ଓଡ଼ିଶାରେ ମେଡ଼ିକାଲ ଶିକ୍ଷା

  • 10/09/2015

ରାଜ୍ୟର ସର୍ବପୁରାତନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ସିଟ୍ସଂଖ୍ୟା ହ୍ରାସକୁ ନେଇ ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଏହା କେନ୍ଦ୍ର ସରକାରଙ୍କର ରାଜ୍ୟର ସ୍ୱାର୍ଥବିରୋଧୀ ମନୋଭାବର ଆଉ ଏକ ଦୃଷ୍ଟାନ୍ତ ବୋଲି ମତ ମଧ୍ୟ ପ୍ରକାଶ ପାଉଛି । (ଧରିତ୍ରୀ, ଜୁନ୍ ୨୬/୦୭) । କିନ୍ତୁ ହ୍ରାସ କରାଯିବାର ନିଦେ୍ର୍ଧଶ ସହ ମେଡ଼ିକାଲ ଶିକ୍ଷା ସମ୍ପର୍କିତ ଆଉ ଦୁଇଟି ସମ୍ବାଦକୁ ଏକ ସଙ୍ଗରେ ବିଚାର କଲେ ଏହିଭଳି ନିଦେ୍ର୍ଧଶ କାହାପାଇଁ ଲାଭଜନକ ହେବ ତାହା ସ୍ପଷ୍ଟ ହୋଇଯିବ । ଏହି ଦୁଇଟି ସମ୍ବାଦରୁ ପ୍ରଥମ ସମ୍ବାଦ ହେଉଛି ରାଜ୍ୟରେ ଘରୋଇ ମେଡ଼ିକାଲ କଲେଜଗୁଡ଼ିକୁ ସ୍ୱୀକୃତି । ନିକଟ ଅତୀତରେ କିମ୍ସ ଓ ସମ୍ ମେଡ଼ିକାଲ ସଂସ୍ଥାକୁ ୧୦୦ଟି ଲେଖାଏଁ ସିଟ୍ ପାଇଁ ସ୍ୱୀକୃତି ମିଳିଥିବା ବେଳେ, ବର୍ଷତଳେ ହାଇଟେକ୍ ମେଡ଼ିକାଲ ସଂସ୍ଥାକୁ ୧୦୦ଟି ସିଟ୍ ପାଇଁ ସ୍ୱୀକୃତି ମିଳିଛି । ଅର୍ଥାତ୍ ବର୍ତ୍ତମାନ ଘରୋଇ ମେଡ଼ିକାଲ କଲେଜର ୩୦୦ଟି ସିଟ୍ ଡାକ୍ତରୀ ପଢ଼ିବା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । ଅନ୍ୟ ସମ୍ବାଦଟି ହେଲା ଯେ, ସରକାରୀ ମେଡ଼ିକାଲ କଲେଜରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ପାଞ୍ଚବର୍ଷ ସରକାରୀ ଚାକିରୀ କରିବାକୁ ପଡ଼ିବ-ତା’ନହେଲେ ଅଠରଲକ୍ଷ ଟଙ୍କା ପରିଶୋଧ କରିବାକୁ ହେବ । (ଧରିତ୍ରୀ, ଜୁନ୍ ୨୩/୦୭) ତେଣୁ ସରକାରୀ କଲେଜର ସିଟ୍ ସଂଖ୍ୟା ହ୍ରାସ ପାଇବାଫଳରେ ଘରୋଇ ମେଡ଼ିକାଲ କଲେଜ ଗୁଡ଼ିକ ପାଇଁ ଛାତ୍ର ପାଇବାର ସୁଯୋଗ ବୃଦ୍ଧି ପାଇଛି । ମେଡ଼ିକାଲ ପଢ଼ିବା ପାଇଁ ଆଶାୟୀ ଅଥଚ ସରକାରୀ ମେଡ଼ିକାଲ କଲେଜର ଶିକ୍ଷାରୁ ବଞ୍ଚôତ ପ୍ରାର୍ଥୀ ଘରୋଇ ମେଡ଼ିକାଲ କଲେଜରେ ପଢ଼ିବା ପାଇଁ ବାଧ୍ୟ ହେବେ-ଶିକ୍ଷା ବ୍ୟୟବହୁଳ ହେଲେସୁଦ୍ଧା ପାଞ୍ଚବର୍ଷ ପାଇଁ ସରକାରୀ ଚାକିରୀ ବାଧ୍ୟତାମୂଳକ କରାଯିବା, ଖିଲାଫ ହେଲେ ୧୮ଲକ୍ଷ ଟଙ୍କା ପରିଶୋଧର ସର୍ତ୍ତ ରହିବା-ସେହି ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡ଼ିକାଲ କଲେଜରେ ପାଠପଢ଼ି ଏହିଭଳି ସର୍ତ୍ତ ଦ୍ୱାରା ବାନ୍ଧି ହେବାକୁ ଚାହାନ୍ତି ନାହିଁ । ୧୮ଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚରେ ମେଡ଼ିକାଲ ଶିକ୍ଷା ଯୋଗାଇ ପାରୁଥିବା ଘରୋଇ ମେଡ଼ିକାଲ କଲେଜରେ ପଢ଼ିବା ପାଇଁ ଏ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ଆଦୌ କୁଣ୍ଠିତ ହେବେ ନାହିଁ । କହିବା ବାହୁଲ୍ୟ ଯେ, ଉଭୟ ନିଷ୍ପତ୍ତ କେନ୍ଦ୍ରୀୟ ସଙ୍ଗଠନ ମେଡ଼ିକାଲ କାଉନ୍ସିଲ୍ ଅଫ ଇଣ୍ଡିଆର ହେଉ ବା ରାଜ୍ୟ ସରକାରଙ୍କର ହେଉ-ଏହା ଘରୋଇ କଲେଜମାନଙ୍କ ପାଇଁ ଛାତ୍ର ଉପଲବ୍ଧôକୁ ସହଜ କରିଦେଇଛି । ତେଣୁ ଯଦି କେହିକେହି ସନେ୍ଦହ କରୁଥାନ୍ତିଯେ ଏ’ଭଳି ନିଷ୍ପତ୍ତ ଘରୋଇ କଲେଜ ମାନଙ୍କ ସ୍ୱାର୍ଥରେ ନିଆଯାଇଛି ତା’ହେଲେ ଏହି ସନେ୍ଦହ ଅମୂଳକ ବୋଲି କୁହାଯାଇପାରିବ ନାହିଁ । ଘରୋଇ କଲେଜରେ ମାଲିକମାନଙ୍କର ଶକ୍ତି ଓ ସାମର୍ଥ୍ୟ କେତେ, ତାହା ଆଜି ଆଉ ପ୍ରମାଣକୁ ଅପେକ୍ଷା କରୁନାହିଁ । ସରକାରୀ ମେଡ଼ିକାଲ କଲେଜରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ଉପରେ ସରକାର ଖର୍ଚ୍ଚ କରିଥାନ୍ତି ଯାହା ଘରୋଇ ମେଡ଼ିକାଲ କଲେଜରେ ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକଙ୍କଠାରୁ ଆଣି ଦିଅନ୍ତି । ତେଣୁ ସରକାର ଏହି ଖର୍ଚ୍ଚକୁ ଫେରସ୍ତ କରିବାର ସର୍ତ୍ତ ରଖିଲେ, ସରକାରୀ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ସରକାରୀ ସେବାରେ ରହିବାକୁ ବାଧ୍ୟ ହେବେ ଓ ଗାଁ ଗହଳିରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟକଥା ବୁଝିବେ । ଧରାଯାଉ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ପଢ଼ିସାରିବା ପରେ ସେମାନଙ୍କ ଉପରେ ବ୍ୟୟ ହୋଇଥିବା ସରକାରୀ ଅର୍ଥକୁ ଫେରାଇ ଦେବାକୁ ଚାହିଁଲେ-ତା’ହେଲେ ସରକାରୀ ସେବାରେ କୌଣସି ଡାକ୍ତରଙ୍କୁ ସରକାର ବାଧ୍ୟ କରିପାରିବେ ନାହିଁ । ତା’ହେଲେ ଗାଁ ଗଣ୍ଡାରେ ସ୍ୱାସ୍ଥ୍ୟସେବାର ପରିଚାଳନା କିପରି ହେବ? ସରକାର କ’ଣ ଜନସ୍ୱାର୍ଥ ପ୍ରତି ତାଙ୍କର ଦାୟିତ୍ୱବୋଧରୁ ଓହରିଯିବେ? ଅବଶ୍ୟ ଏନ୍.ଜି.ଓ.ମାନଙ୍କ ହାତକୁ ଟେକିଦେବାର ଉଦ୍ୟମ ତ’ ଆରମ୍ଭ ହେଲାଣି । ତେବେ ସିଟ୍ ହ୍ରାସ କରିବାର ନିଦେ୍ର୍ଧଶକୁ ନେଇ ବିଧାୟକ ମାନଙ୍କର ଉଦ୍ବେଗକୁ ଯଦି ଓଡ଼ିଶାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରତି ସେମାନଙ୍କର ପ୍ରତିବଦ୍ଧତାର ଅଭିବ୍ୟକ୍ତି ବୋଲି ଧରାଯାଏ-ତା’ହେଲେ ସେମାନେ ଶୁଦ୍ରକର ଏହି ପରାମର୍ଶ ପ୍ରତି ବିମୁଖ ହେବେନାହିଁ ଯେ, ଓଡ଼ିଶା ଭୂଇଁରେ ଯିଏ ଡାକ୍ତରୀ ପଢ଼ିବ,ସେ ସରକାରୀ ମେଡ଼ିକାଲ କଲେଜରେ ହେଉ ବା ବେସରକାରୀ ମେଡ଼ିକାଲ କଲେଜରେ ହେଉ; ସେ ଓଡ଼ିଶା ସରକାରଙ୍କ ଅଧିନରେ ନିଶ୍ଚିତ ୫ବର୍ଷ କାର୍ଯ୍ୟ କରିବ-ଓ ଏହାପରେ ହିଁ ତାର ଡିଗ୍ରୀ ଚୁଡ଼ାନ୍ତ (କନ୍ଫର୍ମ) ହେବ । ଅନେକେ ଭାବୁଥିବେ ଏହା ଅସମ୍ଭବ । କାରଣ ଶକ୍ତିଶାଳୀ ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନେ ଏହିଭଳି ଏକ ବିଧେୟକ କ’ଣ କରାଇଦେବେ ।

Print Friendly, PDF & Email