ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍

  • 10/09/2015

୧୬-୨୮ ଫେବୃୟାରୀ ୨୦୦୭

ଶିକ୍ଷା, ଶିକ୍ଷକ ଓ ଶିକ୍ଷର୍ଥୀଙ୍କୁ ନେଇ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଷ ଚାଲିଛି । ଶିକ୍ଷକମାନଙ୍କର ମୂଲ୍ୟାୟନ ଛାତ୍ରମାନେ କରିବେ, ଶିକ୍ଷକମାନେ ବାଧ୍ୟତାମୂଳକ ଭାବେ ରିଫ୍ରେସର କୋର୍ସରେ ଭାଗ ନେବେ ଓ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ଯାଏଁ ପଢ଼ୁଥିବା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ (୨୫ଲକ୍ଷ ବୋଲି କୁହାଯାଉଛି) ଗୋଟିଏ ଗୋଟିଏ ଲାପଟପ ସରକାର ଦେବେ । (ଧରିତ୍ରୀ, ତା ୦୯/ ୦୨/ ୨୦୦୭) । ଏହି ଲାପଟପର ମୂଲ୍ୟ ଖଣ୍ଡକୁ ଟ୪, ୬୦୦ରୁ ୫୦୦୦ଟଙ୍କା ଯାଏ ହେବ । ୨୫ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ହେଲେ ସରକାରଙ୍କୁ ମାତ୍ର ୧୧୫୦କୋଟି ଟଙ୍କାରୁ ୧୨୫୦ କୋଟି ବ୍ୟୟ ବହନ କରିବାକୁ ହେବ । ଏହାଠାରୁ କମ୍ ଦରରେ ଲାପଟପ ଦେବା ପାଇଁ ବିଦେଶୀ କମ୍ପାନୀ ରାଜି ହେବନାହିଁ ବୋଲି ଆଲୋଚନା କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ନିଶ୍ଚିତ ଭାବରେ ଶିକ୍ଷକନଥିବା, ଶ୍ରେଣୀଗୃହନଥିବା, ଶ୍ରେଣୀକୁ ଆସୁନଥିବା ଛାତ୍ର ଛାତ୍ରୀଙ୍କୁ ସର୍ବାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ିବା ପାଇଁ ଆମ ଅଧିକାରୀ ମାନଙ୍କର ବ୍ୟାକୁଳତାକୁ ତାରିଫ କରିବାକୁ ପଡ଼ିବ । ତେବେ ଏହି ଲାପଟପ ଦେବା ପୂର୍ବରୁ ଅଧିକାରୀ ମାନେ ବିଚାର କରିବା ଉଚିତ ଯେ କିପରି ଏହି ଲାପଟପର ବ୍ୟବହାର ଆମର ଛାତ୍ରଛାତ୍ରୀ କରିବେ – କିଏ ଶିଖାଇବ, ତା’ର ରକ୍ଷଣାବେକ୍ଷଣ କିପରି ହେବ । ଏହା ନକରି ବିଦ୍ୟାଳୟ ମାନଙ୍କରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ଅଧିକ ବିଜ୍ଞତାର କାର୍ଯ୍ୟ ହେବ କି? ଠିକା ଶିକ୍ଷକ ନିଯୁକ୍ତି ନ କରି ନିୟମିତ ଶିକ୍ଷକ ନିଯୁକ୍ତି ଦେବା ଅଧିକ ପରିପକ୍ୱ ନିଷ୍ପତ୍ତ ହେବ କି? ଏହା କରାଗଲେ ୧୨୫୦ କୋଟି ଟଙ୍କାର କେତେ ଅଂଶ ଖର୍ଚ୍ଚ ହେବ? ଯେଉଁଠି ଶିକ୍ଷା ବ୍ୟବସ୍ଥାକୁ କୋଳରୁ ଫୋପାଡ଼ି ଦେବା ପାଇଁ ସରକାର ବ୍ୟସ୍ତ ସେଠାରେ ସବୁ ପିଲାଙ୍କ କୋଳରେ ଗୋଟିଏ ଗୋଟିଏ କମ୍ପୁ୍ୟଟର (ଲାପଟପ) ଥୋଇ ଦେବା କାହା ସ୍ୱାର୍ଥରେ ତାହା ସମସ୍ତେ ବିଚାର କରିବା ଉଚିତ ।

Print Friendly, PDF & Email