ଛାତ୍ରଙ୍କ ଦ୍ୱାରା ଶିକ୍ଷକ ମୂଲ୍ୟାୟନ

  • 10/09/2015

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରମାନେ ଆନେ୍ଦାଳନ କରୁଛନ୍ତି । ଦାବି କରୁଛନ୍ତି ଯେ ଖାଲି ପଡ଼ିଥିବା ଶିକ୍ଷକ ପଦବି ଗୁଡ଼ିକୁ ସରକାର ପୂରଣ କରନ୍ତୁ । କିନ୍ତୁ ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ଯେ ନିଆଯାଉ ନାହିଁ ଏହା ବାସ୍ତବିକତା । ରେଗୁଲାର ଶିକ୍ଷକଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । କେତେକ ସ୍ଥାନରେ ଠିକା ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଏହିଭଳି ପରିବେଶରେ ଛାତ୍ରମାନଙ୍କର ମୂଲ୍ୟାୟନ ଏକ ହାସ୍ୟାସ୍ପଦ ପ୍ରସ୍ତାବ । ମୂଲ୍ୟାୟନ ପାଇଁ ଶିକ୍ଷକ ଆବଶ୍ୟକ ଓ ଯୋଗ୍ୟ ଶିକ୍ଷକ ନିଯୁକ୍ତି ପାଇବା ଆବଶ୍ୟକ । ନିଯୁକ୍ତି ପରେ ଶିକ୍ଷକ ତାଙ୍କର କର୍ତ୍ତବ୍ୟ କେତେଦୂର ସମ୍ପାଦନ କରୁଛନ୍ତି ତାହା ହୁଏତ ଛାତ୍ରମାନେ ମୂଲ୍ୟାୟନ କରିବେ । ଏହି ମୂଲ୍ୟାୟନ କେତେଦୂର ନିରପେକ୍ଷ ହେବ, ନୀତି ନୈତିକତାକୁ ଜାବୋଡ଼ି ଧରିଥିବା ଶିକ୍ଷକମାନେ ଏହାଦ୍ୱାରା କେତେଦୂର ନିଜକୁ ନିରାପଦ ମଣିବେ – ତାହା ତ ଭିନ୍ନ କଥା । କିନ୍ତୁ ଏହା ହେଲେ ଛାତ୍ରମାନଙ୍କୁ ତୁଷ୍ଠିକରଣ ପାଇଁ ଏକ ଘୋଡ଼ା ଦୌଡ଼ ଯେ ଶିକ୍ଷକମାନଙ୍କ ମଧ୍ୟରେ ହେବ ଏଥିରେ ସନେ୍ଦହ ନାହିଁ । ଏହି ଘୋଡ଼ା ଦୌଡ଼ରେ ଅଯୋଗ୍ୟ ବିବେଚିତ ଶିକ୍ଷକମାନେ – ସେମାନଙ୍କର ପଦୋନ୍ନତି, ଇନକ୍ରିମେଣ୍ଟ ଇତ୍ୟାଦିରୁ ବଞ୍ଚôତ ହେବେ- ସରକାରଙ୍କର ଖର୍ଚ୍ଚ ଲାଘବ ହେବ ।

Print Friendly, PDF & Email