ଶିକ୍ଷକ ଓ ରିଫ୍ରେସର କୋର୍ସ

  • 10/09/2015

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷକମାନଙ୍କର ପଦୋନ୍ନତି ନିର୍ଭର କରୁଛି ସେମାନଙ୍କର ରିଫ୍ରେସର କୋର୍ସର ଅଂଶଗ୍ରହଣ ଉପରେ । ଏହା ୟୁ.ଜି.ସି.ର କଟକଣା । ତେଣୁ ଆମ ସରକାର ଏହା ଉପରେ ଗୁରୁତ୍ୱ ଦେବା ସ୍ୱାଭାବିକ । କିନ୍ତୁ ବର୍ତ୍ତମାନ କଲେଜମାନଙ୍କରେ ଗୋଟିଏ ଗୋଟିଏ ବିଭାଗରେ ଶିକ୍ଷକ ସଂଖ୍ୟା ଏତେ କମ୍ ଯେ (ଗୋଟିଏ ଗୋଟିଏ ସ୍ଥାନରେ ଜଣେ ମାତ୍ର ଶିକ୍ଷକଙ୍କୁ ନେଇ ସମୁଦାୟ ବିଭାଗ ଚାଲୁଛି) ସେମାନେ ଯଦି ରିଫ୍ରେସର କୋର୍ସ କରିବାକୁ ଆସନ୍ତି ତା’ହେଲେ ୩ସପ୍ତାହର ପାଠପଢ଼ା ଛାତ୍ର ମାନଙ୍କର ବ୍ୟାହତ ହେବ । ତେଣୁ ଅଧ୍ୟକ୍ଷମାନେ ଯଦି ନ ଛାଡ଼ନ୍ତି – ସେମାନଙ୍କୁ ଦୋଷ ଦେଇହେବ ନାହିଁ । ଏହିଭଳି ପରିସ୍ଥିତିରେ ଜଣେ ଆଗ୍ରହୀ ଶିକ୍ଷକ ଚାହିଁଲେ ମଧ୍ୟ ରିଫ୍ରେସର କୋର୍ସରେ ଅଂଶଗ୍ରହଣ କରିପାରିବେ ନାହିଁ ଓ ତାଙ୍କର କୌଣସି ଦୋଷ ନଥାଇ ପଦୋନ୍ନତିରୁ ବଞ୍ଚôତ ହେବେ । ଏହା ଫଳରେ ସରକାରଙ୍କର ଖର୍ଚ୍ଚ ଲାଘବ ନିଶ୍ଚିତ ହେବ । କିନ୍ତୁ ଯଦି ସରକାରଙ୍କର ଏହିଭଳି ପ୍ରସ୍ତବାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକତା ଥାଏ ତା’ହେଲେ ସେ ପ୍ରଥମେ ଶିକ୍ଷକପଦବୀ ଗୁଡ଼ିକ ପୂରଣ କରନ୍ତୁ । ଏହା ହେଲେଯାଇ ଶିକ୍ଷକଙ୍କର ରିଫ୍ରେସର କୋର୍ସରେ ଯୋଗଦାନ ସହଜ ହେବ ।

Print Friendly, PDF & Email