ ଲେଖାଇଛନ୍ତି (ଏହି ଛାତ୍ର ସଂଖ୍ୟାରେ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ନାମ ଲେଖାଇଥିବା ଛାତ୍ର ଅନ୍ତର୍ଭୁକ୍ତ ନୁହନ୍ତି) । ପ୍ରଥମ ବର୍ଷ ପରୀକ୍ଷା (ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାର)ରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩,୫୦୦ଛାତ୍ର ସମସ୍ତ ବିଷୟରେ କୃତକାର୍ଯ୍ୟ ହୋଇଥିଲେ । ଏମାନଙ୍କ ଭିତରୁ ୪ରୁ ୫ହଜାର ଖାତାରେ ଶୂନ ରହିଥିଲା ଓ ୪ରୁ ୫ହଜାର ଖାତାରେ ଛାତ୍ରଛାତ୍ରୀମାନେ ୧ରୁ ୫ନମ୍ବର ରଖିଥିଲେ । ଏହି ପରିସଂଖ୍ୟାନ ନେଇ କୁଳପତି ମହୋଦୟ ପ୍ରଶ୍ନ କରିଛନ୍ତି ଯେ, ଏତିକି ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ କିପରି ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ? ତେବେ ଅଶାନ୍ତି ମାତ୍ର ୧୦% ଛାତ୍ରଛାତ୍ରୀ ହିଁ ଭିଆଇଛନ୍ତି ବୋଲି କୁଳପତି ମହୋଦୟ ଅଭିଯୋଗ କରନ୍ତି ।
ଏହି ସମୁଦାୟ ନିନ୍ଦିତ ଘଟଣାର ଯେଉଁ ଧନାତ୍ମକ ଦିଗଟି ବର୍ତ୍ତମାନ ଶୁଦ୍ରକଙ୍କୁ ଦିଶୁଛି ତାହା ହେଉଛି ଗଣମାଧ୍ୟମର ଉପଲବ୍ଧô ଯେ, ମେଧା ନଥିବା ଛାତ୍ରଛାତ୍ରୀମାନେ ଡୋନେସନ୍ ଦେଇ କଲେଜରେ ନାମ ଲେଖାଉଥିବାରୁ ଇଞ୍ଜିନିୟରିଂ ପାଠ୍ୟକ୍ରମର ମାନ୍ୟତା ହ୍ରାସ ପାଉଛି । ମାତ୍ର ପ୍ରଚୁର ଅର୍ଥ ବ୍ୟୟ କରି ଫଳ ଖରାପ ଯୋଗୁଁ ସେମାନେ ହିଂସାତ୍ମକ ପନ୍ଥା ଅବଲମ୍ବନ କରୁଛନ୍ତି । (ଧରିତ୍ରୀ, ସେପ୍ଟେମ୍ବର୯/୨୦୦୭) ବା ‘ଶିକ୍ଷା ବେପାରରେ ଅସାଧୁ ମେଣ୍ଟ’ (The Statesman, 10th Sept 2007, Orissa Page) ରହିଛି ଯେଉଁଠି ସମ୍ପୃକ୍ତ ବହୁ ରାଜନୈତିକ ନେତା ଓ ପ୍ରଚାରକ । (The Statesman, Sept10/2007, Orissa Page) ejòQò ù~CñVò iµéq ajê eûRù^÷ZòK ù^Zû I _âPûeKö (It would be interesting to note the number of politicians who have established private engineering Colleges. Equally interesting would be the list of bureaucrats allegedly involved in these colleges, by way of their wives or relatives working in the institutions. It is also believed that many of these politicians use these colleges as a medium to convert their black money into white) ଗଣମାଧ୍ୟମର ଏତାଦୃଶ ଉପଲବ୍ଧôକୁ ଗୁରୁତ୍ୱ ଶୁଦ୍ରକ ଦେଉଛି, କାରଣ ଏହି ଗଣମାଧ୍ୟମରେ ହିଁ ଏହି ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକର ବିଶାଳ ବିଜ୍ଞାପନ ପ୍ରକାଶ ପାଏ, ସେମାନଙ୍କ ସମ୍ପର୍କରେ ପ୍ରଶଂସାସୂଚକ ସଚିତ୍ର ସମ୍ବାଦ ପ୍ରକାଶ ପାଏ- ସେମାନଙ୍କ ସପକ୍ଷରେ ବହୁ ବିବୃତି ଓ ମତ ମନ୍ତବ୍ୟ ପ୍ରକାଶ ପାଏ । ଏସବୁ ସମ୍ଭବ ହୁଏ ସେହି ମେଧାହୀନ ଛାତ୍ରମାନଙ୍କର ଡୋନେସନ୍ ଯୋଗୁଁ ।
ଯଦି ମୁଖ୍ୟଧାରାର ଗଣମାଧ୍ୟମର ବର୍ତ୍ତମାନ ଉପଲବ୍ଧôକୁ ଆନ୍ତରିକ ବୋଲି ଧରାଯାଏ, ତେବେ ସେମାନେ ଅନୁସନ୍ଧାନ କରିବା ଉଚିତ ଯେ ଘରୋଇ ଡିମଡ୍ ବିଶ୍ୱବିଦ୍ୟାଳୟରେ କାହିଁକି ଏପରି ଛାତ୍ର ଅଶାନ୍ତି ହେଉନାହିଁ-ଯଦିଓ ସେଠାରେ ମଧ୍ୟ ବହୁ ଅର୍ଥ ଡୋନେସନ୍ ଦେଇ ମେଧାହୀନ ଛାତ୍ରମାନେ ମଧ୍ୟ ପାଠ ପଢ଼ୁଛନ୍ତି । ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନାର କେଉଁ କୌଶଳ ଅବଲମ୍ବନ କରିବା ଫଳରେ ସେମାନେ ଏଭଳି ଛାତ୍ର ଅଶାନ୍ତିର ସମ୍ମୁଖୀନ ହେଉନାହାନ୍ତି । ଏହି କୌଶଳଗୁଡ଼ିକ ଗଣମାଧ୍ୟମରେ ପ୍ରକାଶିତ ହୋଇପାରିଲେ ବିପିୟୁଟି କର୍ତ୍ତୃପକ୍ଷ ତାହାକୁ ଅବଲମ୍ବନ ପୂର୍ବକ-ଏତାଦୃଶ ଛାତ୍ର ଅଶାନ୍ତିକୁ ଏଡାଇଯାଇ ପାରନ୍ତେ ଓ ଇଞ୍ଜିନିୟରିଂ ଶିକ୍ଷାର ମାନ ଉପରେ ଉଠୁଥିବା ପ୍ରଶ୍ନ ଉଠନ୍ତା ନାହିଁ । ଏହା ମୁଖ୍ୟଧାରାର ଗଣମାଧ୍ୟମ ପ୍ରତି ଏକ ଆହ୍ୱାନ-ବୋଲି ଶୁଦ୍ରକ ମନେ କରେ । ତେବେ ଓଡ଼ିଶାଭୂଇଁରେ ଇଞ୍ଜିନିୟରିଂ କଲେଜଗୁଡ଼ିକ ନିଜକୁ ଡିମଡ୍ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ଯେଉଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି-ସେଥିରୁ ମନେହୁଏ ଯେ ଛାତ୍ର ଅଶାନ୍ତି କ୍ରମଶଃ ହ୍ରାସ ପାଇବ-ଯଦି ସବୁ ଇଞ୍ଜିନିୟରିଂ କଲେଜ ଡିମଡ୍ ବିଶ୍ୱବିଦ୍ୟାଳୟ ହୋଇଯାଏ – ତା’ହେଲେତ ଛାତ୍ର ଅଶାନ୍ତି ଲୋପ ପାଇଯିବ । ଏହା ହେଲେ ଅବଶ୍ୟ ବିପିୟୁଟିର ଅସ୍ତିତ୍ୱ ବିପନ୍ନ ହୋଇଯିବ । ଡିମଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବାର କୌଶଳ ପ୍ରତି ଇଙ୍ଗିତ ମଧ୍ୟ ମୁଖ୍ୟଧାରାର ଗଣମାଧ୍ୟମ ପ୍ରକାଶିତ ସମ୍ବାଦରୁ ବାରି ହୋଇଯାଏ-ଯେତେବେଳେ ଏହା କୁହାଯାଏ ଯେ,The Statesman, Sept10/2007, Orissa Page) ejòQò ù~CñVò iµéq ajê eûRù^÷ZòK ù^Zû I _âPûeKö (It would be interesting to note the number of politicians who have established private engineering Colleges. Equally interesting would be the list of bureaucrats allegedly involved in these colleges, by way of their wives or relatives working in the institutions. It is also believed that many of these politicians use these colleges as a medium to convert their black money into white) ।
ଶିକ୍ଷା ବ୍ୟବସାୟ ହୋଇଛି-ଏହି ଉପଲବ୍ଧô ମୁଖ୍ୟଧାରାର ଗଣମାଧ୍ୟମ ଭିତରେ ସୃଷ୍ଟି କରିବା ପାଇଁ ଛାତ୍ର ଅଶାନ୍ତି ଯେ ଦାୟୀ ଓ ଏହା ଏକ ସ୍ପୃହଣୀୟ ପରିଣତି, ତାହାକୁ ଅସ୍ୱୀକାର କରିହେବ ନାହିଁ । ଯେଉଁମାନେ ସମାଜର ମଙ୍ଗ ଧରିଛନ୍ତି ଓ ଏହି ବେପାରୀମାନଙ୍କ ସହ ବସାଉଠା ହେଉଛନ୍ତି-ସେମାନଙ୍କ ଭିତରେ ଏହି ଉପଲବ୍ଧô ଆସିଛି ବୋଲି ଜନସାଧାରଣ ସେତେବେଳେ ବୁଝିବେ ଯେତେବେଳେ ଏହି ସମାଜପତିମାନେ ସେମାନଙ୍କ ସହ ବସାଉଠା କରିବେ ନାହିଁ-ସେମାନଙ୍କର ପରିସରକୁ ଯିବେ ନାହିଁ-ସେମାନଙ୍କର ଅତିଥି ଭବନ (Guest House)ରେ ଆପ୍ୟାୟିତ ହେବେ ନାହିଁ । କିନ୍ତୁ ବର୍ତ୍ତମାନ ସମାଜପତି- ସେମାନଙ୍କର ନିଜ ଲୋକଙ୍କୁ ଛାଡ଼ିପାରିବେ-ଏ ବିଶ୍ୱାସ ମଧ୍ୟ ହେଉନାହିଁ-ଯଦି ବ୍ୟବସ୍ଥାରେ ଏକ ପରିବର୍ତ୍ତନ ନ ଆସେ ।